42 ବର୍ଷ ହେବା ଷ୍ଟେସନ ଫାଙ୍କା, ଷ୍ଟେସନ ଆସିଲେ ଟ୍ରେନ୍ ଜୋରରେ ଚାଲିଯାଉଛି, ସନ୍ଧ୍ୟା ହେଲେ ରେଳ ଷ୍ଟେସନ ହୋଇଯାଏ ଶୂନଶାନ…

ଅନ୍ଧାର ହେଲେ ଭାରି ଆସେ ପ୍ରେତାତ୍ମାର ଭୟ । ଟ୍ରେନରେ ନାଁ କେହି ଚଢେ ନା କେହି ଓଲହାଏ । ଟ୍ରେନ ସାଙ୍ଗେ ସାଙ୍ଗେ ଜଣେ ମହିଳା ଦୌଡେ । କଣ ଷ୍ଟେସନ ଗୋଟେ ଝିଅ ପାଇଁ ବନ୍ଦ ହୋଇପାରିବ ? ଏହା ଶୁଣିବାକୁ ଅଜବ ଲାଗୁଛି କି ଷ୍ଟେସନ ତିଆରି ହେବାର ୭ ବର୍ଷ ପରେ ବନ୍ଦ ହୋଇଯାଇଥିଲା । କିନ୍ତୁ ଏହି ଘଟଣା ଉରା ସତ । ଏମିତି ଏକ ଷ୍ଟେସନ ପଶ୍ଚିମବଙ୍ଗର ପୁରୁଲିଆ ଜିଲ୍ଲାରେ ରହିଛି ଯେଉଁ ଷ୍ଟେସନର ନାଁ ହେଉଛି ବେଗୁନକୋଦାର । ଯାହାକୁ ଭୁତ ଷ୍ଟେସନ କୁହାଯାଏ ।

ସାଉଥ ଇଷ୍ଟର୍ନର ରାଞ୍ଚି ଡିଭିଜିନରେ ବଡୁଥିବା ଏହି ରେଳ ଷ୍ଟେସନକୁ ୧୯୬୦ରେ ତିଆରି କରାଯାଇଥିଲା । ବେଗୁନକୁଦାର ଲୋକଙ୍କର ସୁବିଧା ପାଇଁ ଏହି ରେଳ ଷ୍ଟେସନକୁ ତିଆରି କରାଯାଇଥିଲା । କାରଣ ସେହି ଅଞ୍ଚଳରେ ଲୋକଙ୍କୁ ବାହାରକୁ ଯିବାକୁ ହେଲେ ହୁରୁଲିଆ ରେଳ ଷ୍ଟେସନ ଉପରେ ନିର୍ଭର କରିବାକୁ ପଡୁଥିଲା । ଯାହା ବେଗୁନକୁଦାର ଠାରୁ ୩୦ କିମି ଦୂରରେ ଥିଲା । ଏହି ଷ୍ଟେସନ ତିଆରି ପରେ କିଛି ବର୍ଷ ଯାଏଁ ଭଲରେ ଚାଲିଲା ।

କିନ୍ତୁ କିଛି ବର୍ଷ ପରେ ଷ୍ଟେସନେ ସବୁ କିଛି ବଦଳିଗଲା ଆଉ ଘଟିବାକୁ ଲାଗିଲା ଅଜବ ଅଜବ ଘଟଣା । ୧୯୬୭ରେ ସେହି ଷ୍ଟେସନରେ ନିୟୋଜିତ ହୋଇଥିଲା ଷ୍ଟେସନ ମାଷ୍ଟର ରାତିର ଅନ୍ଧାରରେ ଜଣେ ମହିଳାଙ୍କୁ ଦେଖିଥିଲେ । ଯେଉଁ ମହିଳା ଷ୍ଟେସନରେ ଟ୍ରେନ ପହଞ୍ଚିବା ପରେ ଟ୍ରେନର ସାଙ୍ଗେ ସାଙ୍ଗେ ଦୌଡିବାକୁ ଲାଗିଥିଲେ । ଟ୍ରେନ ମାଷ୍ଟର ପ୍ରଥମେ ଦେଖରେ ଏହାକୁ ଅଣଦେଖା କରିଥିଲେ । କିନ୍ତୁ ଷ୍ଟେସନ ମାଷ୍ଟର ବାରମ୍ବାର ସବୁଦିନ ରାତିରେ ଏହାକୁ ଦେଖିବାକୁ ଲାଗିଲେ ।

ମହିଳା ଜଣକ ବହୁତ ସ୍ପିଡରେ ଟ୍ରେନ ସହ ଦୌଡୁଛନ୍ତି । ଏଭଳି ଘଟଣା ବହୁତ ଅଜଗ ଲାଗିଥିଲା ଯାହାକୁ ନେଇ ଷ୍ଟେସନରେ ଭୁତ ଦେଖିଥିବା ଗାଁ ଲୋକଙ୍କୁ କହିଥିଲେ । ଇନ୍ତୁ ତାଙ୍କ କଥାକୁ କେହି ବିଶ୍ଵାସ କରିଲେ ନାହି । ଏହାର କିଛି ଦିନ ପରେ ଷ୍ଟେସନ ମାଷ୍ଟର ଓ ତାଙ୍କ ପରିବାରର ମୃତ ଦେହ ବେଗୁନକୁଦାର କ୍ଵାଟର ରୁ ମିଳିଥିଲା । ଯାହାକୁ ନେଇ ପୁରା ଅଞ୍ଚଳରେ ଭୟର ବାତାବରଣ ଖେଳିଗଲା । ଗାଁ ଲୋକେ କହିଥିଲେ ମୃତ୍ୟୁ ପଛରେ ଭୂତର ହାତ ଅଛି ।

ପରେ ବେଗୁନକୁଦାର ଷ୍ଟେସନରେ ଅନୁ ଏକ ମାଷ୍ଟରଙ୍କୁ ନିଯୁକ୍ତ କରାଯାଇଥିଲା ଆଉ ସେ ମଧ୍ୟ ଏହି ସମାନ ଦୃଶ୍ୟ ଦେଖିଥିଲେ । ଏହା ଦେଖିଆବ ପରେ ସେ ଡିୟୁଟି କରିବାକୁ ଆସିଲେ ନାହି । ଅନେକ ଠଡ଼ ରେଳ ଧାରଣା ଉପରେ ମହିଳା ନାଚୁ ଥିବାର ଗାଁ ଲୋକେ ଦେଖିଥିବା କହିଛନ୍ତି । ଏଭଳି ଭୟଙ୍କର ଘଟଣା ପରେ ବେଗୁନକୁଦାର ରେଳ ଷ୍ଟେସନକୁ ଭୂତର ଆଖ୍ୟା ଦିଆଗଲା । ରେଲୱେରେ ରେକର୍ଡ ବୁକରେ ମଧ୍ୟ ରଖାଗଲା ।

ତେବେ ଏହି ଷ୍ଟେସନ ୪୨ ବର୍ଷ ବନ୍ଦ ହେବା ପରେ ୨୦୦୯ରେ ଗାଁ ଲୋକଙ୍କ କହିବା ପରେ ତତକାଳିନ ରେଳ ମନ୍ତ୍ରୀ ମମତା ବାନାର୍ଜୀ ପୁଣି ଥରେ ଏହି ଷ୍ଟେସନ ଖୋଲିଥିଲେ । ସେବେ ଠାରୁ ଆଜି ଯାଏଁ ଭୁତ ଦେଖିବାକୁ ମିଳି ନାହି । ବନ୍ଧୁଗଣ ଆପଣଙ୍କର ଏହି ଘଟଣାକୁ ନେଇ ମତାମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *