ପୃଥିବୀ ଆଡ଼କୁ ଦ୍ରୁତ ଗତିରେ ମାଡ଼ି ଆସୁଛି ଉଲ୍କାପିଣ୍ଡ, କଣ ପଡିବ ଏହାର ପ୍ରଭାବ ?

ପୃଥିବିମ କକ୍ଷ ଦେଇ ଆଜି ବହୁତ ବଡ ଉଲ୍କାପିଣ୍ଡ ଅତିକ୍ରମ କରିବ । ଏହା ପୃଥିବୀ ଆଡକୁ ଦ୍ରୁତ ଗତିରେ ମାଡି ଆସୁଛି ଘଣ୍ଟାକୁ ୩୧ ହଜାର ୪୦୦ ମାଇଲି ବେଗରେ ମାଡି ଆସୁଥିବାର ସୂଚନା ରହିଛି କିନ୍ତୁ ଏହା ପୃଥିବୀ ଉପରେ ପଡିବ ନାହିଁ ଓ ପୃଥିବୀ ଉପରେ କିଛି ବିପଦ ନାହିଁ ବୋଲି ଆମେରିକାର ମହାକାଶ ଗବେଷଣା କେନ୍ଦ୍ର ନାସା ସୂଚନା ଦେଇଛି ।

ଇଯିପ୍ଟିରେ ଥିବା ବିଖ୍ୟାତ ପିରାମିଡ ଗୀଜା ଆୟତନ ସହିତ ଉଲ୍କା ପିଣ୍ଡ ସମାନ ବୋଲି କୁହାଯାଇଛି । ଏହି ଉଲ୍କାପିଣ୍ଡରା ଗତିପଥକୁ ଲଗାତର ଅନୁଧ୍ୟାନ କରାଯାଉଛି ।

Image Courtesy: Google

ଏହା ୨୦୧୦ ମାର୍ଚ ୧୮ ତାରିଖରେ ଆବିଷ୍କୃତ ହୋଇଥିବା ଏହି ଉଲ୍କାପିଣ୍ଡ ୪୬୫୮୨୪ ବା ୨୦୧୦ -ଏଫା ଆର ନାମରେ ନମିତ କରଯାଇଥିଲା ।  ଏହି ଉଲ୍କା ପିଣ୍ଡର ବ୍ୟାସ ୧୨୦ ମିଟରରୁ ୨୭୦ ମିଟର ପର୍ଯ୍ୟନ୍ତ ଅଛି । ଆଜି ଏହା ପୃଥିବୀ ପୃଷ୍ଠାରୁ ୪୬ ଲକ୍ଷ ମାଇଲି ମାନେ ଚନ୍ଦ୍ର ଦୂରତାର ୧୯ ଗୁଣ ଦୂରରେ ପୃଥିବୀ କକ୍ଷ ପଥକୁ ଅତିକ୍ରମ କରିବ । ନାସା କହିଛିକି ଏହାର ଟିକେବି ପ୍ରଭାବ ପୃଥିବୀ ଉପରେ ପଡିବ ନାହିଁ ।

Image Courtesy: Google

କରୋନାଠୁ ନେଇ ଅନେକ ବିପତ୍ତି ଘାତିଚାଲିଛି ଏହି ବର୍ଷ, ଲାଗୁଛି ସତେ ଯେମିତି ଏ ବର୍ଷ ହିଁ ହେଉଛି କଳିଯୁଗର ଅନ୍ତ । ଗୋଟେ ପରେ ଗୋଟେ ଭୟଙ୍କର ଘଟଣା ସବୁ ଘଟି ଚାଲିଛି । ଏହା ଅମଧ୍ୟରେ ଏହି ଉଲ୍କାପିଣ୍ଡ ଖସିବା ମଧ୍ୟ ମଣିଷ ମନରେ ବାହ୍ୟ ସୃଷ୍ଟି କରୁଛି । ଆପଣ ମାନଙ୍କୁ କଣ ଲାଗୁଛି ଏହା କଳିଯୁଅଗର ଅନ୍ତ ନୁହେଁ ତ? ତେବେ ଏହା ଉପରେ ନିଜର ମନ୍ତବ୍ୟ ନିଶ୍ଚୟ ଦେବେ ।

Image Courtesy: Google

ସାଙ୍ଗମାନେ, ଆଶା କରୁଛୁ କି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥିବ। ଯଦି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଦୈନନ୍ଦିନ ଘଟୁଥିବା ଖବର ସହିତ ଅପଡେଟ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *