Special Report: ଥରେ ଦେଖନ୍ତୁ ଏହି Video, ଆପଣଙ୍କ ଛାତି ବି ଥରି ଉଠିବ….. ରାସ୍ତା ନୁହେଁ ଏ ହେଉଛି ସ୍ଵର୍ଗ କୁ ସଡକ

ଦୁନିଆରେ ଏମିତି ବହୁତ ରାସ୍ତା ଅଛି ଯେଉଁ ରାସ୍ତାରେ ଯିବା ପୂର୍ବରୁ ଆପଣଙ୍କୁ ହଜାର ଥର ଚିନ୍ତା କରିବାକୁ ପଡିଥାଏ । ଏହା ସହିତ ସେହି ରାସ୍ତାରେ ଯିବା ପାଇଁ ଆପଣଙ୍କୁ ଡର ବି ଲାଗିଥାଏ । କିନ୍ତୁ ଅନ୍ୟ କୌଣସି ରାସ୍ତା ନ ଥିବାରୁ ଆପଣଙ୍କୁ ସେହି ରାସ୍ତା ଦେଇ ଯିବାକୁ ପଡିଥାଏ ।

ସେହି ସମୟରେ ଆପଣଙ୍କର କଣ ହେଉଥିବ ଆପଣ ହିଁ ଜାଣିଥିବେ । ଆପଣମାନଙ୍କ ମଧ୍ୟରୁ ପ୍ରାୟତଃ ଲୋକମାନେ ରୋଲୋର କୋଷ୍ଟର ରାଇଡ କରିଥିବେ । କିନ୍ତୁ ଥରେ ଚିନ୍ତା କରନ୍ତୁ ଯଦି କୌଣସି ରାସ୍ତା ହିଁ ରୋଲୋର କୋଷ୍ଟର ଭଳି ହୋଇଥିବ ତେବେ ଭୟ ନିଶ୍ଚିତ ଲାଗିବ । ଏହିଭଳି ଏକ ରାସ୍ତା ଜାପାନରେ ଅଛି । ଜାପାନାର ଏହି ରାସ୍ତା ନିଜର ଭୟଙ୍କର ଡିଜାଇନ ପାଇଁ ପୁରା ବିଶ୍ଵରେ ପରିଚିତ ଅଟେ ଓ ଏହା ପ୍ରସିଦ୍ଧ ମଧ୍ୟ ଅଟେ । ଏହି ରାସ୍ତାରେ ଗାଡି ଚଳାଇବା ପାଇଁ ଲୋକମାନେ ଭୟ କରନ୍ତି ।

କାହିଁକି ଏହିଭଳି ବ୍ରିଜ ତିଆରି କରିବାକୁ ପଡିଲା ଏହା ପଛରେ ବି ଏକ ବହୁତ ରୋଚକପୂର୍ଣ କାହାଣୀ ଅଛି । ଏହି ରାସ୍ତାରେ ଯିବାକୁ ହେଲେ ଆପଣଙ୍କ ମଧ୍ୟରେ ଦୃଢ ଆତ୍ମବିଶ୍ଵାସ ଥିବା ଦରକାର ଓ ଏହା ସହିତ ସାହାସ ବି ଦରକାର ଏହି ରାସ୍ତାରେ ଯିବା ପାଇଁ । ଏହି ରାସ୍ତାରେ ଯଦି ଯିବା ସମୟରେ ଟିକେ ଭୁଲ ଆପଣଙ୍କ ସହିତ ଅନ୍ୟ କେତେକ ଜୀବନ ମଧ୍ୟ ନେଇପାରେ । ଜାପାନାରେ ଥିବା ଏହି ବ୍ରିଜର ନାଁ ହେଉଛି Eshima Ohashi Grand Bridge । ଯାହାକୁ ଦେଖିଲେ ହିଁ ଆପଣ ଡରି ଯିବେ ।

ଏହି ବ୍ରିଜରେ ଗାଡି ଚଳାଇବା ଆତ୍ମହତ୍ୟା ସହ ସମାନ ଅଟେ । କୁହାଯାଏ କି ଏହା ଦୁନିଆର ଦ୍ଵିତୀୟ ସବୁଠୁ ବଡ ବ୍ରିଜ । ଏହି ବ୍ରିଜ Nakaumi lake ଉପରେ ନିର୍ମିତ ହୋଇଛି । ଏହି ବ୍ରିଜ Matsue ଓ Sakaiminato ସହର ମାଧ୍ୟମ ଅଟେ । କିନ୍ତୁ ଏହିଭଳି ଭୟଙ୍କର ରୂପରେ ବ୍ରିଜ ତିଆରି କରିବା ପଛରେ ବି ଏକ ଅଦ୍ଭୁତ କାରଣ ଅଛି । କହିବାକୁ ଗଲେ ଏହି ଲେକ ଦେଇ ବହୁତ ଜାହାଜ ଯିବା ଆସିବା କରନ୍ତି ।

ଜାହଜର ଯିବା ଆସିବାରେ ଯେମିତି କୌଣସି ବି ପ୍ରକାରର ଅସୁବିଧା ନ ହେଉ ତାହାକୁ ଦ୍ରୁଷ୍ଟିରେ ରଖି ଏହିଭଳି ବ୍ରିଜ ପ୍ରସ୍ତୁତ କରାଯାଇଛି । ଯଦି ଏହି ବ୍ରିଜ ବିଷୟରେ କହିବ ତେବେ ଏହା ଦୁଇଟି ଲେନ ବିଶିଷ୍ଟ କଙ୍କ୍ରିଡ ରୋଡ ଅଟେ ।

ଏହି ବ୍ରିଜ ୧.୭ କିମି ଲାମ୍ବା ଅଟେ ଓ ୧୧.୪ କିମି ଚଉଡାରେ ନିର୍ମିତ ହୋଇଛି । ଏହି ବ୍ରିଜର କାମ ୧୯୯୭ରେ ଆରମ୍ଭ ହୋଇ ୨୦୦୦ରେ ଶେଷ ହୋଇଥିଲା । ନିଜର ଅଜବ ଗଜବ ଡିଜାଇନ ପାଇଁ ଏହି ବ୍ରିଜ ରୋଲର କୋଷ୍ଟର ଭଳି ନଜର ଆସିଥାଏ ।

ବ୍ରିଜର ଏହି ଅଦ୍ଭୁତ ଡିଜାଇନ ହିଁ ଏହି ସ୍ଥାନକୁ ପୁରା ବିଶ୍ଵରେ ପରିଚିତ କରିଛି । କିନ୍ତୁ ଏହି ବ୍ରିଜରେ ଆପଣ ସର୍ବାଧିକ ୪୦ କିମି ବେଗରେ ହିଁ ଗାଡି ଚଳାଇ ପାରିବେ । ଏହି ବ୍ରିଜର ଡିଜାଇନ କିଛି ସମୟ ଆପଣଙ୍କୁ ଭୟଭୀତ କରିପାରେ । କିନ୍ତୁ ଧ୍ୟାନର ଦେଖିଲେ ଏହା ସେତେ ବି ଭୟଙ୍କର ନୁହେଁ । କିନ୍ତୁ କୁହାଯାଏ କି ଏହି ବ୍ରିଜର ଭୟାଭୟ କାରଣରୁ ବେଳେ ବେଳେ ଏହି ବ୍ରିଜରେ ଲୋକମାନଙ୍କ ଯାତାୟାତ ଉପରେ ରୋକ ବି ଲଗାଇ ଦିଆଯାଏ ।

Leave a Reply

Your email address will not be published. Required fields are marked *