ରାସନ କାର୍ଡଧାରୀଙ୍କ ପାଇଁ ବଡ ଖବର, ସ୍ତ୍ରୀ ପିଲାଙ୍କ ନାଁ ଯୋଡି ଏମିତି ଉଠାଇପାରିବେ ଲାଭ

ବର୍ତ୍ତମାନ ସମସ୍ତଙ୍କ ପାଖରେ ରାସନ କାର୍ଡ ଅଛି । ଯାହା ଦ୍ଵାରା ସରକାରଙ୍କ ଠାରୁ ମିଳୁଥିବା ମାଗଣା ଚାଉଳ ଓ ଗହମ ପରିବାରର ସଦସ୍ୟଙ୍କ ହିସାବରେ ମିଳିଥାଏ । କିନ୍ତୁ କେତେକ ଲୋକମାନେ ଗୋଟିଏ ସମସ୍ୟାର ସାମ୍ନା କରିଥାନ୍ତି । ଯେମିତି କି ସେମାନଙ୍କର ରାସନ କାର୍ଡ ତ ଥାଏ କିନ୍ତୁ ସେଥିରେ ସେମାନଙ୍କର ପୁରା ପରିବାରର ନାଁ ନ ଥାଏ । ଏହିଭଳି ସମସ୍ୟାର ଯଦି ଆପଣ ସମ୍ମୁଖୀନ କରୁଛନ୍ତି ତେବେ ଆଉ ଚିନ୍ତା କରନ୍ତୁ ନାହିଁ । କିଛି ମିନିଟ ମଧ୍ୟରେ ଆପଣ ଏହି ସମସ୍ୟାର ସମଧାନ କରି ପାରିବେ । ତେବେ ଚଲାନ୍ତୁ ଜାଣିବା ସମ୍ପୂର୍ଣ ପ୍ରକ୍ରିୟାଟି କଣ ।

ପ୍ରଥମେ କିଛି ଜରୁରୀ କାଗଜପତ୍ର ଦରକାର । ଯେମିତି କି ଯଦି ଆପଣ ନିଜର ରାସନ କାର୍ଡରେ ନିଜର ସନ୍ତାନର ନାଁକୁ ଯୋଡିବାକୁ ଚାହୁଁଛନ୍ତି ତେବେ ଆପଣଙ୍କୁ ପ୍ରଥମେ ଘରର ମୁଖିଆଙ୍କ ରାସନ କାର୍ଡ, ପିଲାର ଜନ୍ମ ପ୍ରମାଣ ପତ୍ର, ପିତା ମାତାଙ୍କ ଆଧାର କାର୍ଡ ।

ଏହା ଛଡା ଯଦି ଘରର ନୂଆ ବୋହୁର ନାଁ ଯୋଡିବାକୁ ଚାହୁଁଛନ୍ତି ତେବେ ତାଙ୍କର ଆଧାର କାର୍ଡ, ବିବାହ ପ୍ରମାଣ ପତ୍ର ଓ ବାପଘରେ ଯେଉଁ ରାସନ କାର୍ଡରେ ତାଙ୍କର ନାଁ ଥିଲା ସେଥିରୁ ନା ହଟାଇବାର କାଗଜ ପତ୍ର ଦରକାର । ବର୍ତ୍ତମାନ ଜାଣି ନିଅନ୍ତୁ କି ଏହାକୁ ଅନ୍ଲାଇନରେ କେମିତି କରିବେ । ପ୍ରଥମେ ଆପଣ ଓଡିଶା ସରକାରଙ୍କ foododisha.in ଅଫିସିୟାଲ ୱେବସାଇଟକୁ ଯାଆନ୍ତୁ । ସେଠି ଆପଣଙ୍କୁ ପ୍ରଥମେ ଲଗଇନ କରି ନିଜର ଆଇଡ଼ି ତିଆରି କରିବାକୁ ପଡିବ । ଲଗଇନ କରନ୍ତୁ ।

ହୋମ ପେଜରେ ନୂଆ ସଦସ୍ୟଙ୍କ ନାଁ ରାସନ କାର୍ଡରେ ଯୋଡିବା ପାଇଁ ଅପସନ ସାମ୍ନାକୁ ଆସିବ । ଏଠି କ୍ଲିକ କରିଲେ ଆପଣଙ୍କ ସାମ୍ନାକୁ ନୂଆ ଫର୍ମ ଆସିବ । ସେହି ସ୍ଥାନରେ ନିଜ ପରିବାରର ନୂଆ ସଦସ୍ୟଙ୍କ ସମସ୍ତ ସୂଚନା ସଠିକ ରୂପରେ ଦିଅନ୍ତୁ । ଫର୍ମ ସହିତ ସମସ୍ତ ଜରୁରୀ କାଗଜପତ୍ର ଅପଲୋଡ କରି ଦିଅନ୍ତୁ । ଆପଣଙ୍କୁ ଏକ ରେଜିଷ୍ଟର ନମ୍ବର ମିଳିଯିବ । ଯାହା ଦ୍ଵାରା ଆପଣ ନିଜର ଫର୍ମକୁ ଟ୍ରାକ କରି ପାରିବେ । ଫର୍ମ ଓ ସମସ୍ତ କାଗଜପତ୍ରର ଯଦି ସଠିକ ଥାଏ ତେବେ ଅଧିକାରୀ ଆପଣଙ୍କ ଫର୍ମକୁ ସ୍ଵୀକାର କରି ନେବେ ।

ପୋସ୍ଟ ମାଧ୍ୟମରେ ଆପଣଙ୍କ ଘରକୁ ରାସନ କାର୍ଡ ପହଞ୍ଚି ଯିବ । ଯଦି ଆପଣ ଅନ୍ଲାଇନ କରି ପାରୁ ନାହାନ୍ତି ତେବେ ଆପଣ ଅଫ୍ଲାଇନରେ ବି ଏହାକୁ କରି ପାରିବେ । ଏଥିପାଇଁ ଆପଣଙ୍କୁ ଖାଦ୍ୟ ସପ୍ଲାଇ କେନ୍ଦ୍ରକୁ ଯିବାକୁ ପଡିବ । ସମସ୍ତ ଦରକାରୀ କାଗଜ ପାତ୍ର ସହ ନୂଆ ସଦସ୍ୟଙ୍କ ନାଁ ଯୋଡିବାର ଫର୍ମ ଫିଲaପ କରନ୍ତୁ । ସମସ୍ତ କାଗଜପତ୍ରକୁ ଫର୍ମ ସହ ଯୋଡି ବିଭାଗରେ ଜମା କରି ଦିଅନ୍ତୁ ।

ଏହା ସହିତ ଏଠି ଆପଣଙ୍କୁ କିଛି ଆବେଦନ ଶୁଳ୍କ ଜମା କରିବାକୁ ପଡିବ । ଫର୍ମ ଜମା କରିବା ପରେ ଅଧିକାରୀ ଆପଣଙ୍କୁ ଏକ ରସିଦ ଦେବେ । ଯାହାକୁ ଆପଣ ସମ୍ଭାଳି ରଖନ୍ତୁ । ଏହା ଜରିଆରେ ଆପଣ ଅନଲାଇନ ଆବେଦନର ଷ୍ଟାଟସ ଚେକ କରି ପାରିବେ । ଅଧିକାରୀ ଆପଣଙ୍କ ଫର୍ମକୁ ଯାଞ୍ଚ କରି ୨ ସପ୍ତାହ ମଧ୍ୟରେ ଆପଣଙ୍କ ପାଖକୁ ରାସନ କାର୍ଡ ପଠାଇ ଦେବେ ।

Leave a Reply

Your email address will not be published. Required fields are marked *