ମନୁଷ୍ୟର ୭ଟି ବଡ ଭୁଲ, ଏହା ଠାରୁ ଦୂରେଇ ରୁହନ୍ତୁ- Chanakya Niti

ଆମେ ନୀତିଦିନ ନିଜର ନିତ୍ୟ କର୍ମ କରିବା ସଙ୍ଗେ ସଙ୍ଗେ ନିଜ କର୍ମ କ୍ଷେତ୍ରକୁ ମଧ୍ୟ ଯାଇଥାଉ । ଆମର ବ୍ୟକ୍ତିଗତ କାର୍ଯ୍ୟରେ ଆମେ ଯଦି ଏହି ସବୁ ଭୁଲ ଗୁଡିକ କରିଥାଉ,ତେବେ ଆମକୁ ବହୁତ ଅସୁବିଧାର ସମୂଖୀନ ହେବାକୁ ପଡିଥାଏ । ଜ୍ଯୋତିଷ ଶାସ୍ତ୍ର ଅନୁସାରେ ଆମ ମଧ୍ୟରେ ଥିବା ଏହି ଖରାପ ଅଭ୍ୟାସ ଦିନେ ନା’ଦିନେ ଆମକୁ ଗରିବ କରି ଛାଡିଥାଏ । ପ୍ରଥମେ ହେଉଛି ସବୁଜାଗାରେ ଛେପ ପକେଇବା, ଏହି ଛେପ ପକାଇବା ଅଭ୍ଯାସଟି ଦିନେ ନା ଦିନେ ଆମକୁ ଦରିଦ୍ରତା ଆଡକୁ ନେଇଯାଇଥାଏ । ଯେଉଁ ବ୍ୟକ୍ତିମାନେ ଯେକୌଣସି  ଜାଗାରେ ଛେପ ପକେଇଥାନ୍ତି ।

ଅପରିଷ୍କାର କରିବା ତାଙ୍କର ଗୋଟେ ଅଭ୍ଯାସ ହେଇଯାଇଥାଏ ସେହି ବ୍ୟକ୍ତି ଜଣକର ରାଶିରେ ଥିବା ଚନ୍ଦ୍ରମା ତଳକୁ ଖସି ଜାଇଥାନ୍ତି । ଏହିଭଳି ବ୍ୟକ୍ତିଙ୍କୁ ବେଳ ଥାଉ ଥାଉ ସାବଧାନ ହେବାକୁ ପଡିବ ନହେଲେ ଦରିଦ୍ରତାରୁ କେବେ ସୁଧୁରି ପାରିବେନାହିଁ । ଦୁତୀୟରେ ହେଉଛି ଅଇଁଠା ଖାଦ୍ଯ ଛାଡି ଉଠିଯିବା ଖାଦ୍ୟ ହେଉଛନ୍ତି ମା ଅନ୍ନପୂର୍ଣ୍ଣା ଖାଦ୍ଯ ଛାଡି ଉଠିବା ମାନେ ମାତା ଅନ୍ନପୂର୍ଣ୍ଣାଙ୍କ ଅପମାନ । ତେଣୁ ଯେତିକି ଖାଇବେ ସେତିକି ଖାଦ୍ଯ ଆଣି ଖାନ୍ତୁ ।

ତୃତୀୟରେ ହେଉଛି ଶୋଇବା ଶେଜକୁ ସର୍ବଦା ସଫା ରଖନ୍ତୁ । ଅଧିକାଂଶ ଲୋକ ଶୋଇଲା ଶେଜରୁ ସେମିତି ଉଠି ଆସନ୍ତି ଏବଂ ସେହି ଶେଜଟି ସେମିତି ପଡିଥାଏ । ଏଥିରେ ମା ଲକ୍ଷ୍ମୀ ଋଷ୍ଠ ହେଇଥାନ୍ତି ତେଣୁ ଶେଜରୁ ଉଠିବା ମାତ୍ରେ ପ୍ରଥମେ ଶେଜଟିକୁ ସଜାଡି ରଖନ୍ତୁ । ଚତୁର୍ଥରେ ପାଦକୁ ସର୍ବଦା ସଫା ରଖନ୍ତୁ, ପାଦକୁ ସଫା ରଖିବା ଦ୍ଵାରା କ୍ରୋଧ ରାଗ ରହିନଥାଏ । ଆପଣଙ୍କ ପରିବାର ମଧ୍ୟରେ ସୁଖଶାନ୍ତି ରହିଥାଏ । ତେଣୁ ପାଦକୁ ସଫା ରଖିବା ଉଚିତ ।

ପଞ୍ଚମରେ ଯଦି ଆପଣ କେଉଁଠାରେ ଚାକିରି କରିଛନ୍ତି,ତେବେ ଘରକୁ ଫେରିବା ସମୟରେ ନିଜ ସାଙ୍ଗରେ କିଛି ନା କିଛି ଖାଦ୍ଯ ସାମଗ୍ରୀ ନେଇ ଆସନ୍ତୁ । ଏହା କରିବା ଦ୍ଵାରା ଘରେ ସର୍ବଦା ଉନ୍ନତି ହେଇଥାଏ । ଷଷ୍ଠରେ ଶାସ୍ତ୍ର ରେ କୁହାଯାଇଛି ‘ଅତିଥି ଦେବ ଭବୋଃ’ ଅର୍ଥାତ ଘରକୁ ଆସୁଥିବା ବ୍ୟକ୍ତି ଭଗବାନ ଅଟନ୍ତି ଏହାର ଅର୍ଥ ସେମାନେ ଦେବତା ସାଙ୍ଗେ ସମାନ ଅଟନ୍ତି ତେଣୁ ଘରକୁ ଆସୁଥିବା ଅତିଥିଙ୍କୁ ଘର ଭିତରେ ବସେଇ କିଛି ଜଳ ପିଇବାକୁ ଦେଇ ସନ୍ତୁଷ୍ଠ କରନ୍ତୁ ।

ସପ୍ତମରେ ଘରେ ଲଗେଇଥିବା ଗଛର ଯତ୍ନ ଉଚ୍ଚିତ ଭାବେ ନିଅନ୍ତୁ । ବନ୍ଧୁଗଣ ଲଗାଇଥିବା ଗଛକୁ ନିଜ ପରିବାରର ଗୋଟିଏ ଅଙ୍ଗ ବୋଲି ଭାବି ସେହି ଗଛଗୁଡ଼ିକର ସେବା କରନ୍ତୁ । ଏହା କରିବା ଦ୍ଵାରା ଆପଣଙ୍କର ଗ୍ରହ ଶାନ୍ତି ହେଇଥାଏ ଏବଂ ମାତା ଲକ୍ଷ୍ମୀ ମଧ୍ୟ ସନ୍ତୁଷ୍ଠ ହେଇଥାନ୍ତି ।

ପୁରାଣରେ କୁହାଯାଇଛି ଗଛ ମଧ୍ୟରେ ଦେବାଦେବୀ ବାସ କରନ୍ତି । ଯଦି, ଆପଣ ଘରେ ଲଗାଇଥିବା ଗଛଗୁଡ଼ିକର ସେବା କରନ୍ତି ଅର୍ଥାତ ଯତ୍ନ ନିଅନ୍ତି, ଗଛରେ ନୀତିଦିନ ପାଣି ଦିଅନ୍ତି ଯାହାଫଳରେ ଗଛଟି ସତେଜ ରହିଥାଏ ତେବେ ଆପଣଙ୍କୁ ବହୁତ ପୂଣ୍ୟ ମିଳିଥାଏ ମା ଲକ୍ଷ୍ମୀ  ଏବଂ ଭଗବାନ ନାରାୟଣ ଆପଣଙ୍କ ଉପରେ ସନ୍ତୁଷ୍ଠ ହେଇଥାନ୍ତି । ଏହିସବୁ ଉପାୟ କରିବା ଦ୍ଵାରା ଆପଣଙ୍କୁ ପୂଣ୍ୟ ମିଳିଥାଏ ।

ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।

Leave a Reply

Your email address will not be published. Required fields are marked *