ରାତିରେ ତୁଳସୀ ପତ୍ରକୁ ତକିଆ ତଳେ ରଖି ଶୋଇବା ଦ୍ଵାରା କଣ ଲାଭ ହୋଇଥାଏ, ଜାଣିଲେ ବିଶ୍ଵାସ ହେବନି

ହିନ୍ଦୁଧର୍ମ ରେ ବିଶେଷ ରୂପରେ ତୁଳସୀ ଗଛ ର ବହୁତ ମହତ୍ଵ ରହିଛି । ଏବଂ ଏହାର ଏତେ ସାରା ଗୁଣ ରହିଛି ଏହା ଜାଣି ପ୍ରତ୍ୟେକ ଧର୍ମ ର ଲୋକ ଘରେ ତୁଳସୀ ଗଛ ରଖିବାକୁ ଲାଗିଲେଣି । ଏହା ଗୋଟେ ତରଫରୁ ଆଧ୍ୟାତ୍ମିକ ଲାଭ ଅଛି ଏବଂ ଏହା ଆୟୁର୍ବେଦ ରେ ମଧ୍ୟ ତୁଳସୀ କୁ ଶ୍ରେଷ୍ଟ ମାନା ଯାଇଛି । ତୁଳସୀ ର ଗୋଟେ ପତ୍ର ମଧ୍ୟ ଔଷଧ ରୂପରେ ମଣିଷର ଜୀବନକୁ ବଦଳାଇ ଦେଇଥାଏ । ତୁଳସୀ ଗଛ କିଛି ବି ପ୍ରକାର ର ଯେପରି ରକ୍ତଚାପ, କିଛି ପ୍ରକାର ପେଟ ରୋଗ, ସ୍କିନ ର ପ୍ରୋବ୍ଲେମ କିମ୍ବା ମାନସିକ ରୋଗ କୁ ମଧ୍ୟ ଠିକ କରିଥାଏ ।

ପୁରୁଷଙ୍କୁ କିଛି ବି ପ୍ରକାର ସମସ୍ୟା ହେଉ ବା ମହିଳା ମାନଙ୍କ ସମସ୍ୟା ମଧ୍ୟ ଦୂର କରିଥାଏ । କ୍ୟାନ୍ସର ଓ ଏଡସ ଭଳି ମହାମାରୀ ବେମାର ରେ ତୁଳସୀ ରାମବାଣ ଭଳି କାର୍ଯ୍ୟ କରିଥାଏ ।

ଆମ ଧର୍ମଗ୍ରନ୍ଥ ରେ ତୁଲସୀର ଅନେକ ପ୍ରକାରର ଉପାୟ ଦିଆଯାଇଛି ଯାହା କରିକି ଆମେ ଆମ ଜୀବନ ରୁ ବହୁତସାରା ବାଧା କୁ ଦୂର କରିପାରିବା । ଯଦି ଆପଣ ତୁଲସୀର ଗଛ ନିଜ ଘରେ ଲଗାଇଛନ୍ତି ତେବେ ଆପଣଙ୍କୁ ଧ୍ୟାନ ଦେବା ଦରକାର ପ୍ରତ୍ୟେକ ଦିନ ସକାଳୁ ପ୍ରତ୍ୟେକ ବ୍ୟକ୍ତି କୁ ତୁଳସୀ ଗଛ ରେ ଗୋଟେ ଢାଲ ପାଣି ଦେବା ନିହାତି ଆବଶ୍ୟକ । ଏବଂ ତୁଳସୀ ଗଛ ପାଖରେ ବସି ତୁଳସୀ ମନ୍ତ୍ର ଜାପ କରିବା ଦରକାର । ୪ଟି ତୁଳସୀ ପତ୍ର କୁ ରାତିରେ ଶୋଇଲାବେଳେ ତକିଆ ତଳେ ରଖି ଦିଅନ୍ତୁ ଏବଂ ସକାଳେ ୨ଟି ପତ୍ର କୁ ଖାଇ ଦିଅନ୍ତୁ ଓ ୨ଟି ପତ୍ରକୁ ରଖି ଦିଅନ୍ତୁ ।

ଏହି କାମ ଆପଣଙ୍କୁ ଲଗାତାର ୪୩ ଦିନ ପର୍ଯ୍ୟନ୍ତ କରିବାକୁ ପଡିବ ।  ଆପଣଙ୍କୁ ଯଦି ଦୁଃସ୍ଵପ୍ନ ଆସୁଥାଏ ନିଦ ହୁଏ ନାହିଁ ତେବେ ଏହା ଆପଣଙ୍କ ଜୀବନ ରେ କାମ କରିଥାଏ । ତୁଳସୀ ପତ୍ର ରୁ ଯେଉଁ ସକାରାତ୍ମକ ଶକ୍ତି ଆସିଥାଏ ତାହା ଆମ ଜୀବନ ରେ ବହୁତ ସାରା ସକାରାତ୍ମକ ପ୍ରଭାବ ପକାଇଥାଏ ।  ଯଦି ଆପଣ ବହୁତ ସାରା ଟେନସନ ରେ ଅଛନ୍ତି ଓ ମାନସିକ ରୂପରେ ଶକ୍ତିଶାଳୀ ନୁହନ୍ତି ତେବେ ଏହି ତୁଳସୀ ରୁ ଆସୁଥିବା ସକାରାତ୍ମକ ଶକ୍ତି ଆମ ଜୀବନ ରେ ଚିନ୍ତା ବଦଳାଇ ଥାଏ ।

ଏବଂ ଆମର ଦୁର୍ଭାଗ୍ୟ ଦୂର କରି ଆମର ଭାଗ୍ୟ ର ସାଥ ଦେଇଥାଏ । ହିନ୍ଦୁଧର୍ମ ରେ ତୁଳସୀ ଗଛ କୁ ଏକ ଚମତ୍କାର ଗଛ ବୋଲି ମଧ୍ୟ ମାନା ଯାଇଥାଏ ।  ଯଦି କୌଣସି ବ୍ୟକ୍ତି ନିଜ କାର୍ଯ୍ୟରେ ସଫଳତା ପାଇବାକୁ ଚାହୁଁଛି ତେବେ ଆପଣ ତୁଳସୀ ଚେର ରୁ ମଧ୍ୟ ଏକ ଛୋଟ କାମ କରିପାରିବେ । ତୁଲସୀର ଚେର କୁ ନିମନ୍ତ୍ରଣ କରି ନିଜ ଘରକୁ ନେଇ ଆସନ୍ତୁ । ଏବଂ ଘରେ ପହଞ୍ଚି ତୁଳସୀ ଚେର କୁ ଗଙ୍ଗଜଳ ରେ ଧୋଇ ଦିଅନ୍ତୁ । ଏବଂ ଏହା ପରେ ତାକୁ ପୂଜା କରି ସେହି ଚେରକୁ ହଳଦିଆ କପଡା ରେ ବାନ୍ଧି ଗୁରୁବାର ଦିନ ଡାହାଣ ହାତ ରେ ପିନ୍ଧି ଦିଅନ୍ତୁ ।

ଏହା କରିବା ଦ୍ଵାରା ଆପଣଙ୍କ ଧନ ସମ୍ବନ୍ଧିତ ସମସ୍ୟା ଓ ଚାକିରି ସମସ୍ୟା ମଧ୍ୟ ଆପଣଙ୍କ ଜୀବନ ରୁ ଦୂର ହୋଇ ଯାଇଥାଏ । ଯଦି କିଛି ଲୋକ ଚାହାନ୍ତି ତେବେ ସେମାନେ ତୁଳସୀ ମାଳି ମଧ୍ୟ ନିଜ ବେକ ରେ ପିନ୍ଧି ପାରିବେ ।  ଏହା କରିବା ଦ୍ଵାରା ଦେବାଦେବୀ ଙ୍କ କୃପା ପ୍ରାପ୍ତ ହୋଇଥାଏ । ଏବଂ ସ୍ୱାସ୍ଥ୍ୟ ସମସ୍ୟା ମଧ୍ୟ ଦୂର ହୋଇଥାଏ । କାହା ଖରାପ ନଜର ମଧ୍ୟ ଲାଗି ନଥାଏ । ନକରାତ୍ମକ ଶକ୍ତି ଆପଣଙ୍କ ଉପରେ ପଡି ନଥାଏ । ଅସଲି ତୁଳସୀ ମାଳି ଯଦି ଆପଣ ଧାରଣ କରନ୍ତି ତେବେ ସବୁ କାର୍ଯ୍ୟ ରେ ଆପଣଙ୍କୁ ସଫଳତା ନିଶ୍ଚୟ ମିଳିଥାଏ ।

ତୁଳସୀ ପତ୍ର କୁ ମୁଣ୍ଡ ତଳେ ଦେଇ ଶୋଇବା ଦ୍ଵାରା ଦୁଃସ୍ଵପ୍ନ ଦୂର ହୋଇଥାଏ ଏବଂ ସ୍ଵପ୍ନ ର ଫଳ ରେ ଆପଣଙ୍କୁ ଡର ଲାଗୁଥାଏ ତେବେ ସ୍ଵପ୍ନ ର ଦୁଃଫଳ ବି ସମାପ୍ତ ହୋଇଯାଇଥାଏ । ଏହି ୮ଟି ନାମ ର ସ୍ମରଣ କରିବା ଦ୍ଵାରା ଜୀବନ ରେ କୌଣସି ପ୍ରକାରର ସଙ୍କଟ ଆସିନଥାଏ । ବୃନ୍ଦା, ବୃନ୍ଦାବନୀ, ବିଶ୍ଵପୂଜିତା, ବିଶ୍ବପାବନୀ, ପୁଷ୍ପସାରା, ନନ୍ଦିନୀ, ତୁଳସୀ, ଓ କୃଷ୍ଣଜୀବନୀ ସକାଳ ଓ ସନ୍ଧ୍ଯା ରେ ତୁଳସୀ ରେ ପାଣି ଦେଲା ବେଳେ ଜାପ କରନ୍ତୁ ।

ବନ୍ଧୁଗଣ ଆପଣଙ୍କୁ କେମିତି ଲାଗିଲା ଲେଖାଟି କମେଣ୍ଟରେ ଲେଖିବେ ଓ ଶେୟାର କରିବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *