ନାଇଜେରିଆ ରେ ଗୋଟେ ବି ଝିଅ ନୁହଁ ସୁରକ୍ଷିତ, ଏଠାରେ ଏହି କାରଣରୁ ମାଆ ଗରମ ଲୁହାରେ ଚେଙ୍କ ଦିଅନ୍ତି ଝିଅମାନଙ୍କର ସ୍ତନ

ଦୁନିଆର ଅଧା ଜଣସଂଖ୍ୟାଙ୍କ ପାଇଁ କୌଣସି ବି ଜାଗା ସମ୍ପୂର୍ଣ ଭାବେ ସୁରକ୍ଷିତ ,ଏହା କହିବା ଟିକେ ଅସମ୍ଭବ । ଯଦି ଆମେ ଏହା ଭାବୁଥିବା କି ଭାରତରେ ହିଁ କେବଳ ମହିଳା ମାନଙ୍କୁ ପିତୃସତାତ୍ମକ ଭାବନା କାରଣରୁ ଭେଦ ଭାବ ର ସାମ୍ନା କରିବାକୁ ପଡିଥାଏ ତାହେଲେ ଏହା ଠିକ ନୁହେଁ । ନାଇଜେରିଆ ଏକ ଏମିତି ଦେଶ ଅଟେ ଯେଉଁଠାରେ କୌଣସି ବି ଝିଅ ସମ୍ପୂର୍ଣ ଭାବେ ସୁରକ୍ଷିତ ନୁହେଁ ।

କିଛି ନ କିଛି କୁପ୍ରଥା ସେ ସୁନ୍ନତ ହେଉ ବା କୌଣସି ଅନ୍ୟ ପ୍ରଥା କାରଣରୁ ଝିଅମାନଙ୍କୁ ଆସୁଥିବା ଦିନରେ ଏହି ଯାତନା ର ସାମ୍ନା କରିବାକୁ ହୋଇଥାଏ ।

ଯଦି ଏହିସବୁରୁ ବଞ୍ଚି ଯାଆନ୍ତି ବଳାତ୍କାର ଘଟଣା ପାଇଁ ଝିଅମାନେ ଚିନ୍ତା କରିଥାନ୍ତି । ଏଠାରେ କୌଣସି ଝିଅର ୧୦ ବର୍ଷ ହେବା ମାତ୍ରକେ ହିଁ ତାକୁ କଷ୍ଟ ଦେବା ଆରମ୍ଭ କରାଯାଇଥାଏ । ଏହି ଦେଶରେ ମାଆ ନିଜ ଝିଅର ସ୍ତନ କୁ ଗରମ ଲୁହାରେ ଚେଙ୍କ ଦେଇଥାଏ । ଏହା ଏଥିପାଇଁ ଯାହାଦ୍ୱାରା ତାଙ୍କ ସ୍ତନରେ ବୃଦ୍ଧି ନ ହୋଇପାରେ ।

ଅଲ ଯଜିରା ନାମକ ୱେବ୍ସାଇଟ ଦାବି କରିଛି ଯେ ଆଫ୍ରିକାର କେତେଗୁଡିଏ ଦେଶର ମହିଳାମାନଙ୍କର ଯୁକ୍ତି କି ଝିଅମାନଙ୍କର ଛାତି ରେ ଏଥିପାଇଁ ଚେଙ୍କ ଦିଆଯାଇଥାଏ କି ସେମାନେ ପୁରୁଷମାନଙ୍କର ଖରାପ ନଜରରୁ ବଞ୍ଚିପାରିବେ ଏବଂ ତାଙ୍କର ବଳାତ୍କାର ବି ହେବ ନାହିଁ । ଏହି କାରଣରୁ କି ଏହି କୁପ୍ରଥା କାରଣରୁ ଝିଅମାନଙ୍କୁ ଅସହନୀୟ ପୀଡା ସହିବାକୁ ପଡିଥାଏ ।.

ମିରାବେଲ ନାଇଜେରିଆ ରେ ରହୁଥିବା ଏକ ଦକ୍ଷିଣ ଆଫ୍ରିକାର ଜଣେ ଅସହାୟ ଲୋକ । ସେ ୧୦ବର୍ଷ ବୟସରେ ଏହି ଯାତନା ଆରମ୍ଭ କରିଥିଲେ । ତାଙ୍କୁ ଏହି ଯାତନା ଏଥିପାଇଁ ମିଳିଥିଲା କାରଣ ସେ ଜଣେ ଝିଅ ଥିଲେ । ମିରାବେଲଙ୍କ ପରି ହିଁ ଏଠାରେ ୧୦ ବର୍ଷ ବୟସରେ ଏହି କଷ୍ଟରେ ପ୍ରାୟ ସବୁ ଝିଅମାନଙ୍କୁ ଦିନ କାଟିବାକୁ ପଡିଥାଏ । ସେ କହିଛନ୍ତି କି ତାଙ୍କ ମାଆ ବି ତାଙ୍କ ଛାତିରେ ଗରମ ଲୁହାରେ ଚେଙ୍କ ଦେଇଥିଲେ ।

ସେ କହିଛନ୍ତି କି ଏହି ପ୍ରକ୍ରିୟା କେତେ ମାସ ବା ବର୍ଷ ପର୍ଯ୍ୟନ୍ତ ବାରମ୍ବାର କରାଯାଇ ପାରିବ । ଯେପରଜ୍ଯନ୍ତ ସ୍ତନର ବାହାରକୁ ଆସିବାର ସମ୍ଭାବନା ଶୁନ ନହୋଇଛି । ଅଲ ଯଜିରା ପାଇଛି କି କେତେକ ଅସହାୟ ପରିବାର ର ଝିଅମାନେ ଏହି ପ୍ରକାର ଭେଦଭାବରେ ପୀଡିତ ହୋଇଛନ୍ତି । ରିପୋର୍ଟ ରେ ଏହି କଥା କୁହାଯାଇଛି କି ଏହି ପ୍ରଥା  ଦକ୍ଷିଣ ଆଫ୍ରିକାରୁ ଚାଲି ଆସିଛି । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *