MRI ମେସିନରେ କଷ୍ଟଦାଯକ ଭାବରେ ଫସି ଜଣେ ବ୍ୟକ୍ତିଙ୍କର ହେଲା ରୁମ କମ୍ପାଇ ଦେଲା ଭିଳି ମୃତ୍ୟୁ ,ଆଖି ବି ଆସିଯାଇଥିଲା ବାହାରକୁ

ଲୋକ ବେମାର ହେବା ପରେ କୌଣସି ହସ୍ପିଟାଲକୁ ଏହି ଭରଷାରେ ଯାଇଥାନ୍ତି କି ସେଠାରୁ ବାହାରକୁ ବାହାରିବା ପରେ ସେ ସମ୍ପୁର୍ଣ୍ଣ ଭାବେ ସୁସ୍ଥ ହୋଇ ଫେରିବେ । ଆଜି ଆମେ ଆପଣଙ୍କୁ ଏକ ଏମିତି ଚମକାଇ ଦେଲା ଭଳି କଥା କହିବୁ ଯାହା ଶୁଣି ଆପଣ ବି ଚକିତ ହୋଇଯିବେ । କିଛି ଦିନ ପୂର୍ବେ ହସ୍ପିଟାଲରେ ଯେତବେଳେ ଜଣେ ବ୍ୟକ୍ତି ଏମଆରଆଇ କରିବାକୁ ଗଲେ ରହସ୍ୟମୟ ଭାବରେ ତାଙ୍କର ମୃତ୍ୟୁ ହେଲା । ଆସନ୍ତୁ ଜାଣିବା ସେହି ବ୍ୟକ୍ତିଙ୍କ ସହିତ କଣ ହୋଇଥିଲା । 

Image Courtesy: Google

୩୨ବୟସର ରାଜେଶ ଙ୍କର MRI ଟେଷ୍ଟ କରିବା ସମୟରେ ହେଲା ମୃତ୍ୟୁ

ସୂଚନା ଅନୁସାରେ ମୁମ୍ବାଇର ନାୟର ହସ୍ପିଟାଲରେ 32 ବର୍ଷ ବୟସର ରାଜେଶ କିଛି ଦିନ ହେଲା ଦେହ ଖରାପ ହେବା କାରଣରୁ ଚିକିତ୍ସା ପାଇଁ ପହଞ୍ଚିଥିଲେ । ସେଠାରେ ଡାକ୍ତରଙ୍କୁ ଦେଖାଇବା ପରେ ରାଜେଶଙ୍କୁ ଶୀଘ୍ର MRI ଟେଷ୍ଟ କରିବା ପାଇଁ କୁହାଗଲା ଯେଉଁଠିକି ତାଙ୍କ ରହସ୍ୟ ଭାବରେ ମୃତ୍ୟୁ ହୋଇଗଲା ।

Image Courtesy: Google

ଏତେ କମ ବୟସରେ ରାଜେଶଙ୍କର ମୃତ୍ୟୁ ତାଙ୍କ ଘର ଲୋକମାନଙ୍କୁ ସମ୍ପୁର୍ଣ୍ଣ ଭାବେ ଭାଙ୍ଗି ଦେଇଛି ଏବଂ ନାୟର ହସ୍ପିଟାଲକୁ ସନ୍ଦେହର ଘେରରେ ଠିଆ କରିଦେଇଛି । ଯେତବେଳେ MRI ଟେଷ୍ଟ ପାଇଁ ରାଜେଶଙ୍କୁ ନିଆଗଲା ସେତବେଳେ ତାଙ୍କ ପେଟ ଭିତରକୁ ଅକ୍କ୍ଷିଜେନ ଗ୍ୟାସ ଚାଲିଗଲା ଯେଉଁ କାରଣରୁ ତାଙ୍କର ମୃତ୍ୟୁ ହୋଇଗଲା ।

ନାୟର ହସ୍ପିଟାଲ ବିରୁଦ୍ଧରେ ପୁଲିସ କଲା କେସ

ରାଜେଶଙ୍କ ସହିତ ତାଙ୍କ ଭିଣେଇ ବି ହସ୍ପିଟାଲ ଯାଇଥିଲେ । ସେ କହିଛନ୍ତି କି ଯତବେଳେ ରାଜେଶଙ୍କୁ MRIଟେଷ୍ଟ କରିବା ପାଇଁ କୁହାଗଲା ସେତବେଳେ କିଛି ୱାଡପିଲା ତାଙ୍କୁ ଷ୍ଟେଚରରେ ନେଇ MRIରୁମକୁ ଚାଲିଗଲେ । MRIଟେଷ୍ଟ ପାଇଁ ନେଇଯିବା ସମୟରେ ତାଙ୍କ ଭିଣେଇ କହିଥିଲେ କି ପ୍ରଥମେ ରାଜେଶଙ୍କର ଶରୀରରେ ଥିବା ଘଣ୍ଟା ଏବଂ ଚେନ ଖୋଲି ଦେଇଥିଲେ କିନ୍ତୁ ଗୋଟେ କଥା ଯାହା ସବୁଠାରୁ ଅଧିକ ଚମକାଇ ଦେଲାଭଳି କଥା ହେଉଛି କି ସେହି ପିଲା ମାନେ ରାଜେଶଙ୍କୁ ଅକ୍କ୍ଷିଜେନ ମେସିନ ସହିତ ତାଙ୍କୁ ଭିତରକୁ ନେଇଯାଇଥିଲେ ।

Image Courtesy: Google

MRIରୁମରେ ଟେଷ୍ଟ କରିବା ସମୟରେ ଆକ୍ସିଜେନ ନେବାର ଅନୁମତି ନାହିଁ କିନ୍ତୁ ସେଠାରେ ବାଡବୟ ଏହା କହିଲେ କି MRIମେସିନ ଏବେ ବନ୍ଦ ଅଛି ଆକ୍ସିଜେନ ସହିତ ହିଁ ରାଜେଶଙ୍କୁ ଟେଷ୍ଟ ପାଇଁ ଶୁଆଇ ଦେଲେ । MRI ମେସିନ ପ୍ରଥମରୁ ହିଁ ଅନ ଥିଲା ଏବଂ ଯେମିତି ରାଜେଶଙ୍କୁ ଟେଷ୍ଟ ପାଇ ଶୁଆଇଦେଲେ ମେସିନ ତୁରନ୍ତ ତାଙ୍କୁ ଭିତରକୁ ଟାଣି ନେଲା ଏବଂ ଆକ୍ସିଜେନ ସିଲିଣ୍ଡରର ଢାଙ୍କୁଣୀ ଖୋଲିଗଲା ଯାହା ଦ୍ଵାରା ସବୁ ଆକ୍ସିଜେନ ରାଜେଶଙ୍କ ପେଟକୁ ଚାଲିଗଲା ।  କିଛି ସମୟ ପରେ ରାଜେଶଙ୍କର ପେଟ ଫୁଲିବାକୁ ଲାଗିଲା ଏବଂ ତାଙ୍କ ଆଖି ବାହାରକୁ ବାହାରି ଆସିଲା । ହସ୍ପିଟାଲ କର୍ମଚାରୀଙ୍କ ଲାପରବା ଯୋଗୁ ରାଜେଶଙ୍କର ମୃତ୍ୟୁ ହୋଇଗଲା । ପୁଲିସ ଆଇପିସି ଧାରା ୩୦୪ ଅନୁସାରେ ନାୟର ହସ୍ପିଟାଲ ବିରୁଦ୍ଧରେ ମାମଲା ରୁଜୁ କରିଛି ।

Leave a Reply

Your email address will not be published. Required fields are marked *