ପ୍ରତେକ ମନୁଷ୍ୟଙ୍କୁ କାହିଁକି ଭୋଗିବାକୁ ପଡିଥାଏ ଏହି 3 ପ୍ରକାରର ଦୁଃଖ! Garuda Purana

ବନ୍ଧୁଗଣ ଦୁନିଆରେ ପ୍ରତେକ ବ୍ୟକ୍ତି ଦୁଃଖୀ ରହିଥାଏ । ଯାହା ପାଖରେ ସବୁ କିଛି ଅଛି ସେ ଦୁଃଖୀ ଥାଏ ଆଉ ଯାହା ପାଖରେ କିଛି ନାହି ସେ ମଧ୍ୟ ଦୁଃଖୀ ହୋଇଥାଏ । କେହି ତନ, ମନ, କମ ଟଙ୍କା ଓ ଅଧିକ ଟଙ୍କା କାରଣରୁ ଦୁଃଖୀ ହୋଇଥାଏ । ମନୁଷ୍ୟର ଦୁଃଖ ଅଲଗା ଅଲଗା ହୋଇଥାଏ କିନ୍ତୁ ବେଦରେ ଦୁଃଖକୁ ୩ ପ୍ରକାରର ବଣ୍ଟନ କରାଯାଇଛି । ଏହି ଦୁଃଖ ମନୁଷ୍ୟ ଜୀବନରେ କେବେ ନାହି କେବେ ଜରୁର ଆସିଥାଏ । ଆଜି ଆମେ ଆପଣଙ୍କୁ ମନୁଷ୍ୟର ଏହି ୩ ପ୍ରକାରର ଦୁଃଖ କଣ ସେହି ବିଷୟରେ କହିବାକୁ ଯାଉଛୁ ।

ବେଦ ଅନୁଯାୟୀ ଦୁଃଖ ୩ ପ୍ରକାରର ଯଥା ଆଧ୍ୟାତ୍ମିକ, ଆଧିଭୌତିକ ଓ ଆଧିଦୈବିକ । ଆଧ୍ୟାତ୍ମିକ ଦୁଃଖ ୨ ପ୍ରକାରର ଯଥା ମାନସିକ ତପ ଓ ଶାରୀରିକ ତପ । ଏହି ଦୁନିଆରେ ଅନେକ ଲୋକ ନିଜ ତନକୁ ନେଇ ଦୁଃଖୀ ରହିଥାନ୍ତି । ଅନେକ ଲୋକ ଧନୀ ହୋଇ ମଧ୍ୟ ବ୍ଲଡ଼ ପ୍ରେସର ଆଦି ରୋଗରେ ପୀଡିତ ହୋଇଥାନ୍ତି । କମ ଖାଇ ମଧ୍ୟ ଲୋକେ ଦୁଃଖୀ ରହିଥାନ୍ତି । ଏମାନେ ଶରୀରକୁ ଖାଦ୍ୟ ନ ଦେଇ ଧନକୁ ଅଧିକ ଦେଖିଥାନ୍ତି । ଏଭଳି ଦୁଃଖକୁ ଶାରୀରିକ ତପ କୁହାଯାଏ ।

ବେଦରେ ମାନସିକାତା ଦୁଃଖକୁ ନେଇ ଅନେକ କାରଣ କୁହାଯିଛି । ଯେମିତି କାମ, କ୍ରୋଧ, ମୋହ, ଲୋଭ, ଘୃଣା, ଇର୍ଷା । ଏମାନଙ୍କ ମଧ୍ୟରୁ କ୍ରୋଧ, କାମ ଓ ଲୋଭକୁ ମାନସିକତା ଦୁଃଖର ବଡ କାରଣ ହୋଇଥାଏ । ମଣିଷର ମନ ତାକୁ ଦୁଃଖୀ କରିବାର କାରକ ହୋଇଥାଏ । ଯେଉଁ ମନରେ ଇଚ୍ଛା ଅଧିକ ଥାଏ ସେ କେବେ ବି ସୁଖୀ ରହିପାରିବ ନାହି । କାରଣ ତାର ମନ ଇଛା ଆଡକୁ ଆକର୍ଷିତ ହୋଇଥାଏ । ଆଧିଭୌତିକ ଦୁଃଖ ସାମାଜିକ କାରଣରୁ ମିଳିଥାଏ । ସବୁ ମନୁଷ୍ୟ ଜାତି ଏକ ସୂତ୍ରରେ ବାନ୍ଧି ହୋଇ ରହିଛି ।

ମଣିଷର ଖରାପ କାମ ପାଇଁ ଅନ୍ୟ କେହି ବି ଦାୟୀ ହୋଇଥାଏ ।  ଉଦାହରଣ ଆପଣ ରାସ୍ତାରେ ଯାଉଥିବା ସମୟରେ ଦୁର୍ଘଟଣା ଘଟିଲା ଆଉ ଆପଣ ଆଘାତ ପାଇଲେ ଓ କଷ୍ଟ ବି ହେଲା । ଏପରି ଦୁଃଖ ଆପଣଙ୍କୁ ଅନ୍ୟ ଠାରୁ ମିଳିଲା ଯାହା ଆଧିଭୌତିକ ଦୁଃଖ ଅଟେ । ଶେଷରେ ଆଧିଦୈବିକ ଦୁଃଖ ଦେବତା, ମୌସୁମୀ ବା ପ୍ରକୃତି ଦ୍ଵାରା ମିଳିଥାଏ । ଯେମିତି ଶିତ ହେବାରୁ ଥଣ୍ଡା ହେଲା ଆପଣ ରୋଗରେ ପଡିଲେ, ବର୍ଷା କାରଣରୁ ବନ୍ୟା ଆସିଲା ଆଉ ଆପଣଙ୍କର ଲକ୍ଷ ଲକ୍ଷ ଟଙ୍କାର କ୍ଷତି ହେଲା ଏଭଳି ଦୁଃଖକୁ ଆଧି ଦଇବିକ ଦୁଃଖ କୁହାଯାଏ ।

ଏହି ୩ଟି ଦୁଃଖ ଆମ କର୍ମ ଅନୁଯାୟୀ ମିଳିଥାଏ । ଯେମିତି ଚାକିରି ଗଲା ପରେ ଆମେ ଭଗବାନ ଙ୍କୁ ଦୋଷୀ କରିଥାଉ କିନ୍ତୁ ଆପଣ ଭୁଲି ଯାଉଛନ୍ତି କି ଆପଣ କେବେ କାହାକୁ ଚାକିରିରୁ ବାହାର କରିବା ପାଇଁ ଚେଷ୍ଟା କରିଥିଲେ । କର୍ମ ଅନୁଯାୟୀ ଭଗବାନ ଆମକୁ ଫଳ ଦେଇଥାନ୍ତି ।ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *