Mahanadi ବ୍ରିଜରେ ଦୁର୍ଘଟଣା, ମହାନଦୀକୁ ଛିଟିକି ପଡିଲେ ମହିଳା, ମିଳୁନି ପତ୍ତା, ଦେଖନ୍ତୁ Video

ବୌଦ୍ଧ ମହାନଦୀ ବ୍ରିଜରେ ଦୁ-ର୍ଘ-ଟ-ଣା ପରେ ପ୍ରତିମା ସାହୁ ନିଖୋଜ ଅଛନ୍ତି । ଭଡା ଘରେ ଏକୁଟିଆକୁ ଝିଅକୁ ରଖି ଦେଇ ଆସିଥିବା ପ୍ରତିମା ସାହୁ ଝିଅ ପାଖକୁ ଫେରି ଯିବା ପାଇଁ ଶ୍ରାଦ୍ଧ ସାରି ଘରକୁ ଫେରି ଯାଉ ଥିଲେ । ଗାଁରେ ସ୍ଵାମୀଙ୍କ କାମ ସରି ନ ଥିବାରୁ ବାଧ୍ୟ ହୋଇ ସେ ଡ୍ରାଇଭର ସହ ତରବର ହୋଇ ବାହାରି ଆସିଥିଲେ । କିନ୍ତୁ ସେ ସେ ଜାଣି ନ ଥିଲେ କି ନିଜ ଝିଅ ପାଖକୁ ପହଞ୍ଚିବା ପୂର୍ବରୁ ହିଁ ସେ ଉଭାନ ହୋଇଯିବେ ।

ପ୍ରତିମା ସାହୁଙ୍କ ସହ ଦୁ-ର୍ଘ-ଟ-ଣା ହେବା ପରେ ସେ ବ୍ରିଜରୁ ତଳକୁ ପଡିଗଲେ ଓ ବର୍ତ୍ତମାନ ପର୍ଯ୍ୟନ୍ତ ସେ ନିଖୋଜ ଅଛନ୍ତି । ସୂଚନା ଅନୁସାରେ ବୌଦ୍ଧ ଜିଲ୍ଲା ଆଠମଲ୍ଲିକ ବଳ୍କ ଖମ୍ପଲା ଗାଁରେ ରହୁଥିବା ପ୍ରତିମା ସାହୁଙ୍କ ବିଷୟରେ ବର୍ତ୍ତମାନ ପର୍ଯ୍ୟନ୍ତ କୌଣସି ବି ସୂଚନା ମିଳି ନାହିଁ ।

୨ ତାରିଖ ଦିନ ବୌଦ୍ଧ ଜିଲ୍ଲାର ନୂଆସାହିରେ ଏକ ଭଡା ଘରେ ରହୁଥିବା ପ୍ରତିମା ସାହୁ ନିଜ ଝିଅକୁ ସେହି ଭଡା ଘରେ ଏକୁଟିଆ ଛାଡି ସ୍ଵାମୀଙ୍କ ସହିତ ପିତୃ ପୁରୁଷଙ୍କୁ ଶ୍ରାଦ୍ଧ ଦେବା ପାଇଁ ଗାଁକୁ ଯାଇ ଥିଲେ । ଝିଅକୁ ଏକୁଟିଆ ଛାଡି ଯାଇ ଥିବାରୁ ସନ୍ଧ୍ୟା ସମୟରେ ତରବର ହୋଇ ସେ ଘରକୁ ବାହାରି ଗଲେ । କିଛି କାମ ଥିବାରୁ ସ୍ଵାମୀ ଗାଁରେ ରହିଗଲେ ଓ ପ୍ରତିମା ସାହୁ ଡ୍ରାଇଭର ସହ ଏକ ବାଇକରେ ହିଁ ନିଜ ଘରକୁ ଯିବା ପାଇଁ ବାହାରି ଗଲେ ।

ଯେତେବେଳେ ଦୁଇ ଜଣ ବାଇକ ନେଇ ବୌଦ୍ଧ ଜିଲ୍ଲାର ମହାନଦୀ ବ୍ରିଜରେ ଯାଉଥିଲେ ସେହି ସମୟରେ ଏହି ବଡ ଦୁ-ର୍ଘ-ଟ-ଣାର ସାମ୍ନା କରିଥିଲେ ଦୁଇ ଜଣ । ନିଖୋଜ ମହିଳାଙ୍କ ସ୍ଵାମୀଙ୍କ ନାଁ ବୈଦନାଥ ସାହୁ । ସ୍ଵାମୀ କହିଲେ କି ସେହି ଦିନ ରାତିରେ ମୁଁ ତାଙ୍କୁ ବାରମ୍ବାର ଫୋନ କରିଥିଲି କିନ୍ତୁ ଯେତେବେଳେ କେହି ଫୋନ ଉଠାଇଲେ ନାହିଁ ତେବେ ମୁଁ ତାଙ୍କୁ ଖୋଜିବା ପାଇଁ ବାହାରି ପଡିଥିଲି ଓ ଶେଷରେ ଦେଖିଲି କି ଏହି ସ୍ଥାନରେ ତାଙ୍କର ଦୁ-ର୍ଘ-ଟ-ଣା ହୋଇଛି ।

ମହାନଦୀ ବ୍ରିଜରେ ବୌଦ୍ଧ ଦିଗରୁ ଆସୁଥିବା ଗୋଟିଏ କର ପ୍ରତିମା ସାହୁ ଓ ଟୁନାର ବାଇକକୁ ଧକା ଦେଇ ଥିଲା । କାର ଓ ବାଇକ ସାମ୍ନା ସାମ୍ନି ଧକା ହେବା କାରଣରୁ ସେହି ସ୍ଥାନରେ ହିଁ ଟୁନାଙ୍କ ମୃ-ତ୍ୟୁ ହୋଇ ଯାଇ ଥିଲା । କିନ୍ତୁ ବାଇକ ପଛରେ ବସିଥିବା ପ୍ରତିମା ସାହୁ ପୋଲ ଉପରକୁ ଛିଟିକି ପଡି ପୋଲ ଉପରୁ ତଳକୁ ଖସି ପଡି ଥିଲେ ।

ଦମକଳ ବାହିନୀ ଓ ODRF ଟିମ ୪ ଟି ଦେଶୀ ଡଙ୍ଗା ସହ କାଲି ରାତି ୧୨ ଟା ପର୍ଯ୍ୟନ୍ତ ପ୍ରତିମାଙ୍କୁ ଖୋଜୁ ଥିଲେ । କିନ୍ତୁ ପ୍ରତିମାଙ୍କ କୌଣସି ଖବର ମିଳି ନ ଥିଲା । ବର୍ତ୍ତମାନ ପର୍ଯ୍ୟନ୍ତ ୨୪ ଘଣ୍ଟା ବିତି ସାରିଛି ଏହା ସତ୍ବେ ବି ତାଙ୍କ ବିଷୟରେ କିଛି ବି ଜଣା ପଡି ନାହିଁ ।

Leave a Reply

Your email address will not be published. Required fields are marked *