ବର୍ଷକୁ ଦିଅନ୍ତୁ ମାତ୍ର ୩୩୦ ଟଙ୍କା, ପାଆନ୍ତୁ ୨ ଲକ୍ଷ ଟଙ୍କାର ବୀମା- କେମିତି? ପଡନ୍ତୁ ସମ୍ପୁର୍ଣ୍ଣ ଖବର

ବାର୍ଷିକ ଦିଅନ୍ତୁ ମାତ୍ରା ୩୩୦ ଟଙ୍କା, ଆପଣଙ୍କୁ ମିଳିବ ୨ ଲକ୍ଷ ଟଙ୍କାର ବୀମା । ଆଉ ଦିନକୁ ହିସାବ କଲେମାତ୍ର ୧ ଟଙ୍କାରୁ କମରେ   ଆପଣ ପାଇପାରିବେ ୨ ଲକ୍ଷ ଟଙ୍କାର ବୀମା ସୁବିଧା  । କେନ୍ଦ୍ର ସରକାରଙ୍କ ଏହି ଜନ ହିତକର ଯୋଜନାର ନାମ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା ବା ପିଏମଜେଜେବିୱାଇ ।

ଯୋଜନାରେ ବାର୍ଷିକ ୩୩୦ ଟଙ୍କା ପ୍ରିମିୟମ ପଇଠ କରି ଆପଣଙ୍କ ପରିବାର ସହଜରେ ପାଇପାରିବ ୨ ଲକ୍ଷ ଟଙ୍କାର ମୃତ୍ୟୁ ବୀମା ।  ଯୋଜନ ବିଷୟରେ ଜାଣିବାକୁ ଚାହୁଁ ଥିଲେ ଆପଣଙ୍କୁ କଣ କରିବାକୁ ହେବା ପ୍ରଥମେ ଜାଣନ୍ତୁ ।

Image Courtesy: Google

ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ସୀମାରେ ସାମିଲ ହେବାକୁ ଥିବା ବ୍ୟକ୍ତିର ବୟସ ୧୮ ରୁ ୫୦ ବର୍ଷ  ମଧ୍ୟରେ ହୋଇଥିବା ଦରକାର । ଦେଶରେ ଯେକୌଣସି ନାଗରିକ ଏହି ଯୋଜନାରେ ବୀମାଭୁକ୍ତ କରିପାରିବେ । ଏଥିପାଇଁ ବାର୍ଷିକ ଥରେ ୩୩୦ ଟଙ୍କାର ପ୍ରିମିୟମ ଦେବାକୁ ହୋଇଥାଏ ।

ପ୍ରଥମେ ଆକାଉଣ୍ଟ ଥିବା ବ୍ୟାଙ୍କକୁ ଆପଣ ନିଜେ ଜାଆନ୍ତୁ ସେଠାରେ ଥିବା ବ୍ୟାଙ୍କ ଅଧିକାରୀଙ୍କୁ ଭେଟି ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମାରେ ଆବେଦନ କରିବା ପାଇଁ ସହଯୋଗ ମାଗନ୍ତୁ । ଏହା ପରେ ଆପଣଙ୍କୁ ସଙ୍ଗେ ସଙ୍ଗେ ପିଏମ ଜେଜେ ୱାଇ ଫର୍ମ ମିଳିଯିବ । ସେଥିରେ ନାମ ଠିକଣା, ଜନ୍ମ ତାରିଖ, ମୋବାଇଲ ନମ୍ବର, ଆଧାର କାର୍ଡ ନମ୍ବର, ନୋମିନୀ ନାମ, ତାଙ୍କ ସହିତ ସମ୍ପର୍କ ବିଷୟରେ ସଠିକ ଭାବରେ ଲେଖି ଫର୍ମ ଟିକୁ ବ୍ୟାଙ୍କରେ ଜମା କରି ଦିଅନ୍ତୁ ।

Image Courtesy: Google

ସବୁଠାରୁ ବଡ କଥା ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନାରେ ସାମିଲ  ହେବା ପାଇଁ ଯେ କୌଣସି ବ୍ୟାଙ୍କରେ ଆକାଉଣ୍ଟ ଥିବା ନିହାତି ଦରକାର । ଏହି ଆକାଉଣ୍ଟରୁ ବର୍ଷକୁ ବର୍ଷ  ପିଏମଜେଜେବିୱାଇ ପାଇଁ ବୀମା ପ୍ରିମିୟମ ୩୩୦  ଟଙ୍କା ଅଟୋ ଡେବିଟ ହୋଇଥାଏ ।

ଏଥିପାଇଁ ପ୍ରିମିୟମ କଟାଯିବା ପୂର୍ବରୁ ପର୍ଯ୍ୟାପ୍ତ  ଟଙ୍କା ରଖିବା ପାଇଁ ଗ୍ରାହକଙ୍କ ପାଖକୁ ବାରମ୍ବାର ମେସେଜ କରାଯାଇଥାଏ । ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ପ୍ରତି ବର୍ଷ ରି ନିଉ କରାଯାଇଥାଏ । ବେଳେ ବେଳେ ବ୍ୟାଙ୍କ ଆକାଉଣ୍ଟ ମେଣ୍ଟାନ ନହେବ କାରଣରୁ ଆପଣଙ୍କ ବୀମା ରଦ୍ଧ ହୋଇଯିବାର ଆଶଙ୍କା ରହିଛି ।

Image Courtesy: Google

ଭାରତ ସରକାରଙ୍କ ଜୀବନ ଜ୍ୟୋତି ବୀମା ଯୋଜନା ପ୍ରଧାନ ମନ୍ତ୍ରୀ ଯୋଜନା ସହିତ ଯୋଡି ହୋଇ ରହିଛି । ଦେଶରେ ଗରିବ ଓ ମଧ୍ୟବର୍ତୀ ଲୋକଙ୍କ ହିତର ସୁରକ୍ଷା ଲାଗି ସରକାର ଏହି ଯୋଜନା କରିଛନ୍ତି । ଯୋଜନାରେ ବୀମା ଭୁକ୍ତ ହୋଇଥିବା ଲୋକଙ୍କ ମୃତ୍ୟୁ ପରେ ଟଙ୍କା ପରିବାରକୁ ୨ ଲକ୍ଷ ଟଙ୍କା ବୀମା ରାସୀ ପ୍ରଦାନ କରାଯାଇଥାଏ । ଏଥିରେ ଆପଣ ଜନଧନ ଯୋଜନାରେ ଆକାଉଣ୍ଟ ଖୋଲିଥିବା ବ୍ୟାଙ୍କକୁ ଯାଇ ଆବେଦନ କରିପାରିବେ ।

ଗତ ୨୦୧୫ ମସିହାରେ ପ୍ରଧାନ ମନ୍ତ୍ରୀ  ନରେନ୍ଦ୍ର ମୋଦୀ ଦେଶରେ ଆରମ୍ଭ କରିଥିଲେ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ୟୋତି ବୀମା ଯୋଜନା, ଭାରତ ସରକାରଙ୍କ ଏହି ଯୋଜନାଟି ଜଣ ଧନ ଯୋଜନା ସହିତ ଯୋଡି ହୋଇ ରହିଛି । ଦେଶର ଗରିବ ଓ ମଧ୍ୟବିତ ଲୋକଙ୍କ ସୁରକ୍ଷା ଲାଗି ସରକାର ଏହି ଯୋଜନା କରିଛନ୍ତି ।

Image Courtesy: Google

ଯୋଜନାରେ ସାମିଲ ବ୍ୟକ୍ତିଙ୍କର ମୃତ୍ୟୁ ଘଟିଲେ ଟଙ୍କା ପରିବାରକୁ ୨ ଲକ୍ଷ ଟଙ୍କାର ବୀମା ରାସୀ ପ୍ରଦାନ କରାଯାଇଥାଏ । ଏଥିପାଇଁ ଆପଣ ଆକାଉଣ୍ଟ ଖୋଲିଥିବା ବ୍ୟାଙ୍କକୁ ଯାଇ ଆବେଦନ କରିପାରିବେ । ରୋଗ ଓ ଦୁର୍ଘଟଣାରେ ହେଉଥିବା ଖର୍ଚ ତୁଲାଇବା ପାଇଁ ଲୋକେ ବୀମା କରିଥାନ୍ତି । ସରକାରୀ ବୀମା ହିସାବରେ ପ୍ରଧାନ ମନ୍ତ୍ରୀ ଜୀବନ ବୀମା ଯୋଜନା ସବୁଠୁ ନିଭର ଯୋଗ୍ୟ ବୋଲି କୁହାଯାଉଛି ।

ପିଏମ ଜେଜେ ବି ୱାଇ ପାଇଁ ଆପଣ ଏଲ ଆଇ ସି କିମ୍ବା ଅନ୍ୟ ବୀମା କମ୍ପାନୀରେ ଆବେଦନ କରି ପାରିବେ । ଏହା ଦ୍ଵାରା ନିଜେ ଓ ନିଜ ପରିବାର ସୁରକ୍ଷିତ ରହିବେ । ପ୍ରଧନ ମନ୍ତ୍ରୀ ଜୀବନ ଜ୍ୟୋଟୋ ବୀମା ଯୋଜନା ବିଷୟରେ ଅଧିକ ଜାଣିବା ପାଇଁ ଚାହୁଁ ଥିଲେ https://jansuraksha.gov.in ରେ କ୍ଲିକ କରନ୍ତୁ ।

Leave a Reply

Your email address will not be published. Required fields are marked *