Rani Panda ଙ୍କ ଡ୍ରାଇଭର ବଖାଣିଲେ ସେଦିନ ରାତିର ଛାତିଥରା ଘଟଣା, ଦେଖୁ ଦେଖୁ ସାମ୍ନାରୁ ଆସି… ଦେଖନ୍ତୁ video

ବନ୍ଧୁଗଣ ସେଦିନ ରାତିର ଛାତିଥରା କାହାଣୀ ବଖାଣିଲେ ଡ୍ରାଇଭର । ହଁ ଆଜ୍ଞା ରାଣୀ ପଣ୍ଡାଙ୍କ ଡ୍ରାଇଭର କହୁଛନ୍ତି କିଭଳି ଥିଲା ସେଦିନର ରାତିର ଦ୍ରୁଶ୍ଯ । ନିଜ ଆଖି ଆଗରେ ଦେଖୁ ଦେଖୁ ପଲସର ବାଇକ ଟି ଆସି ପିଟି ହୋଇଗଲା କାର ରେ । ଆଉ କ୍ଷଣକ ଭିତରେ ଆଖି ଲିଭିଗଲା । ଆଉ ଦେଖିଲା ବେଳକୁ ରକ୍ତ ଜୁଡୁବୁଡୁ ହୋଇ ବାଇକ ଆରୋହି ଜଣକ ପଡିଛନ୍ତି । ଯୁବକ ଜଣକ ଛିଟିକି ଯାଇ ପଡିଛନ୍ତି ଆଉ ସେପଟେ ବାଇକ ଟି ପୁରା ଚୁରମାର ହୋଇ ଯାଇଛି । ଆଉ କାର ର ସାମନା ପାଟ ଭାଙ୍ଗି ଯାଇଥିଲା ।

ରାଣୀ ପଣ୍ଡାଙ୍କ ଡ୍ରାଇଭର କହିଛନ୍ତି କି କାର ଟି ବିଶେଷ ସ୍ପିଡ ନ ଥିଲା । କାର ମାତ୍ର ୫୦-୬୦ ସ୍ପିଡ ରେ ଥିଲା । କିନ୍ତୁ ବାଇକ ଚଲାଉଥିବା ଯୁବକ ସୁକାନ୍ତ ବେହେରା ଅତି ସ୍ପିଡ ରେ ଆସି କୁଆଡେ କାର କୁ ପିଟି ଦେଇଥିଲେ । ତା ପୂର୍ବରୁ ରାଣୀ ପଣ୍ଡାଙ୍କ ଡ୍ରାଇଭର ମଧ୍ୟ ବ୍ରେକ ମାରିଥିଲେ । ଆଉ କାର କୁ ନିୟନ୍ତ୍ରଣ ଭିତରକୁ ଆଣି ସାରିଥିଲେ । କିନ୍ତୁ ବାଇକ ଆସି ପିଟି ହୋଇ ଯାଇଥିଲା । ଯାହା ଫଳରେ ସବୁ କିଛି ଗୋଟେ କ୍ଷଣରେ ବୋମା ଫୁଟିବା ଭଳି ଶବ୍ଦ ହୋଇଥିଲା ।

ଆଉ କାର ରେ ଲାଗିଥିବା ୨ଟି ଏୟାର ବେଲୁନ ମଧ୍ୟ ଖୋଲି ଯାଇଥିଲା । ଆଉ ସେଥିରେ ସୁରକ୍ଷିତ ଭାବେ ଜୀବନ ବଞ୍ଚି ଯାଇଥିଲା ରାଣୀ ପଣ୍ଡା ଓ ତାଙ୍କ ଡ୍ରାଇଭର ଙ୍କର । ତେବେ ଡ୍ରାଇଭର ଙ୍କ କହିବା ଅନୁଯାୟୀ ରାଣୀ ପଣ୍ଡାଙ୍କ ଛାତିରେ ଆଘାତ ଲାଗିବା ସହ ତାଙ୍କ ଛାତିରେ ମଧ୍ୟ ଆଘାତ ଲାଗିଛି । କିନ୍ତୁ ସେପଟେ ଘଟଣା ସ୍ଥଳରେ ବାଇକ ଆରୋହି ସୁକାନ୍ତ ବେହେରା ଙ୍କ ଜୀବନ ଚାଲିଗଲା । ଘଟଣା ସ୍ଥଳରେ ସୁକାନ୍ତ ରକ୍ତ ଗୁଡୁବୁଡୁ ଅବସ୍ଥାରେ ପଡିଥିଲେ ଆଉ ସେଠାରୁ ତୁରନ୍ତ ତାଙ୍କୁ ଆଠଗଡ ଏକ ହସ୍ପିଟାଲ ରେ ଭର୍ତ୍ତି କରା ଯାଇଥିଲା ।

କିନ୍ତୁ ଜୀବନ ବଞ୍ଚିବା ନାହି ଚାଲିଗଲା ଜୀବନ । ଆଉ ଏବେ ଚଟପଟ ହୋଇ ସୁକାନ୍ତ ଙ୍କ ମା ଏପଟେ କାନ୍ଦୁ ଛନ୍ତି । ତେବେ ରାଣୀ ପଣ୍ଡା ଙ୍କ ଡ୍ରାଇଭର କହିଛନ୍ତି ଗୋଟି ଗୋଟି କଥା କିଭଳି ଥିଲା ସେଦିନ ରାତିର ଦ୍ରୁଶ୍ଯ । ହଠାତ ଭୋଜି ଖାଇ ଖୁସି ରେ ଫେରୁଥିଲେ ଆଉ ଏଭଳି ଘଟିଲା । କେହି ବି ଆଶା କରି ନ ଥିଲେ ଏମିତି ଅଘଟଣ ଘଟିଯିବ ଆଉ ଜୀବନ ଜଣଙ୍କର ଚାଲିଯିବ ।

ତେବେ ଶୁଣିବାକୁ ମିଳୁଛି ରାଣୀ ପଣ୍ଡା ସୁକାନ୍ତଙ୍କ ପରିବାରକୁ ଏବେ ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି । ଆଗକୁ ମଧ୍ୟ ସାହାଜ୍ଯ କରିବାକୁ କଥା ଦେଇଛନ୍ତି ରାଣୀ । ସୁକାନ୍ତ ଙ୍କ ପରିବାର ଏବେ କେମିତି ଚାଲିବ ତାହାକୁ ନେଇ ତାଙ୍କ ମା ଦାବି କରିଛନ୍ତି । ପୁଅ ଏମିତି ହଠାତ ଚାଲିଯିବା ପରିବାର ଲୋକେ ସହଜରେ ଗ୍ରହଣ କରିପାରୁ ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *