ପୂଜା ପାଠ କରିବା ସମୟରେ କରନ୍ତୁ ଏହି ନିୟମର ପାଳନ, ଅତିଶୀଘ୍ର ହେବ ଫଳ ପ୍ରାପ୍ତି- Daily Puja Bidhi

ସୁଖୀ ଆଉ ସମୃଦ୍ଧିଶାଳି ଜୀବନ ପାଇଁ ଦେବୀ ଦେବତାଙ୍କ ପୂଜା  ବହୁତ ପୁରୁଣା ସମୟରୁ ଚାଲୁଅଛି । ଆଜି ମଧ୍ୟ ବହୁତ ବଡ ପରମ୍ପରା ସହିତ ଲୋକ ଏହାକୁ ନିଭାଉଛନ୍ତି । ପୂଜା ଦ୍ଵାରା ଆମ ମନୋକମାନା ପୂର୍ଣା ହୋଇଥାଏ । କିନ୍ତୁ ପୂଜା କରିବା ସମୟରେ କୌଣସି ଖାସ ନିୟମର ପାଳନ କରିବା ଦରକାର ହୋଇଥାଏ । ଅନ୍ଯଥା ପୂଜାର ଶୁଭ ଫଳ ପୂର୍ଣ ରୂପରେ ପ୍ରାପ୍ତ ହୋଇନଥାଏ । ଏଠାରେ କିଛି ନିୟମ କୁହାଯାଇଛି ଜାହ ସାମାନ୍ଯ ପୂଜାରେ ମଧ୍ୟ ଏହି ନିୟମର ପାଳନ କରିବା ଉଚିତ ।

ଏହି କଥା ଉପରେ ଧ୍ୟାନ ରଖିଲେ ବହୁତ ଶୁଭ ଫଳ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ନିୟମ ବିଷୟରେ । ସୂର୍ଯ୍ୟ, ଗଣେଶ, ଦୂର୍ଗା, ଶିବ ଓ ବିଷ୍ଣୁ, ଏହି ପାଞ୍ଚ ଦେବ ବୋଲି କୁହାଯାଇଥାଏ । ପ୍ରତିଦିନ ପୂଜନ କରିବା ସମୟରେ ଏହି ପଞ୍ଚଦେବଙ୍କ ଧ୍ୟାନ କରିବା ଉଚିତ । ଏଥିରେ ଲକ୍ଷ୍ମୀଙ୍କ କୃପା ଓ ସମୃଦ୍ଧି ପ୍ରାପ୍ତି ହୋଇଥାଏ ।

ଶିବ, ଗଣେଶ ଓ ଭୈରବ ଭଗବାନଙ୍କୁ ତୁଲସୀ ଅର୍ପଣ କରିବା ଉଚିତ ନୁହେଁ । ମା ଦୂର୍ଗାଙ୍କୁ ( ଏକ ପ୍ରକାର ଘାସ ) ଦେବା ଉଚିତ ନୁହେଁ । ଏହା ଗଣେଶଙ୍କୁ ବିଶେଷ ରୂପରେ ଅର୍ପଣ କରାଯାଇଥାଏ । ସୂର୍ଯ୍ୟ ଦେୟାବଙ୍କୁ ଶଙ୍ଖ ଦ୍ଵାରା ଜଳ ଅର୍ପିତ କରିବା ଅନୁଚିତ । ତୁଲସୀ ପତ୍ରକୁ ଅଗାଧୁଆ ଚିଣ୍ଡେଇବା କଥା ନୁହେଁ । ଶସ୍ତ୍ର ଅନୁସାରେ ଯଦି କୌଣସି ବ୍ୟକ୍ତି ବୀନା ଗାଧୋଇ ତୁଳସୀ ପତ୍ରକୁ ଛିଣ୍ଡେଇବେ ତ ଏମିତି ପତ୍ରକୁ ଭଗବାନ ଗ୍ରହଣ କରିବେ ନହିଁ ।


ଶାସ୍ତ୍ର ଅନୁସାରେ ଦେବୀ ଦେବତାଙ୍କର ପୂଜନ ଦିନରେ ପଞ୍ଚଥର କରିବା ଉଚିତ । ସକଳ 5 ଟାରୁ 6 ପର୍ଯ୍ୟନ୍ତ ବ୍ରାଂହ୍ୟ ମୁହୂର୍ତରେ ପୂଜା ଓ ଆରତୀ କରିବା ଉଚିତ । ଏହା ପରେ ସକାଳ ୯ ରୁ ୧୦ ଟା ପର୍ଯ୍ୟନ୍ତ ଆଉ ଗୋଟିଏର ପୂଜା  । ଦୁଇପ୍ରହରରେ ତୃତୀୟ ପୂଜା କରିବା ଉଚିତ । ଏହି ପୂଜା ପରେ ଭଗବାନଙ୍କର ସୟନ କରିବା ଉଚିତ । ସନ୍ଧ୍ଯା ସମୟରେ ୮ ଟାରୁ ୯ ଟା ପର୍ଯ୍ୟନ୍ତ ସୟନ କରିବା ଆବଶ୍ୟକ । ଯେଉଁ ଘରେ ନିୟମିତ ରୂପରେ ଘରର ପୂଜନ ୫ ଥର କରାଯାଇଥାଏ  ସେଠାରେ ସବୁ ଦେବୀ ଦେବତା ବାସ କରିଥାନ୍ତି ଓ ଏମିତି ଘରେ ଧନ ଧାନ୍ୟରେ କୌଣସି ପ୍ରକାର କମି ହୋଇନଥାଏ ।


ପ୍ଲାଷ୍ଟିକ ବୋତଲରେ କି ଅପବିତ୍ର ଧାତୁ ଜିନିଷରେ ଗଙ୍ଗାଜଳ ରଖିବା  ଉଚିତ ନୁହେଁ । ଅପବିତ୍ର ଧାତୁ ଯେମିତିକି ଏଲୁମିନିୟମ ଓ ଲୁହାରେ ବନିଥିବା ବର୍ତନ ରେ ଗଙ୍ଗା ଜଳ ରଖନ୍ତୁ ନହିଁ । ଗଙ୍ଗା ଜଳ ତମ୍ବା ବର୍ତନରେ ରଖିବା ଶୁଭ ହୋଇଥାଏ । ସ୍ତ୍ରୀ ଓ ପୁରୁଷମାନଙ୍କୁ ଅପବିତ୍ର ଅବସ୍ଥାରେ ଶଙ୍ଖ ବଜାଇବା ଉଚିତ ହୋଇନଥାଏ । ଯଦି ଏହି ନିୟମର ପାଳନ କରାଯାଏ ନହିଁତ ଯେଉଁଠି ଶଙ୍ଖ ବାଜଯାଇଥାଏ ସେଠାରୁ ମା ଲକ୍ଷ୍ମୀ ଚାଲିଯାଇଥାନ୍ତି ।

ଆଶା କରୁଛୁ ଆପଣଙ୍କୁ ଆମର ଏହି ଲେଖା ପସନ୍ଦ ଆସୁଥିବ, ଏହିଭଳି ଅନେକ ଜ୍ୟୋତିଷ ସମ୍ବନ୍ଧୀୟ ଖବର ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *