Success Story: PC Mustafa ସ୍କୁଲ ଡ୍ରପଆଉଟରୁ Billionaire, ଦିନେ କରୁଥିଲେ 10 ଟଙ୍କା ମଜୁରୀରେ କାମ ଆଜି ୨୦୦୦ କୋଟି ଟଙ୍କାର ମାଲିକ, ଜାଣନ୍ତୁ ତାଙ୍କ Successର ରାଜ

ନମସ୍କାର ବନ୍ଧୁଗଣ । ଆପଣ ମାନେ ଜାଣିଥିବେ ବ୍ୟକ୍ତି ଅନେକ ଚେଷ୍ଟା କରିବା ପରେ ଜୀବନରେ ସଫଳତା ହାସଲ କରିଥାଏ । କିଛି ବ୍ୟକ୍ତି ଏମିତି ଅଛନ୍ତି ଯେଉଁ ମାନେ ଦରିଦ୍ରତା ଅବସ୍ଥାରେ ଥାଇ ଅନେକ ପରିଶ୍ରମ କରି ଆଜିକା ଡେଟରେ ସଫଳତାର ଶୀର୍ଷରେ ପହଞ୍ଚି ପାରିଛନ୍ତି । ଆଜିର ଆମର ଏହି ଲେଖାରେ ସେମିତି ଜଣେ ବ୍ୟକ୍ତିଙ୍କ ଜୀବନ କାହାଣୀ ବିଷୟରେ ରହିଛି ଯିଏ କୁଲିର ପୁଅ ହୋଇ ଆଜିକା ଡେଟରେ ୨୦୦୦ କୋଟି ଟଙ୍କା କମ୍ପାନୀର ମାଲିକ ହୋଇଛନ୍ତି ।

ଏହି କାହାଣୀ ହେଉଛି କେରଳର ମୁସ୍ତାଫା ପିସିଙ୍କର । ମୁସ୍ତାଫା ହେଉଛନ୍ତି ଜଣେ ସଫଳ ଉଦ୍ଯୋଗୀ ଯିଏ ବର୍ତ୍ତମାନ ଫୁଡ କମ୍ପାନୀ ପରିଚାଳନା କରୁଛନ୍ତି । ଏହି କମ୍ପାନୀ ର ନାଁ ହେଉଛି ଆଇଡି ଫ୍ରେସ ଫୁଡ । ଏହି କମ୍ପାନୀରେ ଇଟଲି ଓ ଦୋସା ବନାଇବାର ବ୍ୟାକ୍ଟର ତିଆରି କରା ଯାଉଛି ।

ମୁସ୍ତାଫା ମାତ୍ର ୫୦,୦୦୦ ଟଙ୍କା ଦେଇ ଏହି ବ୍ୟବସାୟ ଆରମ୍ଭ କରିଥିଲେ । ବର୍ତ୍ତମାନ ଅଳ୍ପ ବ୍ୟୟ କରି ଆଜି ମୁସ୍ତାଫା ୨୦୦୦ କୋଟି ଟଙ୍କାର କମ୍ପାନୀ ତିଆରି କରିବାରେ ସଫଳ ହୋଇ ଅପରିଛନ୍ତି । ତାଙ୍କ ସଫଳତାର କାହଣାଇ ଜାଣିଲେ ଆଖିରେ ଲୁହ ରହିବ ନାହି । ମୁସ୍ତାଫା ଜଣେ ଗରିବ ପରିବାରରୁ ଜନ୍ମଗ୍ରହଣ ଅକରିଥିଲେ । ତାଙ୍କ ପିତା ଜଣେ ଦିନ ମଜୁରିଆ ଭାବେ କାମ କରନ୍ତି । ମୁସ୍ତଫା ପିଲାଦିନୁ ଅଭାବ ଅନାଟନରେ ବଢି ଆସିଛନ୍ତି ।

ତାଙ୍କ ଘର ଅପରିସତିତି ଏତେ ଖରାପ ଥିଲା ଯେ ସେ ଗୋଟେ ଓଳି ଖାଇ ଆଉ ଗୋଟେ ଓଳି ଉପାସ ରହିଥାନ୍ତି । ସେ ଷଷ୍ଠ ଶ୍ରେଣୀରେ ଫେଲ ହେବା ପରେ ଦରିଦ୍ରତା ଅଭାବରୁ ପାଠ ପଢା ଛାଡି ଦେଇଥିଲେ । ସେ ତାଙ୍କ ପିତାଙ୍କ ସହ ମିଶି ଚାଷ କାମ କରୁଥିଲେ । କିନ୍ତୁ ଜଣେ ଶିକ୍ଷକଙ୍କ ପ୍ରେରଣାରେ ପ୍ରେରିତ ହୋଇ ସେ ପୁଣି ଥରେ ପାଢ ପଢା ଆରମ୍ଭ କରିଥିଲେ । ସେ ତାଙ୍କ ଜୀବନରେ ଅନେକ ସଂଘର୍ଷ କରି ଆଜି ସଫଳତା ପାଇଛନ୍ତି । ପୁରା ବିଶ୍ବରେ ତାଙ୍କୁ ଫୁଡ କିଙ୍ଗ ବୋଲି କୁହା ଯାଉଛି ।

୨୦୧୫-୨୦୧୬ରେ ତାଙ୍କ କମାପଣିର କାରୋବାର ୧୦୦ କୋଟି ଟଙ୍କା ଥିବା ବେଳେ ୨୦୨୧ରେ ବୃଦ୍ଧି ହୋଇ ୨୯୪ କୋଟି ଟଙ୍କାରେ ପହଞ୍ଚିଛି । ଆଜିକା ଡେଟରେ କମ୍ପାନୀର ମୂଲ୍ୟ ରହିଛି ୨୦୦୦ କୋଟି ଟଙ୍କା । ମୁସ୍ତାଫା ଦେଶର କୋଟି କୋଟି ଯୁବକ ପିଢୀ ପାଇଁ ପ୍ରେରଣା ସାଜିଛନ୍ତି । ସେ ପ୍ରମାଣ କରି ଦେଖାଇ ଛନ୍ତି ଯେ ଯଦି ବ୍ୟକ୍ତି ମନରେ ଦୃଢ ମନୋବଳ ଓ ଆତ୍ମବିଶ୍ଵାସ ରହିଥିବ ତେବେ ଦୁନିଆର ଯେ କୌଣସି କାମ କରିବାରେ ବ୍ୟକ୍ତି ସଫଳତା ପାଇ ପାରିବ । ବ୍ୟକ୍ତି ନିଜର ଦୃଢ ବିଶ୍ଵାସ ବଳରେ ଯେତେ କଷ୍ଟ କାମ ହେଇଥାଉ ତାହା କରିବାରେ ସକ୍ଷମ ହୋଇ ପାରିବ ଯାହା ଆଜି ମୁସ୍ତାଫା କରି ଦେଖାଇଛନ୍ତି ।

ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ଲେଖା ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରନ୍ତୁ । ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *