ଓଡିଆ ଢଗ ଢମାଳି : ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁଁ କିଏ କୁହ ?

ଆଗ କାଳ ରେ ଲୋକ ନିଜ ବୁଦ୍ଧି ପରୀକ୍ଷା ପାଇଁ ପ୍ରହେଳିକା ବୁଝାଉଥିଲେ ତାଙ୍କ ଅନୁଯାଇ ପ୍ରହେଳିକା ଯିଏ ଯେତେ ଶୀଘ୍ର ସମାଧାନ କରି ପାଇଲା ସେ ସେତିକି ବୁଦ୍ଧିମାନ ହୋଇ ଥାଏ, ଲୋକ ପ୍ରହେଳିକା ନିଜ ବୁଦ୍ଧି ବିକାଶ ପାଇଁ ମଧ୍ୟ ଖେଳନ୍ତି ।

କିନ୍ତୁ ପ୍ରହେଳିକା ରେ ମଧ୍ୟ କେତେକ ଏମିତି ପ୍ରଶ୍ନ ଅଛି ଯାହା ପରେ ବହୁତ ଲୋକଙ୍କ ବୁଦ୍ଧି ଫେଲ ହୋଇ ଥାଏ, ବହୁତ ଏମିତି ଲୋକ ମଧ୍ୟ ଅଛନ୍ତି ଯିଏ ଯାହା କଲେ ମଧ୍ୟ ଉତ୍ତର ଖୋଜି ଦିଅନ୍ତି ।

Image Courtesy: Google

୧. ସେ କିଏ ଯାହାକୁ କିଛି ଖାଇବାକୁ ଦେଲେ ବଞ୍ଚିଥାଏ, ପାଣି ପିଇବାକୁ ଦେଲେ ମରିଯାଏ ?

ଉତ୍ତର : ନିଆ

୨. ଗୋଟିଏ ଗଛର ଫଳର ଦୁଇଟି ନାମ କଞ୍ଚା ଥିଲେ ଗୋଟିଏ ନାମ ଏବଂ ପାଚିଲେ ଆଉ ଗୋଟିଏ ନାମ ?

ଉତ୍ତର : ନଡିଆ / ପଇଡ

୩. ଦେଖିବାକୁ ଗୋଲ କିନ୍ତୁ ବଲ ନୁହେଁ, ଲାଞ୍ଜ ଅଛି କିନ୍ତୁ ପଶୁ ନୁହେଁ, ଲାଞ୍ଜଧରି ତାର ଖେଳନ୍ତି ସମସ୍ତେ ତଥାପି କାନ୍ଦେନୀ କୁହ ସେ କିଏ ?

ଉତ୍ତର : ବେଲୁନ

୪. ଖାଇଲେ ଫଳ, ଡାକିଲେ ଝିଅ, ଆଙ୍କିଲେ ରଙ୍ଗ, ମୁଁ କିଏ କୁହ ?

ଉତ୍ତର : କମଳା

Image Courtesy: Google

୫. ବର୍ଷା ଦିନେ କାନ୍ଦେ ଶିତ ଦିନେ ସୁଏ ଖରା ହେଲେ ଛାଇ ସଭିଙ୍କୁ ମୁଁ ଦିଏ ରଙ୍ଗ ବିଟାଙ୍ଗର କପଡା ମୁଁ ପିନ୍ଧେ ବୁଦ୍ଧି ଅଛି ଯଦି କୁହ ମୁଁ କିଏ ?

ଉତ୍ତର : ଛତା

୬. ପଥର ହେଲେବି ମୁଁ ପାଣି କୁହ ମୁଁ କିଏ ?

ଉତ୍ତର : ବରଫ ନଚେତ କୁଆ ପଥର

୭. ବାବାଜୀ ନୁହେଁ ତା ବଢିଛି ଦାଢି, ପାଦ ତଳ ଯାଏ ଆସିଛି ମାଢି ପିଲାଏ ଖେଳନ୍ତି ଦାଧିରେ ଦୋଳି ପକ୍ଷିଏ ଖାଆନ୍ତି ତା ନାଲି କୋଳି ?

ଉତ୍ତର : ବର ଗଛ

୮. ଧରିଲେ ଧରା ଦିଏ ନାହିଁ ଦେଖିଲେ ଦେଖା ଦିଏ ଯୁଆଡେ ଗଲେ ଯାଏ ସିଏ କହଭାଇ କଃ କଣ ସିଏ ?

ଉତ୍ତର : ନିଜର ଛାଇ

Image Courtesy: Google

୯. ସେଇଟା କେଉଁ ଜିନିଷ ଯାହାକୁ ସବୁ ଛୋଟ ପିଲା ଖାଉଛନ୍ତି କିନ୍ତୁ କେହି ପସନ୍ଦ କରନ୍ତି ନାହିଁ ?

ଉତ୍ତର : ପୋଲିଓ

୧୦. ଏମିତି ବାଘସେ ଛାଡେନି ଘର ଖାଏନି ମଣିଷ ପିଏ ସେ କ୍ଷୀର ମା ଦେଖିଲେ ମାଉସୀ ଦେଖଲୋ କୁକୁରକୁ ତାର ପ୍ରବଳ ଡର ?

ଉତ୍ତର : ବିଲେଇ

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ ।

Leave a Reply

Your email address will not be published. Required fields are marked *