ମୁଁ କଣ ହିନ୍ଦୀ ଶିଖିନି, Daman ଗୀତ ଗାଈ ପାରି ନଥାନ୍ତି ? କାହିଁକି ଏମିତି କହିଲେ Ruturaj, ଦେଖନ୍ତୁ Exclusive Video

ଦର୍ଶକ ବନ୍ଧୁ ଅଭିନେତା ବାବୁସାନ ମହାନ୍ତିଙ୍କର ଦମନ ଫିଲ୍ମର ହିନ୍ଦୀ ଟ୍ରେଲର ରିଲିଜ ହେବା ପରେ ସାରା ଦେଶରେ ଏହି ଫିଲ୍ମକୁ ନେଇ ଚର୍ଚ୍ଚା ଜୋର ଧରିଛି । ଆଗାମୀ ସମୟରେ ଏହି ଫିଲ୍ମଟି ହିନ୍ଦୀରେ ରିଲିଜ ହେବାକୁ ଯାଉଛି । ଆପଣ ମାନେ ସମସ୍ତେ ଏହି ଫିଲ୍ମ ନିଶ୍ଚୟ ଦେଖିଥିବେ । କିନ୍ତୁ ହିନ୍ଦୀ ଡବିଙ୍ଗ ପାଇଁ ଦମନ ଫିଲ୍ମର ପୁରା ଟିମ ବହୁତ ଦିନ ଧରି ମୁମ୍ବାଇରେ ରହିଥିଲେ ।

ମୁମ୍ବାଇରେ ଫିଲ୍ମକୁ ହିନ୍ଦୀ ଡବିଙ୍ଗ କରାଯାଇଛି ଆଉ ଫିଲ୍ମର ଗୀତ ଗୁଡିକୁ ମଧ୍ୟ ହିନ୍ଦୀରେ ଡବିଙ୍ଗ କରାଯାଇ ପଲିସ କରାଯାଇଛି । ଏବେ ଏହି ଫିଲ୍ମକୁ ନେଇ ଓଡିଆ ଇଣ୍ଡଷ୍ଟ୍ରିର ପ୍ରସିଦ୍ଧ ଗାୟକ ଋତୁରାଜ ମହାନ୍ତି ଏକ ବଡ ବୟାନ ଦେଇଛନ୍ତି । ଋତୁରାଜ ନିଜ ସାକ୍ଷାତ୍କାରରେ ଏପରି କିଛି କଥା କହିଛନ୍ତି ଯାହା ଜାଣିଲେ ଆପଣ ମାନେ ଆଶ୍ଚର୍ଯ୍ୟ ହେବେ । ତେବେ ଆଉ ଡେରି ନ କରି ଆସନ୍ତୁ ଜାଣିବା ଏହା ବିଷୟରେ ।

ଗାୟକ ଋତୁରାଜ ନିଜ ସାକ୍ଷାତ୍କାରରେ କହିଛନ୍ତି “ମୁଁ ବହୁତ ଗର୍ବ ଅନୁଭବ କରୁଛି ଯେ ମୁଁ ସେହି ଫିଲ୍ମର ଏକ ଅଂଶ ହେଲି । ଯେତେବେଳେ ଫିଲ୍ମ ହିଟ ହେଇଗଲା ଆଉ ପ୍ୟାନ ଇଣ୍ଡିଆରେ ରିଲିଜ ହେବ ମୋତେ ଥରେ ତ ମଉକା ଦେବାର ଥିଲା । ମୋତେ ଖରାପ ଲାଗିଲା । ମୁଁ କଣ ହିନ୍ଦୀ ଗୀତ ଗାଇ ପାରିବିନି ନା ମୁଁ ହିନ୍ଦୀ ଶିଖିନି । ଯଦି ଶୁଖିବିନ୍ଦର ପାଜୀ ଗାଇ ଥାନ୍ତେ ତା ହେଲେ ମୋତେ ଦୁଃଖ ଲାଗି ନଥାନ୍ତା ।

ସେ ଜଣେ ଲେଜେଣ୍ଡ ତାଙ୍କ ଠାରୁ ଆମେ ଶିଖିଛୁ ଆହୁରି ଆମେ ଶିଖିବା ଆଉ ମଲା ଯାଏଁ ସିଖୁ ଥିବୁ । କିନ୍ତୁ ମୁଁ କେତେ କେତେ ଗୀତ ଗାଇଲି କିଛି ବୁଝି ପାରୁନି ମୁଁ ପୁଣି ନିଜ ଆଡୁ କହୁଛି ମୁଁ ଗାଇବି । କିନ୍ତୁ ସେଇଟା ଟିକେ ଦୁଃଖ ଲାଗିଲା ଆଗକୁ ଯଦି ଗାଇବି ପ୍ରଫେସନାଲ ୱେରେ ଗାଇବି ଆଉ ଭାଇ କିଛି ନୁହେଁ । ସେମାନେ ଇଜ୍ଜତ ବରଦାସ୍ତ କରି ପାରୁ ନାହାନ୍ତି ତେଣୁ କଣ କରାଯିବ ।

ହେଲେ ଜଗନ୍ନାଥ କେବେ ନା କେବେ ଦେଖେଇବେ ସତ କଥା ମୁଁ ଜଗା ଟୋକା ମୋତେ ବହୁତ ଭଲ ପାନ୍ତି ସେ ବି ମୋତେ ଭଲ ପାଏ । ମୁଁ ଏବେ ସମସ୍ତଙ୍କର ଭାଇ ହୋଇ ଯାଇଛି । ଆଗରୁ ନ ଥିଲି । ମୋତେ ଯେଉଁ ମାନେ ଭଲ ପାଉଛନ୍ତି ସେମାନେ ମୋତେ ଭଲ ପାଆନ୍ତୁ । କାହା ବିଷୟରେ ରାୟ ଦେବା ଠିକ ନୁହେଁ । ଆପଣ ମାନେ ଗୀତ ଶୁଣନ୍ତୁ କିନ୍ତୁ କାହା ଉପରେ ରାୟ ଦେବା ଖରାପ କଥା ।

କିଛି ତ ମୋ ପାଖରେ ଅଛି ଆଉ ତା ପାଖରେ ଅଛି” । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *