SRKଙ୍କ ସାନ ପୁଅ AbRam Khan ଏବେ ଝୁରି ହେଉଛି ବଡ ଭାଇ Aryanଙ୍କୁ, 2 ତାରିଖରୁ ଫେରିନି Aryan…. Mannant ରେ ବନ୍ଦ ରହିଛି ନ୍ୟୁଜ ଚ୍ଯାନେଲ

ବଲିଉଡ କିଙ୍ଗ ଖାନ ଶାହରୁଖ ଖାନଙ୍କ ପୁଅ ଆର୍ୟନ ଖାନ ଗତ ୨ ତାରିଖରୁ ଘରକୁ ଫେରି ନାହି । କାରଣ ଡ୍ର-ଗ୍ସ ମା-ମ-ଲା-ରେ ଆର୍ୟନ ଆର୍ଥନ ଜେ-ଲରେ ଅଛନ୍ତି । ଆର୍ୟନଙ୍କ ଫେରିବା ବାଟକୁ ଚାହିଁ ବସିଛନ୍ତି ତାଙ୍କର ସାନ ଭାଇ ଆବ୍ରମ । ନିଜ ବଡ ଭାଇକୁ ସାନ ଭାଇ ଆବ୍ରମ ଏତେ ବଡ ଘରେ ଖୋଜି ହେଉଛି ଯାହା ପାଇଁ ତାଙ୍କ ପରିବାର ଲୋକେ ତାଙ୍କୁ ବର୍ତ୍ତମାନ ବୁଝାଇବାରେ ଲାଗିଛନ୍ତି । ଆବ୍ରମ ଆର୍ୟନଙ୍କ ସହ ଖେଳିବା ଠାରୁ ଆରମ୍ଭ କରି ସବୁ କାମ କରୁଥିଲା । ତେବେ ଏତେ ଦିନ ହେଲା ନିଜ ବଡ ଭାଇକୁ ପାଖରେ ନ ପାଇ ଆବ୍ରମ ବ୍ୟାସତ ବିବ୍ରତ ହୋଇ ପଡିଛି ।

ମା ଗୌରି ଖାନ ଆବ୍ରମଙ୍କୁ ଆର୍ୟନଙ୍କ ଫୋଟୋ ଦେଖାଇ ବୁଝାଇବାରେ ଲାଗିଛନ୍ତି ଯେ ଏଇଠି ତୋ ଭାଇ ଯାଇଛି ଆଉ ଟିକେ ପରେ ଫେରିବ । ଏହିଭଳି ଭାବେ ଆବ୍ରମଙ୍କୁ ଭୁଲାଇବାରେ ଲାଗିଛନ୍ତି ପରିବାର ଲୋକେ । ଏମିତିକି ମନତରେ ଟିଭି ମଧ୍ୟ ଲାଗୁ ନାହି । କାରଣ ଟିଭିରେ ଆର୍ୟନଙ୍କୁ ନେଇ ସମାଚାର ପ୍ରସାର ହେଉଛି । ଏହା ସହ ମନତରେ କେହି ମୋବାଇଲ ମଧ୍ୟ ବ୍ୟବହାର କରୁ ନାହାନ୍ତି । କେହି ଚାହୁଁ ନାହାନ୍ତି କି ସାନ ପୁଅ ଏହି ଘଟଣା ବିଷୟରେ ଜାଣୁ ବୋଲି । ଅନ୍ୟ ପଟେ ଆବ୍ରମଙ୍କୁ ସମ୍ଭାଳୁଛନ୍ତି ତାଙ୍କ ବଡ ଭଉଣୀ ସୁହାନା ଖାନ ।

ଆର୍ୟନଙ୍କୁ ନେଇ ନେଇ ଶାହରୁଖ ଓ ଗୌରି ଖାନ ଚି-ନ୍ତି-ତ ରହୁଛନ୍ତି କାରଣ ଆର୍ୟନଙ୍କୁ ଜେ-ଲରୁ ଫେରାଇବା ପାଇଁ ଅନେକ ଚେଷ୍ଟା କରିଥିଲେ ମଧ୍ୟ ସେମାନେ ବିଫଳ ହୋଇଛନ୍ତି । ଗୌରି ଖାନ ନିଜ ଜନ୍ମଦିନରେ ନିଜ ପୁଅକୁ ଘରକୁ ଫେରାଇ ଆଣିବା ପାଇଁ ଚାହିଁଥିଲେ କିନ୍ତୁ ଏପରି କିଛି ହୋଇ ନ ଥିଲା । ଅନେକ ସମୟରେ ଶାହରୁଖ ଖାନ ସାନ ପୁଅ ଆବ୍ରମଙ୍କୁ ଟେରିଶ ଉପରେ ଧରି ଖେଳିବାର ନଜର ଆସନ୍ତି । କିନ୍ତୁ ବର୍ତ୍ତମାନ ପୁଅ ଆର୍ୟନ ଜେ-ଲ ଯିବା ପରେ ସାରୁଖାନ ନିଜକୁ ଘରେ ଲୁଚାଇ ରଖୁଛନ୍ତି । ଏମିତିକି ସୋ-ସି-ଆ-ଲ ମି-ଡି-ଆ-ରେ ମଧ୍ୟ ସାହରୁଖ ଖାନ ଆକ୍ଟିଭ ହେଉ ନାହାନ୍ତି । ନିଜକୁ ପୂରାପୂରି ଏକୁଟିଆ କରି ରଖିଛନ୍ତି କିଙ୍ଗ ଖାନ ।

ବର୍ତ୍ତମାନ ସୁହାନା ହିଁ ଆବ୍ରମଙ୍କୁ ଅନେକ କଥା କହି ଭୁଲାଇ ରଖୁଛନ୍ତି । ଗୌରି ଖାନ ଏକ ଫୋଟୋ ସେୟାର କରିଛନ୍ତି ଯେଉଁଥିରେ ତାଙ୍କର ଦୁଇ ପୁଅ ସାଥି ହୋଇ ଗେମ ଖେଳୁଛନ୍ତି । ଏହି ଫୋଟୋକୁ ଦେଖି ବର୍ତ୍ତମାନ ଝୁରି ହେଉଛନ୍ତି ପୁରା ପରିବାର । ଏହି ଘଟଣାରେ ଅଧିକ ପ୍ରଭାବିତ ହୋଇଛି ପୁଅ ଆବ୍ରମ । ସେ ବାରମ୍ବାର ପଚାରୁଛି ମୋ ଭାଇ କଣ ପାଇଁ ଘରକୁ ଆସୁ ନାହି, କେବେ ସେ ଫେରିବ ଏମିତି ଅନେକ ପ୍ରଶ୍ନ । ଏହାର ଉତ୍ତର ପରିବାର ଲୋକ ମାନେ କଣ ଦେବେ ତାହା ଜାଣିପାରୁ ନାହାନ୍ତି ।

ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତାମତ କଣ ରହିଛି ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *