ପୁରୁଣା ଝାଡୁ କେଉଁ ଦିନ ଫିଙ୍ଗିବା ଓ କେଉଁଠି ଫିଙ୍ଗିବା ଉଚିତ ? ଝାଡୁର ଏହି ଉପାୟରେ ମା ଲକ୍ଷ୍ମୀ ହେବେ ପ୍ରସନ୍ନ, କରିବେ ଧନବର୍ଷା- Vastu Tips

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଅମାବାସ୍ୟା ଆମ ହିନ୍ଦୁ ଧର୍ମରେ ଭଲ ନୁହେଁ ବୋଲି କୁହା ଯାଇଥାଏ, ତେବେ ଏହି ଦିନ କିଛି ଉପାୟ କରିବା ଦ୍ଵାରା ଆପଣଙ୍କ ଘର ସବୁ ନକାରାତ୍ମକ ଊର୍ଜା ଘରୁ ବାହାରିଥାଏ । ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ସଠିକ ସମୟରେ ଉପାୟ କରିବା ଦ୍ଵାରା ମଣିଷ ଜୀବନରେ ଆସୁଥିବା ସବୁ ପ୍ରକାର ସମସ୍ଯା ଦୂରେଇ ଯାଇଥାଏ । କୁହା ଯାଇଛି ଯେ ଯେଉଁ ଘରେ ବ୍ୟକ୍ତି ଉଠି ବ୍ରହ୍ମ ମୁହୂର୍ତରେ ଘରେ ଝାଡୁ କରିଥାନ୍ତି ସେହି ଘରେ ମାତା ଲକ୍ଷ୍ମୀ ସବୁଦିନ ପାଇଁ ବାସ କରିଥାନ୍ତି ।

ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ସକାଳ ଚାରି ପ୍ରହର ଝାଡୁ ମାରିବା ପାଇଁ ଉଚିତ ଅଟନ୍ତି କିନ୍ତୁ ରାତି ଚାରି ପ୍ରହରରେ ଝାଡୁ ମାରିବା ଜମା ବି ଭଲ ନୁହଁ ।

Image Courtesy: Google

ତେବେ କୁହା ଯାଇଛି ଯଦି ରାତିରେ ଆପଣଙ୍କୁ ଝାଡୁ ମାରିବା ବହୁତ ଆବଶ୍ୟକ ହୋଇଥାଏ ତେବେ ଆପଣ ଝାଡୁ ମାରି ଅସନା ଗୋଟେ କଣରେ ରଖି ଦିଅନ୍ତୁ ରାତିରେ ଅସନା ବାହାରକୁ ଫିଙ୍ଗନ୍ତୁ ନାହିଁ ଏହା ଉଚିତ ନୁହ । ଝାଡୁ ଓ ମାତା ଲକ୍ଷ୍ମୀଙ୍କ ସମ୍ପର୍କ ବହୁତ ଗଭୀର ଅଟେ, ଯେଉଁ ଘରେ ଝାଡୁ ଅପମାନ ହୋଇଥାଏ ସେହି ଘରେ ମାତା ଲକ୍ଷ୍ମୀ ବାସ କରନ୍ତି ନାହିଁ ସେଥିପାଇଁ ଭୁଲରେ ବି ଝାଡୁକୁ ଗୋଡ ଲଗାନ୍ତୁ ନାହିଁ ।

Image Courtesy: Google

ଯଦି ଆପଣଙ୍କ ଝାଡୁ ଛିଣ୍ଡି ଯାଏ ତେବେ ଆପଣଙ୍କୁ ତାହା ଘରେ ରଖିବା ଉଚିତ ନୁହ ନଚେତ ଆପଣଙ୍କ ଘରେ ନକାରାତ୍ମକ ଊର୍ଜା ଆଉଥରେ ଆସିବା ଆରମ୍ଭ ହୋଇଥାଏ ସେଥିପାଇଁ ଏହି ଭଳି ଭୁଲ କରନ୍ତୁ ନାହିଁ । ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଯେ ଯଦି ଆପଣଙ୍କ ଘରେ କୌଣସି ଜିନିଷ ବ୍ୟବହାର ହେଉ ନାହିଁ ଓ ଆପଣଙ୍କ ଝାଡୁ ମଧ୍ୟ ବହୁତ ଖରାପ ହୋଇଯାଇଛି ତେବେ ଝାଡୁ ଓ ଖରାପ ଜିନିଷ ଅମାବସ୍ୟା ଦିନ ଘରୁ ବାହାର କରିବା ଉଚିତ ।

Image Courtesy: Google

ତେବେ ଯଦି ଆପଣଙ୍କୁ ବହୁତ ଆବଶ୍ୟକ ଅଛି ତେବେ ଆପଣ ଶନିବାର ଦିନ ଘର ଅସନା ବାହାର କରନ୍ତୁ ଏହା ବହୁତ ଶୁଭ ଫଳ ଦାଇ ହୋଇଥାଏ । ତେବେ କଣ ଆପଣ ଜାଣିଛନ୍ତି ନୂଆ ଝାଡୁ ଘରକୁ କେଉଁ ଦିନ ଆଣିବା ଉଚିତ ଶାସ୍ତ୍ରରେ କୁହା ଯାଇଛି ଝାଡୁ ସବୁବେଳେ କୃଷ୍ଣ ପକ୍ଷରେ କିଣିବା ଉଚିତ ଶୁକ୍ଳ ପକ୍ଷରେ କିଣା ହୋଇଥିବା ଝାଡୁ ଦୁର୍ଭାଗ୍ୟ ସୂଚକ ହୋଇଥାଏ । ତେବେ ଝାଡୁ ରବିବାର, ମଙ୍ଗଳବାର ଏହି ଦିନରେ କିଣିବା ଉଚିତ ହୋଇଥାଏ ।

Leave a Reply

Your email address will not be published. Required fields are marked *