ପୂଜା କରିବା ସମୟରେ ଦୀପରେ ପକାନ୍ତୁ ଏହି ଗୋଟେ ଜିନିଷ ଓ ରୋଗ ନାମ ନିଶାନ ଲିଭେଇ ଦିଅନ୍ତୁ

ଭାରତ ବହୁତ ପବିତ୍ର ଧାର୍ମିକ ସ୍ଥଳ ଅଟେ, ଏଠି ଆପଣଙ୍କୁ ୩୬କୋଟି ଦେବୀ ଦେବତା ଦେଖିବାକୁ ମିଳିଥାନ୍ତି, ତେବେ ଲୋକଙ୍କ ମାନ୍ୟତା ସବୁ ଭଗବାନଙ୍କ ଭିତରେ ବହୁତ ରହିଛି, ସମସ୍ତେ ପୂଜା, ପାଠ, ଗ୍ରନ୍ଥ ଇତ୍ୟାଦିରେ ଧ୍ୟାନ ରଖନ୍ତି, ତେବେ ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଉପାୟ ବିଷୟରେ କହିବାକୁ ଯାଉଛୁ ଯାହା ବିଷୟରେ ଜାଣି ଆପଣଙ୍କୁ ସବୁ ପ୍ରକାର ରୋଗ ଓ ଦୋଷରୁ ମୁକ୍ତି ପ୍ରାପ୍ତ ହବ ।

ଯଦି ଆପଣ ଦୀପ ଜାଳୁଛନ୍ତି ତେବେ ଧ୍ୟାନ ଦେବେ ଯେମିତି ଦୀପର କୌଣସି ସ୍ଥାନ କ୍ଷତ ହେଇ ନଥିବ ।

Image Courtesy: Google

ବାସ୍ତୁଶାସ୍ତ୍ରରେ କୁହାଯାଇଛି ଯଦି ଘରେ ପ୍ରଭାତ ଓ ସନ୍ଧ୍ୟା ସମୟରେ ପ୍ରତିଦିନ ଦୀପ ଜାଳିବେ ତେବେ ଘରେ ସକାରାତ୍ମକ ଶକ୍ତିର ଆବିର୍ଭାବ ହେଇଥାଏ ଏବଂ ନକରାତ୍ମକ ଶକ୍ତିର ସମାପ୍ତ ଘଟିଥାଏ । କେବଳ ଏତିକି ନୁହଁ ପ୍ରତିଦିନ ଏହା କରିବା ଦ୍ଵାରା ଘରେ ସୁଖ ଶାନ୍ତିର ସମୃଦ୍ଧି ହେଇଥାଏ । ଏହାସହ ପୂଜା କରିବା ସମୟରେ ସଫାସୁତୁରା ରଖିବା ନିହାତି ଆବଶ୍ୟକ । ଏବଂ ଦୀପ ଉଚିତ ଦିଗରେ ରହିବା ଅତ୍ୟାବଶ୍ୟକ । ଏଥିରେ ଧ୍ୟାନ ଦେବେ ଯଦି ଆପଣ ଘିଅର ଦୀପ ଜାଳୁଛନ୍ତି ତେବେ ସେଥିରେ ଧଳା ବତୀ ବ୍ୟବହାର କରିବେ ଏବଂ ଯଦି ଆପଣ ତେଲ ଦୀପ ଜାଳୁଛନ୍ତି ତେବେ ସେଥିରେ ନାଲି ବତୀ ବ୍ୟବହାର କରନ୍ତୁ ।

Image Courtesy: Google

କାରଣ ଏହା ଶୁଭ ହୋଇଥାଏ । ଏହାଦ୍ଵାରା ଧନର ଦେବୀ ମା ଲକ୍ଷ୍ମୀ ପ୍ରସନ୍ନ ହେଇଥାନ୍ତି । କିନ୍ତୁ ଧ୍ୟାନ ରଖିବେ ଦୀପକୁ ତଳେ ଭୂମି ଉପରେ ରଖିବେ ନାହିଁ, ଏହାକୁ ଚାଉଳ, ଧାନ କିମ୍ବା କୌଣସି ଅନ୍ୟ ବସ୍ତୁ ଉପରେ ରଖିବେ । ଦେଖାଯାଏ ଲୋକମାନେ ସବୁବେଳେ ତେଲ କିମ୍ବା ଘିଅରେ ଦୀପ ଜାଳନ୍ତି । କିନ୍ତୁ ଦୀପ ଜାଳିବା ସମୟରେ କିଛି ଜିନିଷ ଉପରେ ଧ୍ୟାନ ରଖିବା ଉଚିତ, ଯାହାଦ୍ୱାରା ଆପଣଙ୍କ ଘରେ ସୁଖଶାନ୍ତିର ବୃଦ୍ଧି ହେବ ଏବଂ ଦେବାଦେବୀଙ୍କର ଆଶୀର୍ବାଦ ପ୍ରାପ୍ତ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଏହି ସବୁ ଜିନିଷ ବିଷୟରେ ।

Image Courtesy: Google

ଆପଣ ଏହି କଥାର ବିଶେଷ ଧ୍ୟାନ ରଖିବେ ଆପଣ ପ୍ରତିଦିନ ସନ୍ଧ୍ୟା ସମୟରେ ଘରର ମୁଖ୍ୟ କବାଟରେ ଦୀପ ପ୍ରଜ୍ଵଳନ କରନ୍ତୁ । ତେବେ ଆପଣଙ୍କୁ ବହୁତ କଥା ଧ୍ୟାନ ରଖିବା ଉଚିତ ଅଟେ, ଆପଣ ଦୀପ ପ୍ରଜ୍ଵଳନ କରିବା ବେଳେ ଦୀପରେ କପୁର ପକାନ୍ତୁ ଏହା ବହୁତ ଶୁଭ ହୋଇଥାଏ । ତେବେ କର୍ପୁର ଦ୍ଵାରା ଆପଣଙ୍କ ଘର ସମସ୍ତ ବ୍ୟକ୍ତିଙ୍କ ସ୍ୱାସ୍ଥ୍ୟ ଭଲ ରହିଥାଏ ଓ କାହାକୁ କୌଣସି ରୋଗ ହୋଇନଥାଏ ତେବେ ଏହା ମନେ ରଖିବା ଉଚିତ ଯେ ଦୀପ ସକାଳ ସନ୍ଧ୍ୟାରେ ପ୍ରଜ୍ଵଳନ କରିବା ଉଚିତ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *