ପୁଣି Borewell ଭିତରେ ଫସିଲା ଜୀବନ, ଆଖି ସାମ୍ନାରେ ଗାତକୁ ଖସିପଡିଲା 8 ବର୍ଷର ପୁଅ, ଦେଖନ୍ତୁ Video

ବନ୍ଧୁଗଣ ବୋରୱେଲ ଗାତ ଭିତରେ ଫଶି ରହିଛି ଜୀବନ । ୮ ବର୍ଷର ଶିଶୁ ପୁତ୍ର ବୋରୱେଲ ଭିତରକୁ ଖସି ପଡିଛି । ମଧ୍ୟ ପ୍ରଦେଶର ବେତୁଲ ଜିଲ୍ଲା ମାଦୁଇ ଗାଁ ରେ ବୋରୱେଲ ଭିତରେ ପଡି ଯାଇଛି 8 ବର୍ଷ ଶିଶୁ ତନ୍ମୟ ଦୀୟବର । ତନ୍ମୟ ବାପା ସୁନିଲ ଙ୍କ ସହ ଜମିକୁ ଯାଇଥିବା ବେଳେ ଏଭଳି ଅଘଟଣ ଘଟିଛି । ତେବେ ସୂଚନା ଅନୁଯାୟୀ ୪୦୦ ଫୁଟର ବୋରୱେଲ ହୋଇଥିବା ବେଳେ ତନ୍ମୟ ୫୦-୫୫ ଫୁଟରେ ଅଟକି ରହିଥିଲା । ତାକୁ ଉଧାର କରିବା ପାଇଁ ଚେଷ୍ଟା ଜାରି ରହିଛି ।

ଶିଶୁକୁ ୧୨ ଫୁଟ ଉପରକୁ ଅଣାଗଲା ପରେ ଦଉଡି ଖସି ଯାଇଛି । ଘଟଣା ସ୍ଥଳରେ ପ୍ରଶାସନ ଉଧାର କାର୍ଯ୍ୟ ଅବ୍ଯାହତ ରଖିଛି । ଜେସିପି ସାହାଯ୍ୟରେ ଗାତ ଖୋଳା ଯାଇଛି କିନ୍ତୁ ୧୭ ଫୁଟ ଗାତା ଖୋଳାଗଲା ପରେ ପଥର ର ଚଟାଣ ରହିଛି । ତେଣୁ ଆଉ ଗୋଟେ ଦିଗରୁ ଗାତ କରା ଯାଉଛି ପିଲାକୁ ପାଇପ ଯୋଗେ ଅକ୍ସିଜେନ ଯୋଗାଇ ଦେବାକୁ ବ୍ୟବସ୍ଥା ହୋଇଛି । ମଧ୍ୟ ପ୍ରଦେଶର ଭୋପାଳ ଓ ପୋସଙ୍ଗାବାଦ ରୁ ୨ଟି SDRF ଟିମ ଘଟନା ସ୍ଥଳରେ ପହଞ୍ଚିଛନ୍ତି ।

ସୁନୀଲ ଗତ କାଲି ସନ୍ଧ୍ୟା ବେଳେ ୭ ବର୍ଷର ପୁଅ ତନ୍ମୟକୁ ନେଇ ଜମିକୁ ଯାଇଥିଲେ । ସେହି ସମୟରେ ତନ୍ମୟା ବୋରୱେଲ ଗାତକୁ ଚାହୁଁଥିବା ବେଳେ ହଠାତ ଖସି ପଡିଥିଲେ । ପରିବାର ପକ୍ଷରୁ ପୋଲିସ । ପ୍ରଶାସନ ୫ଟା ୧୦ରେ କୁ ସୂଚନା ଦିଆଯାଇଥିଲା । ସନ୍ଧ୍ୟା ୬ଟା ରେ ପୋଲିସ ଓ ପ୍ରଶାସନ ଟିମ ପହଞ୍ଚିବା ସହ ଇଉଧାର କାର୍ଯ୍ୟ ଆରମ୍ଭ ହୋଇଥିଲା । ରାତି ୭ଟା ୩୦ରେ ଜେସିପି ଯୋଗେ ଗାତ ଖୋଳିବା ଆରମ୍ଭ ହୋଇଥିଳା ଓ ରାତି ୮ଟା ରେ ତନ୍ମୟଙ୍କୁ ପାପୀ ଯୋଗେ ଅକ୍ସିଜେନ ଯୋଗେଇ ଦିଆଯାଇଥିଲା ।

ରାତି ୯ଟା ରେ ବାପାଙ୍କ ସହ କଥା ହୋଇଥିଲା ତନ୍ମୟ । ମାତ୍ର ଗୋଟେ ସପ୍ତାହ ପୂର୍ବରୁ ସୁନୀଲ ବୋରୱେଲ ଖୋଳିଥିଲେ ଆଉ ସେଥିରେ ଜଳ ସ୍ତର କମିଯିବାରୁ ଲାଗିଥିବା ମୋଟର ଖୋଲି ଘରକୁ ନେଇ ଯାଇଥିଲେ । ଆଉ ଏହି ସମୟରେ ଅଘଟଣ ଘଟିଗଲା । ସୂଚନା ଅନୁଯାୟୀ ୨୦-୨୫ ରୁ ଫୁଟ ର ଗାତା ଖୋଲା ଯାଇଛି । କିନ୍ତୁ ଶିଶୁ ଯାଏଁ ଫଞ୍ଚି ପାରି ନାହି SDRF ଟିମ । ଏବେ ବି ଜିଲ୍ଲା ପ୍ରଶାସନ ଓ SDRF ଟିମ ନିଜର ଚେଷ୍ଟା ଜାରି ରଖିଛନ୍ତି ଉଧାର କରିବାରେ ।

ଗୁରୁତ୍ଵ ପୂର୍ଣ୍ଣ କଥା ହେଉଛି ତନ୍ମୟ କଥା ହୋଇପାରୁ ନାହି କି ଖାଦ୍ୟ ଗ୍ରହଣ କରୁ ନାହି । କ୍ୟାମେରାରେ ଦେଖା ଯାଉଛି ତନ୍ମୟଙ୍କ ହାତ ତଳକୁ ମୁଣ୍ଡ ଉପରକୁ ରହିଛି । ବୋରୱେଲ ଭିତରେ ତାପମାତ୍ରା କେତେ କମ ରହିଛି ଯାହା ପାଇଁ ତନ୍ମୟ କିଛି ପ୍ରତିକ୍ରିୟା ଦେଉ ନାହନ୍ତି । ଏବେ ବି ଅପରେସନ ଜାରି ରହିଛି । ତା ହେଲେ ବନ୍ଧୁଗଣ ଆପଣଙ୍କର ଏହି ଖବର କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *