ନିଜ ପ୍ରଥମ ପତ୍ନୀ କବିତା ଙ୍କୁ ନେଇ Raj Kundra କଲେ ବଡ ଖୁଲାସା, କହିଲେ, “ମୋ ଭିଣୋଇଙ୍କ ସହ ଥିଲା ତାଙ୍କ ପ୍ରେମ ସମ୍ପର୍କ ଓ ଦିନେ ବାଥ୍ରୁମରେ …”

ଅଭିନେତ୍ରୀ ଶିଲ୍ପା ଶେଟ୍ଟୀ କୁନ୍ଦ୍ରାଙ୍କ ସ୍ଵାମୀ ରାଜ କୁନ୍ଦ୍ରା ବର୍ତ୍ତମାନ ନିଜର ପୂର୍ବ ପତ୍ନୀ କବିତାଙ୍କୁ ନେଇ ଚର୍ଚାରେ ଅଛନ୍ତି । କିଛି ଦିନ ତଳେ ଶିଲ୍ପା ନିଜର ଜନ୍ମଦିନ ପାଳନ କରିଥିଲେ ଓ ସେହି ସମୟରୁ ରାଜ କୁନ୍ଦ୍ରା ଓ ତାଙ୍କର ପୂର୍ବ ପତ୍ନୀ କବିତା ଚର୍ଚାରେ ଆସିଯାଇଛନ୍ତି ।

କହିଦେଉଛୁ କି ରାଜ କୁନ୍ଦ୍ରା ତାଙ୍କର ପୂର୍ବ ପତ୍ନୀ କବିତା ୨୦୦୬ରେ ପରସ୍ପର ଠାରୁ ଛାଡପତ୍ର ନେଇସାରିଛନ୍ତି । ଦୁଇ ଜଣଙ୍କ ଗୋଟିଏ ଝିଅ ବି ଅଛି । କବିତାଙ୍କ ଠାରୁ ଅଲଗା ହେବା ପରେ ରାଜ କୁନ୍ଦ୍ରା ଶିଲ୍ପା ଶେଟ୍ଟୀଙ୍କୁ ୨୦୦୯ରେ ଦ୍ଵିତୀୟ ବିବାହ କରିଥିଲେ । କିନ୍ତୁ ବର୍ତ୍ତମାନ ଏତେ ବର୍ଷ ପରେ ପୁଣି ଥରେ ରାଜ ଓ କବିତାଙ୍କୁ ନେଇ କାହିଁକି ଚର୍ଚା ଚାଲିଛି ଆସନ୍ତୁ ଜାଣିବା । କହିଦେଉଛୁ କି ପ୍ରଥମ ପତ୍ନୀ କବିତାଙ୍କ ସହ ଅଲଗା ହେବାର ୧୧ ବର୍ଷ ପରେ ରାଜ କୁନ୍ଦ୍ରା ଏହାର କାରଣ ବିଷୟରେ କହିଛନ୍ତି ।

ଗୋଟିଏ ବହୁତ ପୁରୁଣା ଭିଡିଓରେ ରାଜ କୁନ୍ଦ୍ରାଙ୍କ ପ୍ରଥମ ପତ୍ନୀ କବିତା ଶିଲ୍ପାଙ୍କୁ ତାଙ୍କର ବିବାହ ଭାଙ୍ଗିବାର ମୁଖ୍ୟ କାରଣ ବୋଲି କହିଥିଲେ । ବର୍ତ୍ତମାନ ଏହି ଭିଡିଓ ପୁଣି ଥରେ ଭାଇରାଲ ହେଉଛି । ଏହା ପରେ ଏହି ଭିଡିଓକୁ ନେଇ ରାଜ କୁନ୍ଦ୍ରା କହିଲେ କି ୧୧ ବର୍ଷ ପୁରୁଣା ଯେଉଁ ଭିଡିଓ ଭାଇରାଲ ହେଉଛି ତାହା ପୂରାପୂରି ମିଥ୍ୟା ଅଟେ । ମୁଁ ଗତ ୧୨ ବର୍ଷ ହେବ ଏହି ମାମଲାରେ ଚୁପ ଅଛି । କବିତାଙ୍କ ଏହି ଭିଡିଓରେ ରାଜ କହିଲେ କି ଭିଡିଓରେ ଶିଲ୍ପାଙ୍କ ବିରୁଦ୍ଧରେ କହିବା ପାଇଁ କିଛି ମି-ଡି-ଆ କର୍ମୀ କବିତାଙ୍କୁ ଟଙ୍କା ଦେଇଥିଲେ ।

ନ୍ୟୁଜ ଅଫ ଦ ୱାର୍ଲ୍ଡ ନାମକ ଏକ ମି-ଡି-ଆ ଚ୍ୟାନେଲରେ ଏହିଭଳି ଏକ ସ୍କଣ୍ଡେଲ ଷ୍ଟୋରି ଅର୍ଥାତ ଶିଲ୍ପା ଓ ମୋ ବିରୁଦ୍ଧରେ କହିବା ପାଇଁ କବିତାଙ୍କୁ ଲକ୍ଷ ଲକ୍ଷ ଟଙ୍କା ଦିଆଯାଇଥିଲା । ରାଜ କୁନ୍ଦ୍ରା ଆଗକୁ କହିଲେ କି ତାଙ୍କ ପ୍ରଥମ ବିବାହ ଶିଲ୍ପାଙ୍କ ପାଇଁ ନୁହେଁ ସ୍ଵୟଂ କବିତା ଏହାର କାରଣ ଥିଲେ । ଗୋଟିଏ ଇଣ୍ଟରଭିୟୁରେ ତାଙ୍କର ଓ କବିତାଙ୍କ ବିବାହ ବିଚ୍ଛେଦ ବିଷୟରେ ସେ କହିଲେ କି କବିତା ସବୁବେଳେ ତାଙ୍କର ଖରାପ ଗୁଣକୁ ଅଧିକ ନଜର ରଖନ୍ତି ।

ଏହା ସହିତ ସେ ଯେତେବେଳେ ଲଣ୍ଡନରେ ରହୁଥିଲେ ତେବେ କବିତା ତାଙ୍କର ଭେଣେଇଙ୍କ ଅଫେୟାର ଚାଲିଥିଲା । କବିତା ମୋ ଭେଣେଇଙ୍କ ସହ ଅଧିକ ସମୟ ଅତି ବାହିତ କରିଥିଲେ । ବିଶେଷ କରି ମୁଁ ଯେତେବେଳେ ବିଜନେସ ପାଇଁ ବାହାରକୁ ଯାଏ ସେହି ସମୟରେ ଏମାନଙ୍କର ସାକ୍ଷାତ ବଢିଯାଏ । ମୋ ପରିବାର ଓ ମୋ ଡ୍ରାଇଭର ବି ଏମାନଙ୍କ ଅଫେୟାର ବିଷୟରେ ସନ୍ଦେହ କରିଥିଲେ । କିନ୍ତୁ ଏହି ସବୁକୁ ମୁଁ ନଜର ଅନ୍ଦାଜ କରୁଥିଲି ଓ ଦୁଇ ପରିବାର ଭଲ ପାଇଁ ମୁଁ ସମସ୍ତ ପ୍ରକାରର ଚେଷ୍ଟା କରୁଥିଲି ।

କିନ୍ତୁ ରାଜ ସେହି ସମୟରେ ସ୍ପଷ୍ଟ ହେଲେ ଯେତେବେଳେ ତାଙ୍କର ଭଉଣୀ ଓ ଭେଣେଇ ଭାରତକୁ ଚାଲି ଆସିଲେ । ଏହା ପରେ କବିତା ବାଥରୁମରେ ଏକ ଫୋନ ଲୁଚାଇ ରଖିଥିଲେ ଓ ସେ ତାଙ୍କର ଭେଣେଇଙ୍କୁ ସେଥିରେ ମ୍ୟାସେଜ କରୁଥିଲେ ବୋଲି ରାଜ କିଛି ସମୟ ପରେ ଜାଣି ପାରିଲେ । ରାଜ ଏହି ସମସ୍ତ କଥା ତାଙ୍କର ଭଉଣୀଙ୍କୁ ବି ଜଣାଇ ଥିଲେ । ରାଜ ରାଗି ଯାଇ କବିତା ଓ ତାଙ୍କର ୪୦ ଦିନର ଝିଅକୁ ବାପଘରେ ଛାଡି ଲଣ୍ଡନ ଚାଲି ଆସିଥିଲେ ।

ଏହା ପରେ ରାଜ ଜଣେ ବନ୍ଧୁ ଦ୍ଵାରା ଶିଲ୍ପାଙ୍କ ସହ ଦେଖା ହୋଇଥିଲେ । ଏମିତିରେ ରାଜ ଓ ଶିଲ୍ପାଙ୍କ ଅଫେୟାର ବିଷୟରେ ଚର୍ଚା ହେବା ଆରମ୍ଭ ହୋଇଗଲା । ୧୦ ଲକ୍ଷ ଟଙ୍କା ନେଇ କବିତା ମି-ଡି-ଆକୁ ଗୋଟିଏ ମିଛ ଖବର ଦେଇଥିଲେ ବୋଲି ରାଜ ଅଭିଯୋଗ କରିଛନ୍ତି । କବିତା ମି-ଡି-ଆକୁ କହିଥିଲେ କି ଶିଲ୍ପା ତାଙ୍କର ବାହାଘର ଭାଙ୍ଗିଛନ୍ତି କିନ୍ତୁ ଏହା ବିଲକୁଲ ବି ସତ ନୁହେଁ ବୋଲି ରାଜ ମି-ଡି-ଆକୁ କହିଛନ୍ତି ।

ଯଦି ଆପଣଙ୍କୁ ଆମର ଏଇ ଆର୍ଟିକିଲ୍ ଟି ପସନ୍ଦ ଆସିଥାଏ ତେବେ ଲାଇକ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଆଗକୁ ଆମ ସହିତ ରହିବା ପାଇଁ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *