Weather Alert: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣୀବଳୟ ଏବେ ଓଡିଶା ପାଇଁ ସାଜିଲା ବିପଦ

ନମସ୍କାର ବନ୍ଧୁଗଣ । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ଓଡିଶା ଉପକୂଳ ନିକଟତର ହେଉଛି ବଙ୍ଗୋପସାଗର ରେ ସୃଷ୍ଟି ହୋଇଥିବା ଘୂର୍ଣ୍ଣୀ ବଳୟ ଯାହା ଆସନ୍ତା କିଛି ଘଣ୍ଟା ମଧ୍ୟ ରେ ଉତ୍ତର ପଶ୍ଚିମ ଦିଗରେ ଓଡିଶା ଓ ପଶ୍ଚିମବଙ୍ଗ ଉପକୂଳରେ ପହଞ୍ଚିବାର ସମ୍ଭାବନା ରହିଛି । ଏହି ଘୂର୍ଣ୍ଣୀ ବଳୟ ପ୍ରଭାବ ରେ ଉପକୂଳ ଓ ଉତ୍ତର ଓଡିଶାରେ ବର୍ଷା ର ସମ୍ଭାବନା ରହିଛି । ବିଶେଷ କରି ଓଡିଶାର ପୁରୀ, ଜଗତସିଙ୍ଘପୁର, ଖୋର୍ଦ୍ଧା, କଟକ, କେନ୍ଦ୍ରାପଡା, ବାଲେଶ୍ଵର, ଭଦ୍ରକ, ଜାଜପୁର, ଢେଙ୍କାନାଳ, ମୟୂରଭଞ୍ଜ, କେଉଁଝର, ସୁନ୍ଦରଗଡ ଜିଲ୍ଲା ରେ ପ୍ରବଳ ରୁ ପ୍ରବଳ ବର୍ଷା ହେବାର ସମ୍ଭବନା ରହିଛି ବୋଲି ପାଣିପାଗ ବିଭାଗ ପକ୍ଷ ରୁ ସୂଚନା ଦିଆ ଯାଇଛି ।

ଏ ସବୁଜିଲ୍ଲା ଗୁଡିକରେ ୟେଲୋ ୱାର୍ନିଙ୍ଗ ଜାରି କରାଯିବା ସହ ସତର୍କ ରହିବାକୁ ଜିଲ୍ଲାପାଳ ମାନଙ୍କୁ ଚିଠି ଲେଖିଛନ୍ତି ସ୍ଵତନ୍ତ ରିଲିଫ କମିଶନ । ଆଜି ଓ ଆସନ୍ତା କାଲୀ ପାଇଁ ରାଜ୍ୟ ର ଏହି ଜିଲ୍ଲା ଗୁଡିକୁ ୟେଲୋ ୱାର୍ନିଙ୍ଗ ଦିଆ ଯାଇଛି । ପାଣିପାଗ ବିଭାଗ ସୂଚନା ଅନୁଯାୟୀ ମୟୂରଭଞ୍ଜ, ବାଲେଶ୍ଵର ଓ ଭଦ୍ରକ ୩ ଟି ଜିଲ୍ଲା ରେ ପ୍ରବଳ ରୁ ଅତି ପ୍ରବଳ ବର୍ଷା ହେବା ସମ୍ଭାବନା ରହିଛି । ଏହା ଛଡା ଅନ୍ୟ ଜିଲ୍ଲା ଗୁଡିକରେ ମଧ୍ୟ ବର୍ଷା ହେବାର ସମ୍ଭାବନା ରହିଛି । ଏହା ସହ ଘୂର୍ଣ୍ଣୀ ବଳୟ ଯେତେବେଳେ ଉତ୍ତର ଓଡିଶା ଦେଇ ଗତି କରିବ ସେହି ସମୟରେ କିଛି ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ହେବା ସହ ପବନର ବେଗ ମଧ୍ୟ ଅଧିକ ରହିବ ।

ଆଭ୍ୟନ୍ତରଣୀୟ ଜିଲ୍ଲା ଗୁଡିକରେ ପ୍ରବଳ ବର୍ଷା ମଧ୍ୟ ହୋଇପାରେ । ବର୍ଷା ହେବା ସହ ପବନର ଗତି ମଧ୍ୟ ତୀବ୍ର ଭାବେ ବୃଦ୍ଧି ପାଇବ । ଏଥିପାଇଁ ମଶ୍ଚ୍ୟଜୀବି ମାନଙ୍କୁ ସମୁଦ୍ରର କୁଳ କୁ ନ ଯିବା ପାଇଁ ପରାମର୍ଶ ଦିଆ ଯାଇଛି । ତେଣୁ ସବୁ ରାଜ୍ୟ ର ଜିଲ୍ଲାପାଳ ମାନେ ଏଥି ପାଇଁ ସତର୍କ ରହିବା ଉଚିତ । ଘୂର୍ଣ୍ଣୀ ବଳୟ କୁ ନେଇ ସବ୍ୟ ଜିଲ୍ଲା ତରଫରୁ ପ୍ରସ୍ତୁତି ଆରମ୍ଭ ହୋଇ ସାରିଲାଣି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *