Ollywood ଅଭିନେତ୍ରୀ Riyaଙ୍କ ହଳଦୀ ସେରେମନି, ଦେଖନ୍ତୁ Video

ବନ୍ଧୁଗଣ ଆପଣ ମାନେ ଓଡିଆ ହିରୋଇନ ରିୟା ଦେ ଙ୍କୁ ବେଶ ଭଲ ଭାବେ ଜାଣିଥିବେ ଆଉ ତାଙ୍କର ଅଭିନୟ କେତେ ଜବରଦସ୍ତ ତାହା ମଧ୍ୟ ଜାଣିଥିବେ । ତେବେ ରିୟା ପ୍ରେମ ସମ୍ପର୍କ ରେ ଥିବା ବହୁତ କମ ଦର୍ଶକ ତଥା ରିୟା ଙ୍କ ଫ୍ୟାନ୍ସ ମାନେ ଜାଣିଥିବେ । ସେ ନିଜ ବୟଫ୍ରେଣ୍ଡ ଙ୍କୁ ରିୟା ବିବାହ କରିବାକୁ ଯାଉଛନ୍ତି । ଜୀବନ ସାଥି ଭାବରେ ବୟଫ୍ରେଣ୍ଡ ସୁନିଲ ଙ୍କୁ ପାଉଥିବାରୁ ସେ ବହୁତ ଖୁସି ଥିବାର ନଜର ଆସିଛନ୍ତି। ତେବେ ରିୟା ଙ୍କ ପ୍ରେମିକ ସୁନୀଲ ଜଣେ କନଟ୍ରାକ୍ଟର ଅଟନ୍ତି ।

ଅନେକ ଦିନ ଧରି ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢି ଉଠିଲା । ତେଣୁ ବର୍ତ୍ତମାନ ତାହା ବିବାହ ବନ୍ଧନରେ ପରିଣତ ହେବାକୁ ଯାଉଅଛି । ବର୍ତ୍ତମାନ ତାଙ୍କର ଗୋଟିଏ ପରେ ଗୋଟିଏ ମ୍ୟାରେଜ ପ୍ରୋଗ୍ରାମ ଆରମ୍ଭ ହୋଇ ଥିବାର ସୋସିଆଲ ମିଡିଆରେ ରେ ଦେଖିବାକୁ ମିଳିଛି । ଯାହା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ରିୟା ଙ୍କର ନିର୍ବନ୍ଧ ଙ୍କ ପରେ ତାଙ୍କର ମେହେନ୍ଦି ଉତ୍ସବ ଅନୁଷ୍ଠିତ ହୋଇଥିଲା ।

ଏଥିରେ ସେ ମେହେନ୍ଦି ଲଗାଉଥିବା ସମୟରେ ଡ୍ୟାନ୍ସ କରୁ ଥିବାର ଦେଖିବାକୁ ମିଳିଥିଲା । ତାଙ୍କ ସହିତ ଅଭିନେତା ଦେବାଶିଷ, ଶ୍ରିତମ ଙ୍କ ସହିତ ଅନେକ ବଡ ବଡ ଅଭିନେତା ତଥା ଅଭିନେତ୍ରୀ ଜବରଦସ୍ତ ଡ୍ୟାନ୍ସ କରୁଥିବାର ନଜର ଆସିଥିଲେ । ଏହା ପରେ ତାଙ୍କର ମ୍ୟାରେଜ ର ଆଉ ଏକ ପ୍ରୋଗ୍ରାମ ତଥା ହଳଦୀ ରସମ ଆରମ୍ଭ ହୋଇଥିଲା । ଏଥିରେ ରିୟାଙ୍କୁ ତାଙ୍କ ସାଙ୍ଗ ସାଥି ମାନେ ହଳଦୀ ଲଗାଇ ଦେବା ସହିତ ଅଭିନେତ୍ରୀ ରିୟା ମଧ୍ୟ ସେମାନଙ୍କୁ ହଳଦୀ ଲଗାଇ ସ୍ଵାଗତ ଜଣାଇଥିଲେ ।

ହଳଦୀ ରସମ ରେ ରିୟା ଙ୍କ ବନ୍ଧୁ ଅବାନ୍ଧବ ଙ୍କ ତହରୁ ଆରମ୍ଭ କରି ପରିବାର ଲୋକେ ଯୋଗ ଦେଇଥିଲେ । ହଳଦୀ ରସମ ରେ ସମସ୍ତ କାର୍ଯ୍ୟ ହିନ୍ଦୁ ଘରର ନିୟମ ଅନୁଯାୟୀ ଅନୁଷ୍ଠିତ ହୋଇ ଥିବାର ନଜର ଆସିଥିଲା । ଆପଣ ମାନେ ଜାଣିଥିବେ ଯେ ରିୟା ଓଡିଆ ଇଣ୍ଡଷ୍ଟ୍ରୀ ରେ ପ୍ରାୟ ଅନେକ ଫିଲ୍ମ ରେ ଅଭିନୟ କରିଛନ୍ତି ଏବଂ ତାଙ୍କ ଅଭିନୟ କୁ ସମସ୍ତେ ବେସ ପସନ୍ଦ କରିଥାନ୍ତି । ଅଭିନେତ୍ରୀ ରିୟା ଙ୍କ ଫ୍ୟାନ୍ସ ମାନେ ତାଙ୍କ ବିବାହ ଖବର ଶୁଣି ସୋସିଆଲ ମିଡିଆରେ ଶୁଭେଛା ଜଣାଇଛନ୍ତି ।

ରିୟା ନିଜ ମ୍ୟାରେଜ କୁ ନେଇ ବେଶ ଖୁସି ଥିବାର ନଜର ଆସିଛନ୍ତି । ହଳଦୀ ରସମ ରେ ସମସ୍ତେ ପାଳି କରି ରିୟା ଙ୍କୁ ହଳଦୀ ଲଗାଉଛନ୍ତି ଆଉ ବହୁତ ସାରା ମସ୍ତି ମଧ୍ୟ କରିବାର ନଜର ଆସୁଛନ୍ତି ଭାଇରାଲ ହୋଇଥିବା ଏହି ଭିଡିଓ ରେ । ଆଗାମୀ ଜୀବନ ରିୟାଙ୍କ ର ସୁଖମୟ ହେଉ ବୋଲି ଭଗବାନ ଙ୍କ ନିକଟରେ ଏହା ଅମାର ପ୍ରାର୍ଥନା । ତେବେ ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *