Barsha ଓ Anubhab ଙ୍କ ବିବାହ ବିଚ୍ଛେଦ ମାମଲାରେ ଆସିଲା ନୂଆ ମୋଡ, ଦେଖନ୍ତୁ Video କଣ କହୁଛନ୍ତି ଓକିଲ

ଆପଣ ମାନେ ଜାଣିଥିବେ ଓଲିଉଡ ଜଗତର ଦୁଇ ଯୋଡି ଯିଏ କି ଅନେକ ଫିଲ୍ମରେ ଏକାଠି ଅଭିନୟ କରି ଖୁବ ଲୋକପ୍ରିୟତା ହାସଲ କରିବାରେ ସଫଳ ହୋଇଛନ୍ତି । ସେମାନେ ହେଉଛନ୍ତି ସୁପର ଷ୍ଟାର ଅନୁଭବ ମହାନ୍ତି ଓ ଅଲିଉଡ କୁଇନ ବର୍ଷା ପ୍ରିୟଦର୍ଶିନୀ । ଦୁହେଁ ଫିଲ୍ମ ଦୁନିଆରେ ଯେମିତି ଯୋଡି ହୋଇଥିଲେ ଠିକ ସେମିତି ରିୟଲ ଲାଇଫରେ ମଧ୍ୟ ପରସ୍ପର ସହ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ।

କିନ୍ତୁ ଗତ କିଛି ଦିନ ହେବ ପାରିବାରିକ କଳହ ଯୋଗୁ ଦୁହେଁ ପରସ୍ପର ଠାରୁ ଅଲଗା ହେବା ପାଇଁ ନିଷ୍ପତି ନେଇଛନ୍ତି । ସେଥିପାଇଁ ଦୁହେଁ କୋର୍ଟର ଦ୍ଵାରସ୍ଥ ହୋଇଛନ୍ତି । କିନ୍ତୁ ଖବର ମୁତାବକ ଅନୁଭବ କୋର୍ଟର ଡେଟ ଅନୁସାରେ ହାଜର ହେଉଥିଲେ ମଧ୍ୟ ବର୍ଷ ହାଜର ହେଉ ନାହାନ୍ତି । ସେଥିପାଇଁ ଅନେକ ବିବାଦ ସୃଷ୍ଟି ହେବାରେ ଲାଗିଛି । ଏମିତିକି ବର୍ଷା ଅନୁଭବ ଓ ତାଙ୍କ ପରିବାର ବି-ରୁ-ଦ୍ଧ-ରେ ତାଙ୍କ ଜୀବନ ପ୍ରତି ବିପଦ ଥିବାର ଯେଉଁ ଅ-ଭି-ଯୋ-ଗ କରିଥିଲେ ଠିକ ସେହି ଅ-ଭି-ଯୋ-ଗ ଅନୁଭବ ବର୍ଷାଙ୍କ ନାଁ ରେ ଗତ କିଛି ଦିନ ହେବ ପୁରିଘାଟ ଥାନାରେ କରିଛନ୍ତି ।

ତେବେ କୋର୍ଟର ନିଷ୍ପତି ଅନୁସାରେ ଦୁହିଙ୍କୁ ଅନେକ ଥର କାଉନ୍ସିଲର କରାଯାଇ ବୁଝାମଣା କରିବା ପାଇଁ ଚେଷ୍ଟା କରା ଯାଉଛି । ତେବେ ଏହି ଦୁହିଙ୍କ କେସକୁ ନେଇ ଅନୁଭବଙ୍କ ଓକିଲ କହିଛନ୍ତି ବର୍ଷାଙ୍କ ଓକିଲ କପି ମାଗିଥିଲେ ଯାହା କୋର୍ଟ ତରଫରୁ ତାଙ୍କୁ ଦେବା ପାଇଁ ଅନୁମତି ମିଳିଥିଲା । ହିନ୍ଦୁ ବିବାହ ଅନୁସାରେ ବିଭର ୬ ମାସ ମଧ୍ୟ ରେ ଅଲଗା ହେବା ପାଇଁ ନିଷ୍ପତି ନିଆଯାଏ ।

ତେଣୁ ଦୁହେଁ ଅଲଗା ହେବା ପାଇଁ ଯେଉଁ ନିଷ୍ପତି ନେଇଛନ୍ତି ସେଥିପାଇଁ ଅନୁଭବଙ୍କ ଓକିଲଙ୍କ ତରଫରୁ ଯେତେ ଜଲ୍ଦି ସମ୍ଭବ ଏହା ହୋଇ ପାରିବ ସେଥିପାଇଁ ନିବେଦନ କରା ଯାଇଛି । ଅଳ୍ପ ଦିନ ମଧ୍ୟ ରେ ଏହି କେସ ଶେଷ ହେବା ପାଇଁ ଟାର୍ଗେଟ ରଖି ଅନୁଭବଙ୍କ ଓକିଲ କୋର୍ଟ ରେ ଆପିଲ କରିଛନ୍ତି ।

ବର୍ଷା ଯେଉଁ ଟିଆରପି ଫାଇଲ କରିଥିଲେ ସେଥି ପାଇଁ ସୁପ୍ରିମ କୋର୍ଟ ଡାଇରେକ୍ସନ ଦେଇଥିଲେ ଯେ ଯେତେ ଜଲ୍ଦି ସମ୍ଭବ ଏହି କେସ କୁ ସାରିବାକୁ ଅନୁମତି ଦେଇଛନ୍ତି । କୋର୍ଟ ବର୍ଷ ଓ ଅନୁଭବଙ୍କ କେସ କୁ ନେଇ ଜଲ୍ଦି ସମାଧାନ କରିବେ ବୋଲି ଅନୁଭବଙ୍କ ଓକିଲ କହିଛନ୍ତି ।

ବନ୍ଧୁଗଣ ବର୍ଷା ଓ ଅନୁଭବଙ୍କ ମାମଲାକୁ ନେଇ ଆପଣ ମାନଙ୍କର ମତାମତ କଣ ରହିଛି ମାକୁ କମେଣ୍ଟ ମାଧ୍ୟମରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *