ପିତା ଜିତେନ୍ଦ୍ରଙ୍କ କାରଣରୁ କରି ନାହାନ୍ତି ବିବାହ Ekta Kapoor, କିନ୍ତୁ 36 ବର୍ଷରେ ବିନା ବିବାହରେ ଏମିତି ବନିଲେ ମା’

ଇକାତ କାପୁର ଟିଭି ଜଗତର ଗୋଟିଏ ନାମୀ ଦାମି ବ୍ୟକ୍ତିତ୍ଵ ସେ ଟିଭି ଜଗତରେ ରାଜ କରୁଛନ୍ତି । ଆଉ ସେ ବହୁତ ମଧ୍ୟ ଭଲ ସିରିୟଲ ନିର୍ମାଣ କରିଛନ୍ତି । ସେ ଆଜି ବହୁତ ସଫଳତା ହାସିଲ କରିଛନ୍ତି ସେଥିପାଇଁ ମଧ୍ୟ ସେ ଦିନ ରାତି ପରିଶ୍ରମ କରିଛନ୍ତି । ତାଙ୍କ ପରିଶ୍ରମ ଲାଗି ସେ ଫର୍ଚୁନ ଇଣ୍ଡିଆ ୨୦୧୯ ରେ ୫୦ ଜଣ  ଶକ୍ତିଶାଳୀ ମହିଳାଙ୍କ ଭିତରେ ସ୍ଥାନ ପାଇଛନ୍ତି । ତେବେ ତାଙ୍କ ବ୍ୟକ୍ତିଗତ ଜୀବନ ବିଷୟରେ କହିବାକୁ ଗଲେ ତାଙ୍କ ପରିବାରରେ ତାଙ୍କ ମାତା ପିତା ଓ ଭାଇ ଛଡା ତାଙ୍କର ଗୋଟିଏ ପୁଅ ମଧ୍ୟ ଅଛି । ତେବେ ଆପଣ ତ ଜାଣି ଛନ୍ତି ସେ ବିବାହ କରି ନାହାନ୍ତି କିନ୍ତୁ ତଥାପି ତାଙ୍କର ପୁଅ କଥା ଶୁଣି ଆପଣ ଆଶ୍ଚର୍ଯ୍ୟ ହେଉଥିବେ । ତେବେ ଆମେ ଆପଣଙ୍କୁ ସେ ବିଷୟରେ ଆଗକୁ କହିବୁ ।

ବିନା ବିବାହରେ କେମିତି ହେଲେ ମା?

ପ୍ରାୟ ଏକତା କପୁରଙ୍କୁ ତାଙ୍କ ବିବାହ ବିଷୟରେ ପ୍ରଶ୍ନ କରାଯାଉଥିଲା । ସେ କୁହନ୍ତିକି ସଲମାନ ଖାନଙ୍କ ବିବାହର ୨-୩ ବର୍ଷ ପରେ ମୁଁ ବିବାହ କରିବି । କିନ୍ତୁ ପରେ ସେ କଣ ପାଇଁ ବିବାହ କରିନଥିଲେ ସେ ବିଷୟରେ ଖୁଲସା କରିଥିଲେ । ସେ କହିଥିଲେକି ସେ ତାଙ୍କ ପିତାଙ୍କ କାରଣରୁ ବିବାହ କରିନଥିଲେ । ଏକତାଙ୍କ କହିବ ଅନୁସାରେ ତାଙ୍କ ପିତା ଜିତେନ୍ଦ୍ର କହିଥିଲେକି ତାଙ୍କୁ କାମ ଏବଂ ବୈବାହିକ ଜୀବନ ମଧ୍ୟରୁ ଗୋଟିକୁ ଚୟନ କରିବାକୁ ହେବ ।

କିନ୍ତୁ ଏକତା ତାଙ୍କ କାମକୁ ବାଛି ନେଲେ ଆଉ ବିବାହ କରିନଥିଲେ ।  ତେବେ ଏକତା କିନ୍ତୁ ମା ହେବାକୁ ଚାହୁଁ ଥିଲେ । ସେଥିପାଇଁ ସେ ୩୬ ବର୍ଷ ବୟସରେ ନିଜ ଡିମ୍ବାଣୁକୁ ଫ୍ରୀଜ କରିଥିଲେ, ଓ ମା ହେବାର ସୁଖ ପାଇଥିଲେ, ତେବେ ସେ ତାଙ୍କ ପୁର ନାମ ରବି ରଖିଛନ୍ତି । ତେବେ ଏକତା ଚାହିଁଥିଲେ ବିବାହ ମଧ୍ୟ କରିପାରିଥାନ୍ତେ କିନ୍ତୁ କେବଳ ଗୋଟେ ପିଲା ପାଇଁ ସେ ବିବାହ କରିବା ଆବଶ୍ୟକ ମାନେ କଲେ ନାହିଁ । ଆଜି କାଲୀ ସରୋଗେସୀ ମାଧ୍ୟମରେ ଏହା ସମଭାବ ହୋଇପାଉଛି । କେବଳ ସେଠିପିନ ବିବାହ କରିବା ବୋକାମୀ ବୋଲି ସେ କୁହନ୍ତି ।


୨୦୧୯ ମସିହାରେ ମା ହୋଇଥିଲେ :- ୨୭ ଜାନୁଆରୀ ୨୦୧୯ ରେ ସରୋଗେଶି ମାଧ୍ୟମରେ ଏକତା ମା ହୋଇଥିଲେ । ଏହା ସହିତ ସେ ତାଙ୍କ ପୁଅ ସହିତ ଅଧିକ ସମୟ ବିତାଇବା ପାଇଁ ଅଫିସରେ କ୍ରେଚ ଆରମ୍ଭ କରିଥିଲେ । ତେବେ ଏକତା କାହାଣୀ ଘର ଘର କି, ଘର ଏକ ମନ୍ଦିର, କ୍ୟୁଙ୍କି ସାଶ ଭି କାଭି ବୋହୁ ଥି, କସୋଟୀ ଜିନ୍ଦେଗେକି, କୁଟୁମ୍ବ, ହାମ ପାଞ୍ଚ  ଏବଂ ନାଗିନ ଭଳି ଅନେକ ପ୍ରସିଦ୍ଧ ସିରିଏଲର ନିର୍ମାଣ କରିଛନ୍ତି । ଏହା ଛଡା ସେ ବହୁତ ହିଟ ଫିଲ୍ମ ମଧ୍ୟ ନିର୍ମାଣ କରିଛନ୍ତି । ତାଙ୍କୁ ଟିଭି ଜଗତର କୁଇନ ବୋଲି କୁହାଯାଏ ।

Leave a Reply

Your email address will not be published. Required fields are marked *