ନବ ରସ ଭିତରୁ ତମର କୋଉ ରସ, ତୁମେ ଯେଉଁ ଡ୍ୟାନ୍ସ କରୁଛ ସେଥିରେ କେତେଟା ରସ ବାହାରୁଛି…. ଦେଖନ୍ତୁ Nisha Maharana ବିବାଦରେ କଣ କହୁଛନ୍ତି ଯାତ୍ରା କଳାକାର

ଦର୍ଶକ ବନ୍ଧୁ ଯାତ୍ରା ହେଉଛି ଓଡିଶାର ସଂସ୍କୃତି । କିନ୍ତୁ କିଛି ଆଇଟମ ଗାର୍ଲ ଙ୍କ ପାଇଁ ବୋଧ ହୁଏ ଏବେ ଏହି ସଂସ୍କୃତି ଉପରେ ପ୍ରଶ୍ନ ଉଠିଛି । ବର୍ତ୍ତମାନ ସମୟରେ ଯାତ୍ରା ଇଣ୍ଡଷ୍ଟ୍ରି ରେ ନିଶା ମହାରଣା କୁ ଅନେକ ବିବାଦ ସୃଷ୍ଟି ହୋଇଛି । ଯାହା ପାଇଁ ଯାତ୍ରା କଳାକାର ମାନେ ଘୋର ପ୍ରତିବାଦ କରୁଛନ୍ତି । ଆଉ ନିଶା ଙ୍କୁ ଯାତ୍ରା ରେ ପୁରାଇ ଦେବେ ନାହି ବୋଲି ସ୍ଲୋଗାନ ମଧ୍ୟ ଦେଇଛନ୍ତି ।

କାରଣ ନିଶା ମହାରଣା ଜେଭଳି ଭାବେ ଅ-ଶ୍ଳୀ-ଳ ନୃ-ତ୍ୟୁ କରୁଛନ୍ତି ତାହା ପାଇଁ ଯାତ୍ରା କଳକାର ମାନେ ଏହାର ବିରୋଧ କରିବା ଆରମ୍ଭ କରି ଦେଇଛନ୍ତି । ତେବେ ଏ ବିଷୟରେ ଅନେକ କଥା ବୟାନ ଦେଇଛନ୍ତି ରଙ୍ଗ ମହଲର କିଛି ସୁନାମଧନ୍ୟ କଳାକାର ମାନେ । ତେବେ ଆସନ୍ତୁ ଆଉ ଡେରି ନ କରି ଜାଣିବା ଏହି ଖବର ବିଷୟରେ ସଂପୂର୍ଣ୍ଣ ବିବରଣୀ ।

ଗଣମାଧ୍ୟମ ରେ ସୁନାମଧନ୍ୟ ତଥା ବରିଷ୍ଠ କଳାକାର ମାନେ କହିଛନ୍ତି ଯେ ” ଯେ ହେତୁ ସରକାର ନିୟମ କରି ଦେଇଥିଲେ, ଘୋଷଣା କରି ଦେଇକନ୍ତି, ପେପର ଇସୁ କରି ଦେଇଥିଲେ କି ଆଇଟମ ଗାର୍ଲ ଯାତ୍ରା ମଞ୍ଚରେ ବ୍ୟାନ ହେଲା । ଏହା ନ ମାନି ପରବର୍ତ୍ତୀ ଡେଟ ରେ ହେଲେ ଯାହା ପାଇଁ କଳାକାର ମାନେ ଉତକ୍ଷିପ୍ତ ହେଲେ । ସରକାରଙ୍କ ନିୟମ କୁ ନ ମନୟ ଏତେ କଥା ହେଉଛି ତେଣୁ ଆମେ ବିରୋଧ କରିବା ।

କେବଳ ତାଙ୍କ ପାଇଁ ନୁହେଁ ବରଂ ଯେଉଁ ଆଇଟମ ଗାର୍ଲ ମାନେ ଆସିବେ ସମସ୍ତଙ୍କ ପାଇଁ କଳାକାର ମାନେ ଉତକ୍ଷିପ୍ତ ହେବେ । ଏଟା ସ୍ଵାଭାବିକ କଥା । ଆଉ ଗୋଟେ କଥା ହେଉଛି ପାଣି ଯେବେ ନଦୀ ରେ ଥାଏ ସେତେବେଳେ ମାଛ ମାନଙ୍କର ଛତପତ ଜଣା ପଡେ ନାହି । ଯେତେବେଳେ ପାଣି ସୁଖୀ ଶୁଖି ଆସେ ସେତେବେଳେ ମାଛ ମାନଙ୍କର ରୂପ ଜଣା ପଡେ ।

ଆଉ ଏବେ ଯାହା ଧମକ ଆସୁଛି ତାହା ମାଇନର କଥା ହୋଇ ଗଲାଣି । ଘରେ ଘରେ ବି ଦେଶୀ ଧରିକି ଲୋକେ ବୁଲୁଛନ୍ତି । ଆଇଟମ ଅର୍ଥ କଣ ? ଆମେ ଯେବେ ଲଞ୍ଚ କରୁଛୁ ଭାତ ହେଉଛି ମୁଖ୍ୟ । ଆଉ ବାକି ଯାହା ରହିଲା ତାହା ହେଉଛି ଆଇଟମ । ଆଇଟମ ର କିଛି କ୍ଵାଇତି ନ ଥାଏ । ଆଇଟମ ଗୋଟେ ପ୍ଲାଟଫର୍ମ ନୁହେଁ ଏଟା ହେଉଛି ଯାତ୍ରା ସଂସ୍ଥା । ଓଡିଶାର କଳା ଐତିହ୍ୟ ।

ଯେଉଁ ଆଇଟମ ମାନେ ଅଛନ୍ତି ସେମାନେ ବଞ୍ଚନ୍ତୁ । ହଜାର ପ୍ରକାରର ଉପାୟ ଅଛି ବଞ୍ଚନ୍ତୁ । ନବ ରସ ଭିତରୁ ଆଇଟମ ରସ ତ କିଛି ନାହିଁ ,ତୁମେ ଯେଉଁ ଡ୍ୟାନ୍ସ କରୁଛ ସେଥିରେ କେତେଟା ରସ ବାହାରୁଛି” I ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *