ଓଡିଶାର ଏହି 3ଟି ଜାଗାରେ କଳ୍କୀ କରିବେ ମହଲୀଳା- Malika Bichara

ଆପଣ ମାନେ ସମସ୍ତେ ଏହା ଜାଣିଛନ୍ତି ଆଉ ଦେଖିବାକୁ ମଧ୍ୟ ପାଇଛନ୍ତି ଯେ ମାଲିକାରେ ଯାହା ଲେଖା ହୋଇଛି ତାହା ସତ ମଧ୍ୟ ହୋଇଛି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି କଥା ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଆପଣ ମାନେ ବଧୁଏ ଜାଣି ନଥିବେ । ତେବେ ମହା ପ୍ରଭୁ ୬୦୦ ବର୍ଷ ତଳେ ଏହି ମାଳିକାକୁ ଲେଖିଥିଲେ ବୋଲି ମାନ୍ୟତା ଅଛି, ଆମ ଭାରତରେ ଲକ୍ଷ ଲକ୍ଷ ଶାସ୍ତ୍ର ଆଉ ଗ୍ରନ୍ଥ ରଚନା କରା ଯାଇଛି ସେଥିରୁ ମାଳିକା ଆମର ସର୍ବ ଶ୍ରେଷ୍ଠ ବୋଲି କୁହା ଯାଇଛି, ତେବେ ମାଳିକା ଲେଖା କେବେ ମିଥ୍ୟା ହବନି ବୋଲି ମାନ୍ୟତା ଅଛି ।

ତେବେ ଆଜି ଆମେ ଆପଣଙ୍କୁ ମାହାଳିଲା ବିଷୟରେ କହିବାକୁ ଯାଉଛୁ, ତେବେ କେଉଁ କେଉଁ ସ୍ଥାନରେ ସହ ସହ ଭକ୍ତ ଏକତ୍ର ହୋଇବେ ଆଉ ମହା ପ୍ରଭୁ ତାଙ୍କ ମାହାଳିଲା କରିବା ତାହା ବିଷୟରେ ଆଜି ଆମେ ଆପଣଙ୍କୁ ବିସ୍ତାର ସହ କହିବାକୁ ଯାଉଛୁ ।

ନେମାଳ :

ଆପଣ ମାନେ ବହୁତ ଭଲ ଭାବରେ ଜାଣିଛନ୍ତି ଯେ ନେମାଳରେ ମହାପ୍ରଭୁଙ୍କ ସ୍ଥାନ ବହୁତ ପ୍ରଚଳିତ ଅଟେ, ତେବେ ମହାପ୍ରଭୁ କହିଛନ୍ତି ଯେ ସମୟ ଆସିଲେ ନେମାଳରେ ମାହାଳିଲା ହବ ଅର୍ଥାତ ଭକ୍ତ ମାନଙ୍କୁ ମହାପ୍ରଭୁଙ୍କ ଦର୍ଶନ ହବ କିନ୍ତୁ ଏହା ସହ ମହାପ୍ରଭୁ କହିଛନ୍ତି ଯେ ମନରେ ଯାହାର ମୋ ସ୍ଥାନ ରହିବ ସେ କେବଳ ମତେ ସେହି ମହାଲୀଳାରେ ଦେଖି ପାରିବ ନଚେତ ଅନ୍ୟ ମାନେ ଯାହା ମନରେ ପାପ ଆଉ ବାସନା ରହିବ ସେହି ବ୍ୟକ୍ତି ମୋ ପାଖରେ ଥାଇ ମଧ୍ୟ ମତେ ଦେଖିବାର ଅବସର ପାଇବ ନାହିଁ ।

ଯାଜପୁର :

ଆପଣ ମାନେ ସମସ୍ତେ ଯାଜପୁର ବିରଜା ମନ୍ଦିର ବିଷୟରେ ଶୁଣିବାକୁ ପାଇଥିବେ ତେବେ ଯାଜପୁର ମା ବିରଜାଙ୍କ ସତ୍ୟତା ସମସ୍ତେ ଜାଣିଛନ୍ତି ଏବେ ବି ଦୂର ଦୂର ଲୋକ ମାନସିକ ପୂରଣ ହେଲେ ମା ବିରଜାଙ୍କ ଦର୍ଶନ ପାଇଁ ଆସିଥାନ୍ତି ଆଉ ଦର୍ଶନ ପାଇକି ଯାଇଥାନ୍ତି । ତେବେ ମାହାପ୍ରଭୁ କହିଛନ୍ତି ଯେ ସଠିକ ସମୟ ଆସିଲେ ବିରଜା ମନ୍ଦିରରେ ହବ ମାହାଳିଲା ମା ସହ ମହାପ୍ରଭୁ ଦର୍ଶନ ଦେବେ କିନ୍ତୁ ଯାହା ମନ ସ୍ଵଚ ଆଉ ପବିତ୍ର ହବ କେବଳ ସେହି ଲୋକଙ୍କୁ ଦର୍ଶନ ମିଳିବ ହଜାର ହଜାର ଭକ୍ତ ମାନଙ୍କ ଭିଡ ଲାଗିବ ।

ଖଣ୍ଡ ଗିରି ଉଦୟ ଗିରି :

ଆପଣ ମାନେ ଖଣ୍ଡ ଗିରି ଉଦୟ ଗିରି ନା ଶୁଣିଥିବେ ଯାହା ଭୁବନେଶ୍ଵରରେ ଅବସ୍ଥିତ ଅଟେ, ତେବେ ମହାପ୍ରଭୁ କହିଛନ୍ତି ଯେ ଖଣ୍ଡ ଗିରି ଉଦୟ ଗିରିରେ ଭକ୍ତ ମାନଙ୍କ ଭିଡ ଅପାର ଲାଗିବ ଆଉ ସମସ୍ତଙ୍କ ଉପରେ ନିଜ କୃପା କରିବା ପାଇଁ ଭଗବାନ ସ୍ଵୟଂ ଆସିବେ ଆଉ ଆଶୀର୍ବାଦ ଦେବେ । ତେବେ ମାହାଳିଲା ସମୟ ଆସିଲେ ଯିଏ ଯେତେ ପାପ ଆଉ ପୂଣ୍ୟ କରିଥିବ ତାହା ଅନୁଯାଇ ତାକୁ ଭଗବାନ ଦର୍ଶନ ଦେବେ ନଚେତ ଆପଣଙ୍କ ଆଗରେ ଭଗବାନ ରହି ମଧ୍ୟ ଆପଣ ଅନ୍ଧ ପାଲଟିଯିବେ । ତେବେ ନିଜ କର୍ମ କରି ଚାଲନ୍ତୁ ଆଉ କେବେ ଅଧର୍ମ କରିବେ ନାହିଁ ।

ଆଶା କରୁଛୁ କି ଆପଣଙ୍କୁ ଏହି ଲେଖାଟି ପସନ୍ଦ ଆସିଥିବ । ଯଦି ଆପଣଙ୍କୁ ଏହା ଭଲ ଲାଗିଲା ଅନ୍ୟମାନଙ୍କ ସହିତ ସେୟାର କରନ୍ତୁ । ତେବେ ଆମ ସହିତ ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ କରି ନିଅନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *