ଓଡିଆ ହିରୋଇନ Architaଙ୍କ ଜୀବନୀ ଓ ଜୀବନର ଦୁଃଖ ଭରା କାହାଣୀ, ଦେଖନ୍ତୁ Video

ସବ୍ୟସାଚୀ ଅର୍ଚିତାଙ୍କୁତ ଆପଣ ବହୁତ ଭଲ ଭାବରେ ଜାଣିଥିବେ । ତାହେଲେ ବିବାହ ପରେ ପ୍ରଥମ ଥର ପାଇଁ ୩୨ ତମ ଜନ୍ମ ଦିନ ସବ୍ୟସାଚିଙ୍କ ଘରେ ପାଳନ କରିଛନ୍ତି ଅର୍ଚିତା ସାହୁ । ଆଜି ଆମ ଅର୍ଚିତାଙ୍କ ଜୀବନୀ ବିଷୟରେ ଏମିତି କଥା ଜାଣିବା ଯାହାକି ଆପଣ ମାନେ ଜାଣିନଥିବେ । ସେଥି ପାଇଁ ଲେଖାଟି ଶେଷ ପର୍ଯ୍ୟନ୍ତ ପଢନ୍ତୁ ।

ଅର୍ଚିତା ସାହୁ ୧୯୯୦ ଜୁନ ୨୯ ତାରିଖରେ ଜନ୍ମ ଗ୍ରହଣ କରିଥିଲେ । ଛୋଟ ବେଳୁ ତୁଲସୀ ଦୁଇ ପତ୍ର ବସିଲା ଭଳି ତାଙ୍କ ଟ୍ୟାଲେନ୍ଟ ସମସ୍ତଙ୍କୁ ଦେଖାଇ ଥିଲେ । ଆଉ ସେ ମାତ୍ରା ୬ ବର୍ଷ ବୟସରେ ଓଡିଶୀ ଡାନ୍ସ ଶିଖିଥିଲେ । ଅର୍ଚିତାଙ୍କ ଶିକ୍ଷା ଗତ ଯୋଗ୍ୟତା ଯଦି ଆମେ ଦେଖିବା ଡିଏମ ସ୍କୁଲରୁ ପାଠ ପଢା ସାରିଥିଲେ । ଆଉ ତା ପରେ କୀଟ ୟୁନିଭରସିଟିରେ ବିଟେକ ଶେଷ କରିଥିଲେ ।


ଆଉ ଛୋଟ ବେଳୁ ସେ ମଲ୍ଟି ଟ୍ୟାଲେନଟେଡ ଥିଲେ । ୨୦୦୪ ମସିହାରେ ପ୍ରଥମେ ସେ ମିସ କଳିଙ୍ଗ ହୋଇଥିଲେ । ଆଉ ତାକୁ ସେତେବେଳେ ମାତ୍ରା ୧୪ ବର୍ଷ ବୟସ ହୋଇଥିଲା । ୨୦୦୫ ମସିହାରେ ଅର୍ଚିତାଙ୍କର ପ୍ରଥମ ଓଡିଆ ଫିଲ୍ମ ଆସିଥିଲା । ଆଉ ତାର ନାମ ଥିଲା ଓ ମାଈ ଲଭ । ସେତେବେଳେ ତାଙ୍କୁ ମାତ୍ର ୧୫ ବର୍ଷ ବୟସରେ ହୋଇଥିଲା । ମାତ୍ରା ୧୫ ବର୍ଷ ବୟସରେ ଅଲିଉଡ ଇଣ୍ଡଷ୍ଟ୍ରିକୁ ଆସିଥିଲେ । ବର୍ତମାନ ସେ ୩୫ ରୁ ଅଧିକ ଫିଲ୍ମ କରିଛନ୍ତି । ସବ୍ୟସାଚିଙ୍କ ସହିତ ତାଙ୍କର ସବୁ ଫିଲ୍ମ ହିଟ ହୋଇଛି ଆଉ ଦର୍ଶକ ମାନେ ମଧ୍ୟ ବହୁତ ପସନ୍ଦ କରିଛନ୍ତି ।


ତାପରେ ୨୦୦୧ ରେ ମିସ ଇଣ୍ଡିଆର ରନ୍ନରଅପ ହୋଇଥିଲେ ଅର୍ଚିତା । ତାହେଲେ ଓଡିଆର ଅର୍ଚିତା ସାହୁ ଏମିତି ଗୋଟେ ହିରୋଇନ ସେ ତିନି ତିନି ଥର ବେଷ୍ଟ ଅଭିନେତ୍ରୀର ଏୱାର୍ଡ ପାଇଛନ୍ତି । ଏହା ସହିତ ଅର୍ଚିତା ଓଲିଉଡର ଆଗ ଧାଡିର କଳାକାର ମାନଙ୍କ ସହିତ ଜବରଦସ୍ତ ଅଭିନୟ କରିଛନ୍ତି । ଆଉ ଏହା ଦ୍ଵାରା ଓଡିଶାର ଦର୍ଶକ ମଧ୍ୟ ତାଙ୍କୁ ବହୁତ ଭଲ ପାଇବା ଦେଇଛନ୍ତି ।

କିନ୍ତୁ ଅର୍ଚିତା ଓ ସବ୍ୟସାଚୀଙ୍କ ଯୋଡିରେ ଆସୁଥିବା ଫିଲ୍ମକୁ ଲୋକ ମାନେ ବହୁତ ପସନ୍ଦ କରିଥାନ୍ତି । ତାଙ୍କ ଦୁଇଜଣଙ୍କ ଯୋଡିକୁ ଲୋକ ବହୁତ ଭଲ ପାଇବା ଦେଇଛନ୍ତି । ଅର୍ଚିତା ଆଉ ସବ୍ୟସାଚୀ ଦୁଇଜଣ ଦୁଇଜଣଙ୍କୁ ଶୁଟିଙ୍ଗ ସେଟରେ ଭଲ ପାଇଥିଲେ । ଆଉ ଦୀର୍ଘଦିନ ଭଲ ପାଇଲା ପରେ ଶେଷରେ ୨୦୨୧ ମସିହାରେ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ ଅର୍ଚିତା ଆଉ ସବ୍ୟସାଚୀ ।


ଆଉ ବାହାଘରର ପ୍ରଥମ ଥର ସେ ସବ୍ୟସାଚିଙ୍କ ସହିତ ମିଶି ତାଙ୍କର ୩୨ ତମ ଜନ୍ମ ଦିନ ପାଳନ କରିଛନ୍ତି । ଆଉ ଏହି ଜନ୍ମ ଦିନଟି ବହୁତ ସ୍ପେଶିଆଲ ବନାଇ ଥିଲେ ସବ୍ୟସାଚି । ବାହାଘରର ପ୍ରଥମ ଥର ଜନ୍ମ ଦିନ ପାଳନ କରିଥିବାରୁ ସେ ତାଙ୍କୁ ଜନ୍ମ ଦିନର ସରପ୍ରାଇଜ ଦେଇଥିଲେ । ଏଥିରେ ତାଙ୍କର ପରିବାର ଲୋକ ସାମିଲ ହୋଇଥିଲେ ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *