10ରେ ଆସୁଛି ଆଉ ଏକ ଲଘୁଚାପ, ନେଇ ପାରେ ବାତ୍ୟାର ରୂପ…. ଏହି ସବୁ ଜିଲ୍ଲାକୁ ସତର୍କ କରାଇଲେ ପାଣିପାଗ ବିଭାଗ

ଦେଶରେ ମୌଷମି ର ପ୍ରତ୍ୟାବର୍ତନ ପ୍ରକ୍ରିୟା ଆରମ୍ଭ ହୋଇଛି ଏହା ଭିତରେ ଉତ୍ତର ଅଣ୍ଡାମାନ ସାଗରରେ ସୃଷ୍ଟି ହେବାକୁ ଯାଉଛି ଗୋଟିଏ ଲଘୁଚାପ କ୍ଷେତ୍ର । ଆଗାମୀ 10 ତାରିଖରେ ଏହି ଲଘୁଚାପ ସୃଷ୍ଟି ହେବ ବୋଲି ପୂର୍ବାନୁମାନ କରୁଚି ପାଣିପାଗ ବିଭାଗ । ତେବେ ଏହା ଅଧିକ ଘନୀଭୂତ ହୋଇ ଉତ୍ତର ପଶ୍ଚିମ ଦିଗକୁ ଗତି କରିବ । ପରବର୍ତୀ ଚାରିରୁ ପାଞ୍ଚ ଦିନ ଭିତରେ ଓଡିଶା ଏବଂ ଦକ୍ଷିଣ ଉପକୂଳ ଆନ୍ଧ୍ରା ପ୍ରଦେଶ ଦେଇ ସ୍ଥଳ ଭାଗକୁ ଅତିକ୍ରମ କରିବ ବୋଲି ଆକଳନ କରିଛି ପାଣିପାଗ ବିଭାଗ । ଏହି ବର୍ଷ ଠିକ ସମୟରେ ଅର୍ଥାତ ଜୁନ ୧ ତାରିଖରେ କେରଳ ଛୁଇଁ ଥିଲା ।

ଦକ୍ଷିଣ ପଶ୍ଚିମ ମଉସାମୀ ବାୟୁ କିନ୍ତୁ ପ୍ରତ୍ୟାବର୍ତନରେ ୩୬ ଦିନ ବିଳମ୍ବ ହୋଇଛି । ପଶ୍ଚିମ ଉତ୍ତର ସକ୍ରିୟ ହୋଇ ଥିବାରୁ ଧୀରେ ଧୀରେ ଅପସରି ଜୀବ ଦକ୍ଷିଣ ପଶ୍ଚିମ ମୌଷମି ବାୟୁ । ତେବେ ଓଡିଶାରେ ଏହା ଅକ୍ଟୋବର ୨୦ଆଡକୁ ଆରମ୍ଭ ହେବ । ଏହା ୧୬ ୧୭ ବେଳକୁ ଓଡିଶା ଓ ଆନ୍ଧ୍ର ପ୍ରଦେଶ ସ୍ଥଳ ଭାଗକୁ ଅତିକ୍ରମ କରି ପାରେ । ଜବାଦ ରହିବ ଏହି ବାତ୍ୟାର ନାମ । ତେଣୁ ଅକ୍ଟୋବର ରେ ଓଡ଼ିଶାକୁ ବାତ୍ୟା ଆସିବାର ଭୟ ରହୁଛି । ବର୍ତମାନ ସମୟରେ ୱେଷ୍ଟ ରାଜସ୍ଥା ଓ ଗୁଜୁରାଟ ରୁ ମଧ୍ୟ ଧୀରେ ଧୀରେ ଦକ୍ଷିଣ ପଶ୍ଚିମ ମୌଷମି ବାୟୁ ବିଦାୟ ନେବାକୁ ଆରମ୍ଭ କଲାଣି । କିନ୍ତୁ ଓଡିଶାରୁ ବିଦାୟ ନେବା ବିଳମ୍ବ ହେବ ।

ଓଡ଼ିଶାକୁ ଡେରିରେ ଦକ୍ଷିଣ ପଶ୍ଚିମ ମୌଷମି ବାୟୁ ଡେରିରେ ଆସିଥିଲା । ମୌଷମି ବିଦାୟ ନେବା ପରେ ବାତ୍ୟା ଅଧିକ ଶକ୍ତିଶାଳି ହେବାର ମଧ୍ୟ ସମ୍ଭାବନା ରହିଛି । ଆମକୁ ଅପେକ୍ଷା କରିବାକୁ ପଡିବ ଦୁଇତିନିଦିନ, ବର୍ତମାନ ସମୟରେ ୧୦ ଅକ୍ଟୋବର ରେ ଯେଉଁ ଲଘୁଚାପ କ୍ଷେତ୍ର ଉତ୍ତର ଆଣ୍ଡାମାନ ରେ ସୃଷ୍ଟି ହେବାକୁ ଯାଉଛି । ତାହା କେତେ ଅଧିକ ଘନୀଭୂତ ହେବାକୁ ଯାଉଛି ବାତ୍ୟାର ରୂପ ନେବାର ଯଥେଷ୍ଟ ସମ୍ଭାବନା ରହିଛି । ତାପରେ ସ୍ଥଳ ଭାଗ ଦୁର୍ବଳ ହେବ ନା ବାତ୍ୟା ହେବ ତାହା ଦେଖିବା ବାକି ରହିଲା । ଯେହେତୁ ଏବେ ବହୁତ ଦିନ ରହିଛି ବାତ୍ୟାକୁ ନେଇ ପାଣିପାଗ ବିଭାଗର କୌଣସି ସୂଚନା ମିଳିନୀ ।

କିନ୍ତୁ ଅନ୍ୟ ସବୁ ବେସରକାରୀ ପାଣିପାଗ ମଡେଲ ଦର୍ଶାଉଛନ୍ତି ଏହି ଯେଉଁ ବାତ୍ୟା ଆସୁଛି ଉତ୍ତର ଆଣ୍ଡାମାନ କ୍ଷେତ୍ରରେ ଲଘୁଚାପ ସୃଷ୍ଟି ହେବ । ତାପରେ ଏହାର ଗତି ଉତ୍ତର ପଶ୍ଚିମ ଆଡକୁ ଏହାର ଗତି ରହିବ । ଯାହା ଗୁଲାବର ଗତି ଥିଲା ଜବାଦର ମଧ୍ୟ ସେହିଭଳି ପାଥ ରହିବାର ସମ୍ଭାବନା ରହିଛି । ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶାରେ ଏହି ବାତ୍ୟାର ପ୍ରଭାବ ରହିପାରେ । ଏହା ଉତ୍ତର ଆନ୍ଧ୍ର ପ୍ରଦେଶ ଓ ଦକ୍ଷିଣ ଓଡିଶା ମଧ୍ୟ ଦେଇ ସ୍ଥଳ ଭାଗକୁ ହିଟ କରିବ ।

ଲଘୁଚାପ ସୃଷ୍ଟି ହେବା ପରେ ତାର ପ୍ରଭାବ ଦେଖିବାକୁ ମିଳିବ । କିନ୍ତୁ ଏବେ କିଛି କିଛି ଜାଗାରେ ଆସୋଲେଟେଡ ରେନଫଲର ସମ୍ଭାବନା ରହିଛି । ବେସୀ ବର୍ଷା ହେବାର ନହିଁ ଶେଠୀ ପାଇଁ ୟେଲ୍ଲୋ ୱାର୍ନିର୍ଙ୍ଗ ଜାରି କରାଯାଇଛି ପାଣିପାଗ ବିଭାଗ ତରଫରୁ । ତେବେ ଦେଓଗଡ, ମୟୂରଭଞ୍ଜ, ବାଲେଶ୍ଵର, ଏହା ସହ ଭଦ୍ରକ, କେନ୍ଦ୍ରପଡା , ଜଗତଶିଙ୍ଘପୁର , କଟକ, ଖୋର୍ଦ୍ଧା, ନୟାଗଡ, କନ୍ଧମାଳ ଏଠାରେ ୟେଲ୍ଲୋ ୱାର୍ନିଙ୍ଗ ଜାରି କରାଯାଇଛି । ଗୋଟିଏ ଦୁଇଟି ସ୍ଥାନରେ ଘଡଘଡି ସହିତ ବର୍ଷା ମଧ୍ୟ ହୋଇପାରେ ।

Leave a Reply

Your email address will not be published. Required fields are marked *