ପରିବାର ସମ୍ଭାଳିବାକୁ ଅଣ୍ଟା ଭିଡି ଠିଆ ହେଲେ ସହୀଦ Debasisଙ୍କ ପତ୍ନୀ, ଦେଖନ୍ତୁ କଣ କହୁଛନ୍ତି ପରିବାରଲୋକ

ସ୍ଵାମୀଙ୍କ ବିନା ଗୋଟେ ମିନିଟ ବି ଲାଗୁଛି ଗୋଟେ ଯୁଗ ପରିକା । କେତେବେଳେ ସକାଳ ହୋଇ ସନ୍ଧ୍ୟା ନଇଁ ଆସୁଛି କିଛି ଜଣା ପଡୁନି । ସବୁବେଳେ ସେହି ବନ୍ଦ କୋଠରିରେ ନିଜକୁ ଅନ୍ଧାରରେ ଲୁଚାଇ ଦେବାକୁ ଇଛା ହେଉଛି ଆଉ ଚାରି ଆଡ ଶୂନ୍ୟ ପଞ୍ଜୁରି ପରି ଲାଗୁଛି । ଯେଉଁ ପଞ୍ଜୁରି ତ ଅଛି ହେଲେ ମନ ପସନ୍ଦର ସେହି ମଣିଷ ଟିଏ ନାହିଁ ।

ହଁ ଦର୍ଶକ ବନ୍ଧୁ ଆଉ ସ୍ଵାମୀଙ୍କ ପରେ ଏବେ ପାଖରେ ଭରସା ଓ ବିଶ୍ଵାସ ଦେଇ ଘରକୁ ଆଣିଥିବା ବୃଦ୍ଧ ଶାଶୁ ଶଶୁର ଆଉ ଦିଅର । ବୋହୂର ଦୁଃଖକୁ କେହି ସହି ପାରୁ ନାହାନ୍ତି । ପୁଅ ଚାଲି ଯିବାର ଦୁଃଖ ଠାରୁ ଅଧିକ ଦୁଃଖ ଲାଗୁଛି ସେହି ବୋହୂର ମୁହଁ । ଯେଉଁ ବୋହୂର ମୁହଁରେ ଦାଉ ଦାଉ ହୋଇ ଜଳୁ ଥିଲା ତାଙ୍କ ପୁଅ ନାଁ ର ସିନ୍ଦୁର ।

ସେହି ବୋହୂଟି ସକାଳୁ ଉଠି ମଥା ଖାଲି କରି ବସିଛି । ସେ କାହାକୁ କିଛି କହୁନି । ସବୁ ପରେ ବି ଶାଶୁ ଶଶୁରଙ୍କ ସେବା କରିବାକୁ ସେ ଭୁଲିନି । ଶାଶୁ ଶଶୁରଙ୍କ ଠାରୁ ଆରମ୍ଭ କରି ଦିଅର ଙ୍କ ପର୍ଯ୍ୟନ୍ତ ସମସ୍ତେ ବୋହୂକୁ ଖୁସି କରିବାକୁ ଚାହୁଁ ଛନ୍ତି । ହେଲେ କେହି ପାରୁ ନାହାନ୍ତି । ଏବେ ସମସ୍ତଙ୍କର ଗୋଟିଏ ଚିନ୍ତା ବାକି ଜୀବନ ସୁଶ୍ରୀ ସଙ୍ଗୀତା କେମିତି ବିତାଇବେ ।

ପାଖରେ 7 ମାସର ଝିଅକୁ ନେଇ କେମିତି ଚଳିବେ । ସେଥି ଲାଗି ଏବେ ସମସ୍ତେ ଚିନ୍ତିତ । ଆଉ ସେହି କାରଣରୁ ସୁଶ୍ରୀ ସଙ୍ଗୀତା ଙ୍କ ଦିଅର ଭାଉଜ ଙ୍କ ଚାକିରୀ ପାଇଁ ଲାଗି ପଡି ଛନ୍ତି । ଘରର ବଡ ପୁଅ ଥିଲେ ଦେବାଶିଷ । ପରିବାରର ବୋଝ ଉଠାଉ ଥିଲେ । ଆଉ ତାଙ୍କ ପରେ ଭାଉଜଙ୍କୁ ଚାକିରୀ ଦେବା ପାଇଁ ଏବେ ସରକାରଙ୍କୁ ଅନୁରୋଧ କରିଛନ୍ତି ଦିଅର ।

ଭାଉଜ ଅଧିକ ପାଠ ପଢି ଛନ୍ତି । ସେଥି ପାଇଁ ଓଡିଶା ଭିତରେ ତାଙ୍କୁ ଚାକିରୀ ଦେବା ପାଇଁ ଗୁହାରି କରି ଛନ୍ତି । କାରଣ ପାଖରେ ଏବେ ଆଉ କେହି ନାହାନ୍ତି । ବାପା ମାଆଙ୍କ ସେବା କରିବାକୁ ଆଉ ସେ ପୁଅ ନାହିଁ । ଯେଉଁ ପୁଅ ସକାଳ ହେଲେ ବାପା ମାଆଙ୍କ ଔଷଧ ଖାଇବା କଥା ପଚାରୁ ଥିଲା । ସାନ ଭୟର ଭବିଷ୍ୟତ କଥା ପଚାରି ବୁଝୁ ଥିଲା ବଡ ଭାଇ ।

ଆଉ ଏବେ ଭାଇ ଙ୍କ ପରିବର୍ତ୍ତେ ଭାଉଜ ସେହି ଦାୟିତ୍ଵ ସମ୍ଭାଳିବାକୁ ନିଜକୁ ପ୍ରସ୍ତୁତ କରୁଛନ୍ତି । ଆଉ ସେହି ଦୁଖ କୁ ଦୂର କରି ପାଇର୍ବାର ଲୋକଙ୍କ ମୁହଁ ରେ ହସ ଫୁଟାଇବାକୁ ଚେଷ୍ଟା କରୁଛନ୍ତି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *