ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣ ମାନଙ୍କୁ ଓଲିଉଡ ଫିଲ୍ମ ର କମେଡିଆନ ହରି ଭାଇ ଙ୍କ ସମ୍ବନ୍ଧରେ କହିବୁ । ତାଙ୍କ ବ୍ୟକ୍ତିଗତ ଜୀବନ, ପରିବାର, ଘର ଓ ଧନ ସମ୍ପତ୍ତି ଆଦି ସମ୍ବନ୍ଧରେ ଆପଣ ମାନଙ୍କୁ ଅବଗତ କରାଇବୁ । ତେବେ ଆସନ୍ତୁ ଓଲିଉଡ ଇଣ୍ଡଷ୍ଟ୍ରୀ ର ଏହି ପ୍ରସିଦ୍ଧ କମେଡିଆନ ହରି ଭାଇ ଙ୍କ ସମ୍ବନ୍ଧରେ ଜାଣିବା । ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରୀ ଫିଲ୍ମ ର ପ୍ରସିଦ୍ଧ କମେଡିଆନ ହରି ଭାଇ ଙ୍କ ପ୍ରକୃତ ନାମ ହେଉଛି,’ ହରିହର ମହାପାତ୍ର’ ।
ଏହି ମହାନ ଅଭିନେତା ଜଣକ ୧୯୭୫ ମସିହା ଡିସେମ୍ବର ମାସ ୨୩ ତାରିଖରେ ଜନ୍ମଗ୍ରହଣ କରିଥିଲେ । ଓଡ଼ିଶା ର ଭଦ୍ରକ ସ୍ଥିତ ଭଣ୍ଡାରି ପୋଖରୀ ଗ୍ରାମ ଅଞ୍ଚଳ ରେ ସେ ଜନ୍ମ ଗ୍ରହଣ କରିଛନ୍ତି । ସେହି ଅଞ୍ଚଳରେ ଥିବା ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରେ ଏହି ଅଭିନେତା ଜଣକ ନିଜର ଅଭିନୟ ଶିକ୍ଷା ଆରମ୍ଭ କରିଥିଲେ ।
ଏହି ଅଭିନେତା ଙ୍କ ବ୍ୟକ୍ତିଗତ ଜୀବନ ସମ୍ବନ୍ଧରେ ଯଦି କହିବା ତେବେ ସେ ବିବାହିତ ଅଟନ୍ତି ଏବଂ ତାଙ୍କ ପତ୍ନୀ ଙ୍କ ନାମ ମୋନାଲିସା ମହାପାତ୍ର ଅଟେ । ଏହି ଅଭିନେତା ଜଣେ କନ୍ୟା ସନ୍ତାନ ଙ୍କ ପିତା ମଧ୍ୟ ଅଟନ୍ତି । ବନ୍ଧୁଗଣ ଆପଣ ମାନେ ଏହି ଫଟୋ ମାଧ୍ୟମରେ ଅଭିନେତା ହରିହର ମହାପାତ୍ର ଙ୍କ ପତ୍ନୀ ଏବଂ ତାଙ୍କ ଝିଅ ଙ୍କୁ ଦେଖି ପାରୁଥିବେ ।
ଅଭିନେତା ହରିହର ମହାପାତ୍ର ୧୯୯୫ ମସିହାରେ ଅଭିନୟ ଜଗତ ରେ ପାଦ ଦେଇଥିଲେ । ଏହାପରେ ସେ ଜୀବନରେ କେବେବି ପଛକୁ ଅନାଇ ଦେଖି ନାହାନ୍ତି ଏବଂ ଗୋଟିଏ ପରେ ଗୋଟିଏ ସୁପରହିଟ ଫିଲ୍ମ ରେ କମେଡ଼ି ରୋଲ ରେ ଅଭିନୟ କରିଛନ୍ତି । ତାଙ୍କ ଅଭିନୀତ ଫିଲ୍ମ ଗୁଡ଼ିକ ମଧ୍ୟରୁ, ‘ଲଭ ଡଟ କମ’, ‘ଆଖିରେ ଆଖିରେ’, ‘ପାଗଳ କରିଛୁ ତୁ’, ‘ହାତ ଧରି ଚାଲୁଥା’, ‘ରୁମକୁ ଝୁମାନା’ ଭଳି ସୁପରହିଟ ଫିଲ୍ମ ସାମିଲ ରହିଛି ।
ଏହା ସହିତ ୨୦୦୨ ମସିହାରେ ଫିଲ୍ମ ‘ସିନ୍ଦୁର ନୁହେଁ ଖେଳ ଘର’, ୨୦୦୪ ମସିହାରେ ଫିଲ୍ମ ‘କଥା ଦେଇଥିଲି ମାଆ କୁ’ ଏବଂ ୨୦୧୦ ରେ ୩ଟି ଚଳଚ୍ଚିତ୍ର ‘ଆଖି ପଲକରେ ତୁ’, ‘ଦିଲ ତତେ ଦେଇଛି’, ‘ପ୍ରେମ ଅଢ଼େଇ ଅକ୍ଷର’ ଭଳି ଫିଲ୍ମ ତାଙ୍କ ଅଭିନୀତ ଫିଲ୍ମ ମଧ୍ୟରୁ ଅନ୍ୟତମ ।
ଏହି ଅଭିନେତା ଙ୍କ ରାଜନୀତି କ୍ୟାରିଅର ସମ୍ବନ୍ଧରେ ଯଦି କହିବା ତେବେ ସେ ଜଣେ ବିଜେପି କର୍ମୀ ଅଟନ୍ତି । ନିଜର ଦମଦାମ କମେଡ଼ି ଅଭିନୟ ପାଇଁ ଏହି ଅଭିନେତା ଜଣକ ୨୦୧୪ ଏବଂ ୨୦୧୫ ମସିହାରେ ତରଙ୍ଗ ସିନେ ଆୱାର୍ଡ ରେ ବେଷ୍ଟ କମେଡିଆନ ର ଆୱାର୍ଡ ହାସଲ କରିଥିଲେ । ବନ୍ଧୁଗଣ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଅଭିନେତା ଙ୍କ ସମ୍ପତ୍ତି ସମ୍ବନ୍ଧରେ ।
ଅଭିନେତା ହରିହର ମହାପାତ୍ର ଗୋଟିଏ ଫିଲ୍ମ ରେ କମେଡ଼ି ରୋଲରେ ଅଭିନୟ କରିବା ନିମନ୍ତେ ପାଖାପାଖି ୪ ରୁ ୫ ଲକ୍ଷ ଟଙ୍କା ନିଅନ୍ତି ଏବଂ ଗୋଟିଏ ଷ୍ଟେଜ ସୋ ରେ କାମ କରିବା ପାଇଁ ସେ ୩୦ ରୁ ୫୦ ହଜାର ଟଙ୍କା ନିଅନ୍ତି । ଏହି ଅଭିନେତା ଙ୍କ ଗୋଟିଏ ରାଜକୀୟ ଘର ମଧ୍ୟ ରହିଛି ଏବଂ ଦୁଇଟି କାର ମଧ୍ୟ ଅଛି । ଅଭିନେତା ହରିହର ମହାପାତ୍ର ଙ୍କ ସମୁଦାୟ ସମ୍ପତ୍ତି ର ଆନୁମାନିକ ମୂଲ୍ୟ ପାଖାପାଖି ୫୦ ରୁ ୬୦ ଲକ୍ଷ ଟଙ୍କା ଅଟେ ।
ଆମେ ଆପଣଙ୍କ ପାଇଁ ଏଭଳି ତଥ୍ୟ ସବୁବେଳେ ନେଇ ଆସୁ, ଭଲ ଲାଗିଲେ ଆମକୁ ଲାଇକ ଏବଂ ଫଲୋ କରିବା ପାଇଁ ଆଦୌ ଭୁଲନ୍ତୁ ନାହିଁ। ସେୟାର୍ କରି ନିଜ ପରିଜନ ଙ୍କ ନିକଟରେ ନିଶ୍ଚୟ ପହଞ୍ଚାନ୍ତୁ, ଧନ୍ୟବାଦ।