ପ୍ରେମ ହିଁ ଅଟେ ଚିନ୍ତାର କାରଣ! ଚାଣକ୍ୟ ଏମିତି କାହିଁକି କହିଛନ୍ତି?- Chanakya Niti

ଚାଣକ୍ୟଙ୍କୁ ଜଣେ ମହାନ କୂଟନୀତିଜ୍ଞ କୁହାଯାଏ । ସେ ତାଙ୍କ ନୀତି ଶାସ୍ତ୍ରରେ ଜୀବନ ସହିତ ସଶ୍ଲିଷ୍ଟ ସବୁ ପ୍ରକାର କଥାର ଆଲୋଚନା କରିଛନ୍ତି । ସେ ଯେଉଁଠି ଜୀବନରେ ସଫଳତା ପାଇବାକୁ ନେଇ ନୀତି କହିଛନ୍ତି ତ ସେହି ବ୍ୟକ୍ତି ଜୀବନରେ କେଉଁ କେଉଁ କଥାକୁ ନେଇ ବାଧା ଉତ୍ପନ ହୋଇପାରେ, ତାର ମଧ୍ୟ ବର୍ଣନା କରାଯାଇଛି । ଆଚାର୍ଯ୍ୟ ପ୍ରେମ ସମ୍ପର୍କକୁ ନେଇ କିଛି ଏମିତି କଥା କହିଛନ୍ତି ।

ଶ୍ଳୋକ ମାଧ୍ୟମରେ ଚାଣକ୍ୟ କହିଛନ୍ତି –

Image Courtesy: Google

ୟସ୍ୟା ସ୍ନେହେ ଭୟଙ୍ଗ ତସ୍ୟ ସ୍ନେହେ ଦୁଃ:ଖସ୍ୟ ଭାଜନମ ।

ସ୍ନେହମୁଲାନି ଦୁଃଖାନି ତ୍ୟାନି ତ୍ୟକ୍ତବା ବସେ ସୃଖମ ॥

ଏହି ଶ୍ଳୋକରେ ଆଚାର୍ଯ୍ୟ କହିଛନ୍ତି ଯାହାର ସ୍ନେହା ବା ପ୍ରେମ ଥାଏ ତାକୁ ଡର ମଧ୍ୟ ଲାଗିଥାଏ । ଏମିତିରେ ପ୍ରେମ ହିଁ ସବୁ ଦୁଃଖର ମୂଳ ଅଟେ । ଚାଣକ୍ୟ କହିଛଣି ପ୍ରେମର ବନ୍ଧନକୁ ଭାଙ୍ଗି ସୁଖୀ ଜୀବନ ବିତେଇବା ଆବଶ୍ୟକ । ଯିଏ ଭଲପାଇ ଥାଏ ସେହି ଡରି ଥାଏ, ତାଙ୍କୁ ହରେଇବାର ଭୟ ଲାଗି ରହିଥାଏ ।

Image Courtesy: Google

ଦହ୍ୟାମାନାଂ ସୁତୀବ୍ରେଣ ନୀଚାଃ ପରୟଶୋଽଗ୍ନିନା।

ଅଶକ୍ତାସ୍ତତ୍ପଦଂ ଗନ୍ତୁଂ ତତୋ ନିନ୍ଦାଂ ପ୍ରକୁର୍ୱତେ॥

ଏହି ଶ୍ଳୋକରେ ଆଚର୍ଯ୍ୟା ଚାଣକ୍ୟ କହିଛନ୍ତି କି ଦୁଷ୍ଟ ବ୍ୟକ୍ତି ଅନ୍ୟର ସଫଳତାକୁ ଦେଖି ସହିପାରି ନଥାନ୍ତି, ଓ ଚିନ୍ତିତ ହୋଇଥାନ୍ତି । ସେ ନିଜେ କେବେ ସଫଳ ହୋଇପାରନ୍ତି ନାହିଁ । ଏହା କାରଣ ହୋଇଥାଏକି ସେ ଅନ୍ୟର ଖୁସି ଓ ସଫଳତାକୁ ନିନ୍ଦା କରିଥାନ୍ତି ।

Image Courtesy: Google

ବନ୍ଧନ୍ୟା ବିଷୟାସଙ୍ଗଃ ମୁକ୍ତେସ୍ୟ ନିର୍ବିଷୟଙ୍ଗ ମନ।

ମନ ଏବଂ ମନୁଶ୍ୟାଣଙ୍ଗ କାରଣଂ ବନ୍ଧମୋକ୍ଷୟୋ॥

ଏହି ଶ୍ଳୋକରେ ଚାଣକ୍ୟ କହିଛନ୍ତି ଖରାପ ଜିନିଷରେ ମନଲଗେଇବା ହିଁ ବନ୍ଧନ ହୋଇଥାଏ । ଯେଉଁ ଲୋକ ସବୁବେଳେ ଖରାପ କରିବାରେ ସବୁବେଳେ ଲାଗି ରହିଥାନ୍ତି ସେ ଦୁଷ୍ଟ ଲୋକ ହୋଇଥାନ୍ତି । ଯେଉଁ ଲୋକ ଖରାପ ଜିନିଷରୁ ନିଜକୁ ଅଲଗା କରିପାରେ, ଶେବ ସୁଖୀ ରହିଥାଏ । ତା ପାଇଁ ମୋକ୍ଷର ମାର୍ଗ ଖୋଲିଥାଏ । ଏହିଭଳି ବ୍ୟକ୍ତିଙ୍କ ମୋକ୍ଷ ପ୍ରାପ୍ତ ହୋଇଥାଏ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *