ପୁଣି Cuttack ରେ ଫାଟିଲା ପାଇପ, ଲୋକ ଛିନଛତ୍ର, ଖସିପଡିଲେ ଦୁଇଜଣ ଝିଅ…. ଦେଖନ୍ତୁ Exclusive ଭିଡିଓ

କଟକର ବାଦାମବାଡ଼ି ଅଞ୍ଚଳରେ ପୁଣି ଥରେ ପାଇପ ଲାଇନ ଫାଟିଛି । ରାସ୍ତା ଉପରେ ପାଣି ପାଇପ ଫାଟି ପାଖାପାଖି ୩୦ ଫୁଟ ଉଚ୍ଚ ପାଣି ଉପରକୁ ଉଠି ଯାଇଛି । ଏହି କାରଣରୁ ବାଦାମବାଡ଼ି ରାସ୍ତା ଗୁଡିକ ଜଳମଗ୍ନ ହୋଇ ଯାଇଛି । ଏହା ସହିତ ଯାତାୟତ ମଧ୍ୟ ବାଧା ପ୍ରାପ୍ତ ହୋଇଛି । ଟ୍ରାଫିକ ସମସ୍ୟା ଆରମ୍ଭ ହୋଇ ଯାଇଛି । କହିଦେଉଛୁ କି କିଛି ଦିନ ତଳେ ଅର୍ଥାତ ୬ ତାରିଖ ଦିନ କଟକର ରାଜବଗିଚା ରିଙ୍ଗ ରୋଡରେ ପାଣି ପାଇପ ଫାଟି ଥିଲା ।

କିନ୍ତୁ ବାଦାମବାଡ଼ିରେ ପାଣି ପାଇପ ଫାଟିବା ଦ୍ଵାରା କାହାର କିଛି କ୍ଷତି ହୋଇ ନ ଥିଲା । ରାସ୍ତାରେ ଏହିଭଳି ବାରମ୍ବାର ପାଣି ପାଇପ ଫାଟିବା ଦ୍ଵାରା ଭବିଷ୍ୟତରେ ଏହା ବହୁତ ବଡ ଅସୁବିଧା ଆଣିପାରେ । ଏହା ସହିତ ଲୋକମାନେ ଭୟଭୀତ ମଧ୍ୟ ହେଉଛନ୍ତି ।

ପ୍ରଶ୍ନ ଆସୁଛି କି ପାଣି ବିଭାଗ କାହିଁକି ଏହି ସବୁ ପାଇପର ମରାମତି କରୁ ନାହିଁ । ଯଦି ପାଣି ବିଭାଗ ଏହି ପାଇପକୁ ମରାମତି କରିବ ନାହିଁ ତେବେ କଟକରେ ଏହିଭଳି ବାରମ୍ବାର ପାଇପ ଫାଟି ପାରେ । ବର୍ତ୍ତମାନ ସମସ୍ତେ ପିଏସଡ଼ି ବିଭାଗକୁ ଦାୟୀ କରୁଛନ୍ତି । ଆଜି ସନ୍ଧ୍ୟା ସମୟରେ କଟକଟ ବାଦାମବାଡ଼ିରେ ପାଣି ପାଇପ ଫାଟି ପାଖାପାଖି ୩୦ ଫୁଟ ପାଣି ଉଚ୍ଚକୁ ଉଠି ଯାଇ ଥିଲା ।

ଏହା ଛଡା ପାଣି ପାଇପ ଫାଟିବା ଦ୍ଵାରା ଜଣେ ଆଘାତ ମଧ୍ୟ ହୋଇଛନ୍ତି । ପାଇପ ଫାଟିବା କାରଣରୁ ରାସ୍ତାର ପଥର ଜଣକ ମୁଣ୍ଡରେ ଲାଗଛି ଓ ସେ ଆଘାତ ପାଇଛନ୍ତି । ଯାହାଙ୍କୁ କଟକର ବଡ ମେଡିକାଲ ନିଆଯାଇଛି । ଅସନ୍ତୋଷ ଲୋକମାନେ ବାରମ୍ବାର ଅଭିଯୋଗ କରିବା ସତ୍ବେ ବି ଏହି ସମସ୍ୟାର ସମାଧାନ ହେଉ ନାହିଁ । କିନ୍ତୁ ବର୍ତ୍ତମାନ ସମୟରେ ଯେଉଁ ସ୍ଥାନରୁ ପାଣି ବାହାରୁ ଥିଲା ସେଠି ପାଣିର ପ୍ରେସର ଅଳ୍ପ କମି ଯାଇଛି ।

କିନ୍ତୁ ବର୍ତ୍ତମାନ ବି ରାସ୍ତାରେ ବହୁତ ଭିଡ ଦେଖା ଯାଉଛି । ବାଦାମବାଡ଼ିରେ ବହୁତ ସଂଖ୍ୟକ ଲୋକମାନେ ଛିଡା ହୋଇ ଭିଡ କରି ଏହି ଦୃଶ୍ୟକୁ ଦେଖୁଛନ୍ତି । ପୋଲିସ ଓ ଟ୍ରାଫିକ ପୋଲିସ ଆସି ଭିଡକୁ ଭାଙ୍ଗିବା ପାଇଁ ଚେଷ୍ଟା କରୁଛନ୍ତି ଓ ଯାତାୟାତ ରାସ୍ତାକୁ ଖାଲି ମଧ୍ୟ କରୁଛନ୍ତି । ଯାହା ଦ୍ଵାରା ସବୁ ଗାଡି ସହଜରେ ଯିବା ଆସିବା କରି ପାରିବେ ।

Leave a Reply

Your email address will not be published. Required fields are marked *