କରୋନା ପରେ ତପୁ ମିଶ୍ରଙ୍କ ଘରକୁ ଆସିଲା ଆଉ ଏକ ଦୁଃଖ ଖବର

ବନ୍ଧୁଗଣ, ଓଲିଉଡ ତଥା ବଲିଉଡ ର ନାୟକ ନାୟିକାଙ୍କ ସହିତ ବଡ ବଡ ନାମିଦାମି କଣ୍ଠଶିଳ୍ପୀ ମଧ୍ୟ କୋରୋନା ସଂକ୍ରମଣ ରେ ଆକ୍ରାନ୍ତ ହେବାକୁ ଲାଗିଲେଣି । ବନ୍ଧୁଗଣ ଗତବର୍ଷ ଠାରୁ କୋରୋନା ର ଆତଙ୍କ ସାରା ବିଶ୍ଵକୁ ବିଚଳିତ କରି ରଖିସାରିଛି ।

ବନ୍ଧୁଗଣ ଗତବର୍ଷ ଏହା ବୟସ୍କ ଲୋକଙ୍କୁ ଅଧିକାଂଶ ମାତ୍ରାରେ ସଂକ୍ରମିତ କରୁଥିବା ସମୟରେ ଚଳିତ ବର୍ଷ ରେ ଏହା ଛୋଟ ଛୋଟ ପିଲା ମାନଙ୍କୁ ମଧ୍ୟ ଆକ୍ରାନ୍ତ କରିବାରେ ଲାଗିଛି । ଏହି ପରିସ୍ଥିତିରେ ଆମ୍ଭକୁ ବହୁତ ସଜାଗ ରହିବାକୁ ହେବ । ବନ୍ଧୁଗଣ ଆଜି ଆମ୍ଭେ ଆପଣଙ୍କୁ କୋରୋନା ସଂକ୍ରମିତା ହୋଇଥିବା କଣ୍ଠଶିଳ୍ପୀ “ତପୁ ମିଶ୍ର” ଙ୍କ ସମ୍ବନ୍ଧରେ କହିବାକୁ ଯାଉଅଛୁ । ବନ୍ଧୁଗଣ କିଛିମାସ ହେବ ଆପଣ ମାନେ ନିଶ୍ଚିତ ଶୁଣିଥିବେ ଯେ ବଲିଉଡ କଳାକାର କୋରନା ରେ ଆକ୍ରାନ୍ତ ହେଉଛନ୍ତି ।

ମାତ୍ର କରୋନା ସଂକ୍ରମଣ ରେ ଅଧିକାଂଶ କଳାକାର ନିଜର ଜୀବନ ତ୍ୟାଗ ମଧ୍ୟ କରିସାରିଲେଣି । ବନ୍ଧୁଗଣ ଏହାର ପ୍ରଭାବ ଧୃତ ଗତିରେ ବଲିଉଡ ରୁ ଓଲିଉଡ ରେ ଦେଖିବାକୁ ମିଳୁଅଛି । ବନ୍ଧୁଗଣ ଆପଣ ମାନେ ନିଶ୍ଚିତ ଶୋସିଆଲ ମିଡିଆ ଜରିଆରେ ଶୁଣିବାକୁ ପାଇଥିବେ ଓଡିଶାର ଯାତ୍ରା ଜଗତର ବହୁତ କଳାକାର ତଥା ରାଜନେତା ମଧ୍ୟ କୋରୋନା ର ଶିକାର ହୋଇ ଜୀବନ ଆହୁତି ଦେଇ ସାରିଲେଣି । ବନ୍ଧୁଗଣ ବର୍ତ୍ତମାନ ଯାତ୍ରା ରୁ କୋରୋନା ର ପ୍ରଭାବ ଦେଖିବାକୁ ମିଳୁଛି ଓଲିଉଡ ରେ ।

ବନ୍ଧୁଗଣ ଗତବର୍ଷ ଶ୍ରିତମ ଦାସ ଙ୍କ ଠାରୁ ଆରମ୍ଭ ହୋଇ ବହୁତ କଳାକାର କୋରୋନା ସଂକ୍ରମଣ ରେ ପୀଡିତ ହେଲେଣି । ବନ୍ଧୁଗଣ ଏହା ମଧ୍ୟରେ ଆଉ ଏକ ଦୁଖଦ ଘଟଣା ସାମ୍ନା କୁ ଆସି ପହଞ୍ଚିଛି । ଓଡିଶାର ପ୍ରସିଦ୍ଧ ଗାୟିକା “ତପୁ ମିଶ୍ର” କୋରୋନା ରେ ଆକ୍ରାନ୍ତ ହୋଇ ବର୍ତ୍ତମାନ ଭୁବନେଶ୍ଵରର ଏକ ଘରୋଇ ହସ୍ପିଟାଲ ରେ ଚିକିସ୍ୟା ହେଉଛନ୍ତି । ବର୍ତ୍ତମାନ ଖବର ଆସିଛି ଯେ ସେ ଆଇ ସିୟୁ ରେ ଭର୍ତ୍ତି ହୋଇଛନ୍ତି ।

ବନ୍ଧୁଗଣ ସେ କୋରୋନା ସଂକ୍ରମଣ ରେ ସଂକ୍ରମିତ ଥିବା ଶୁଣି ସାରା ଓଲିଉଡ ରେ ବର୍ତମାନ ଶୋକ ର ଛାୟା ଖେଳିଯାଇଛି । ୨ ବର୍ଷ ତଳେ ବରିଷ୍ଠ ଗାୟିକା ତପୁ ମିଶ୍ର ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ । ତାଙ୍କ ଜୀବନରେ ସବୁକିଛି ସଠିକ ଚାଲିଥିବା ସମୟରେ ହଟାତ ତାଙ୍କୁ ଏହି ଭୟାନକ ସଂକ୍ରମଣ ଟି ହୋଇଗଲା ।

ବନ୍ଧୁଗଣ ତପୁ ମିଶ୍ର ଙ୍କର ବାପା ମଇ ମାସ ପ୍ରଥମ ସପ୍ତାହ ରେ କୋଭିଡ ରେ ପୀଡିତ ହୋଇ ହସ୍ପିଟାଲ ରେ ଆଡମିଟ ହୋଇଥିଲେ । ଗତ ମଇ ୧୦ ତାରିଖରେ ଚିକିସ୍ୟା ହେଉଥିବା ସମୟରେ ତାଙ୍କ ଦେହାନ୍ତ ର ଖବର ଘରେ ଆସି ପହଞ୍ଚିଥିଲା । ବାପା ଙ୍କ ବିୟୋଗ ରେ ତପୁମିଶ୍ର ବହୁତ ଭାଙ୍ଗି ଥିଲା ବେଳେ, ତାଙ୍କ ଦେହ ମଧ୍ୟ ଖରାପ ହେବାକୁ ଲାଗିଲା ।

ବର୍ତ୍ତମାନ ସେ ମଧ୍ୟ କୋରୋନା ରେ ସଂକ୍ରମିତ ଅଛନ୍ତି । ବନ୍ଧୁଗଣ ମଇ ୧୯ ତାରିଖ ସନ୍ଧ୍ୟାରେ ତାଙ୍କୁ ନିଶ୍ଵାସ ନେବାକୁ କଷ୍ଟ ହେବାରୁ ଅକ୍ସିଜେନ ଲେବଲ ମପାଯାଇଥିଲା ଏବଂ ତାହା କମ ଥିବାରୁ ତପୁମିଶ୍ର ଡାକ୍ତରଙ୍କ ପାଖକୁ ନିଆଯାଇଥିଲା । ମାତ୍ର ବର୍ତ୍ତମାନ ତପୁମିଶ୍ର ଙ୍କ ଶରୀର ଅବସ୍ଥା ସୁଧୁରିବାରେ ଲାଗିଛି ବୋଲି ତାଙ୍କ ସମ୍ପର୍କୀୟ ଗଣମାଧ୍ୟମ ଆଗରେ କହିଛନ୍ତି । ବନ୍ଧୁଗଣ ଆପଣଙ୍କୁ ଏହି ଟିପ୍ପଣୀ ଟି କିଭଳି ଲାଗିଲା କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *