ଆସିଲା Riya Dey ଙ୍କ ମେହେନ୍ଦି Ceremony Video, ଦେଖନ୍ତୁ ସାଙ୍ଗସାଥି ଓ ପରିବାର ଲୋକଙ୍କ ସହ ମିଶି କେମିତି କରୁଛନ୍ତି ମସ୍ତି

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଓଡିଆ ହିରୋଇନ ରିୟା ଙ୍କର ନିର୍ବନ୍ଧ ସଋ ଯାଇଛି  ଗତ କିଛି ଦିନ ପୂର୍ବ ରୁ । ସେ ତାଙ୍କର ବୟଫ୍ରେଣ୍ଡ ସୁନୀଲ ଙ୍କ ସହିତ ଏନଗେଜମେଣ୍ଟ କରିଛନ୍ତି । ଏହି ନିର୍ବନ୍ଧ ପାର୍ଟିରେ ଓଲିଉଡ  ଫିଲ୍ମ ଏବଂ ଟିଭି ସିରିୟଲ ଦୁନିଆର ଅନେକ ଲୋକପ୍ରିୟ ଅଭିନେତା ଏବଂ ଅଭିନେତ୍ରୀ ମାନେ ଯୋଗଦାନ କରିଥିଲେ । ଏହା ସହିତ ରିୟା ଙ୍କ ପରିବାର ଏବଂ ସୁନୀଲ ଙ୍କ ପରିବାର ଙ୍କ ଉପସ୍ଥିତି ରେ ଉଭୟଙ୍କ ନିର୍ବନ୍ଧ ସମାପ୍ତ ହୋଇଥିଲା ।

ରିୟା ଜଣେ ଓଡିଆ ଇଣ୍ଡଷ୍ଟ୍ରୀର ଏକ ଲୋକପ୍ରିୟ ଅଭିନେତ୍ରୀ । ରିୟା ୨୦୧୨ ରୁ ଓଡିଆ ଇଣ୍ଡଷ୍ଟ୍ରୀରେ ଅଭିନୟ କରି ଆସିଛନ୍ତି । ତାଙ୍କ ଅଭିନୟ କୁ ଦେଖିବା ନିମନ୍ତେ ଦର୍ଶକ ମାନେ ବହୁତ ପସନ୍ଦ କରିଥାନ୍ତି । ସେ ଅନେକ ସାରା ଓଡିଆ ଚଳଚିତ୍ରରେ ଅଭିନୟ କରି ସାରିଛନ୍ତି । ରିୟାଙ୍କ ଭାବି ସ୍ଵାମୀ ସୁନୀଲ ଜଣେ ବ୍ୟବସାୟୀ ଅଟନ୍ତି । ତାଙ୍କର ଅନେକ ବ୍ୟବସାୟ ରହିଛି । ଏହା ସହିତ ରିୟା ଙ୍କ ସ୍ଵାମୀ ହେଉଛନ୍ତି ଜଣେ କଣ୍ଟ୍ରାକ୍ଟର । ବର୍ତ୍ତମାନ ରିୟାଙ୍କ ର ମେହେନ୍ଦି ସେରେମନି ମଧ୍ୟ ଶେଷ ହୋଇଛି ।

ନିଜର ମେହେନ୍ଦି ପାର୍ଟି ରେ ସେ ବହୁତ ହସ ଖୁସିରେ ନାଚୁ ଥିବାର ନଜର ଆସିଥିଲେ । ସେ ପ୍ରଥମେ ନିଜ ହାତରେ ମେହେନ୍ଦି ଲଗାଇ ଥିଲେ । ଏହା ପରେ ଅନ୍ୟ ସାଙ୍ଗ ସାଥି ମାନଙ୍କ ସହିତ ମିଶି ଜବରଦସ୍ତ ନାଚିବାର ନଜାରା ତାଙ୍କ ଫ୍ୟାନ୍ସ ମାନେ ଦେଖିବାକୁ ପାଇଥିଲେ । ଏହି ପାର୍ଟି ରେ ବହୁତ ବଡ ବଡ ଅଭିନେତା ତଥା ଅଭିନେତ୍ରୀ ମାନେ ଏକାଠି ନାଚିଥିବାର ନଜର ଆସିଛନ୍ତି । ଶ୍ରୀତମ ଦାସ ନିଜ ପରିବାର ସହିତ ଏହି ମେହେନ୍ଦି ଉତ୍ସବ ରେ ଯୋଗଦାନ କରିଥିଲେ ।

ରିୟା କଳା ରଙ୍ଗର ଗାଉନ ରେ ଖୁବ ସୁନ୍ଦର ଲାଗୁଛନ୍ତି । ଏହା ସହିତ ଷ୍ଟେଜ ଉପରେ ଅଭିନେତା ଦେବାଶିଷ ମଧ୍ୟ ରିୟା ଙ୍କ ସହିତ ନାଚୁ ଥିବାର ଦୃଶ୍ୟ ଦେଖିବାକୁ ମିଳିଥିଲା । ସତ କହିବାକୁ ଗଲେ ପ୍ରତେକ ଝିଅ ମାନଙ୍କର ସ୍ଵପ୍ନ ଥାଏ ବିବାହକୁ ନେଇ । ସେମାନେ ନିଜର ବିବାହକୁ ନେଇ ଅନେକ କିଛି କରିବାକୁ ଭାବି ଥାନ୍ତି । ଠିକ ସେହିପରି ଅଭିନେତ୍ରୀ ରିୟାଙ୍କର ମଧ୍ୟ ସେହି ଭଳି କିଛି ସ୍ଵପ୍ନ ରହିଛି ଯାହା ଏବେ ପୁରା ହେବାକୁ ଯାଉଛି । ଆଉ ସବୁଠାରୁ ବଡ କଥା ହେଉଛି ଯେ ସେ ଯାହାକୁ ବିବାହ କରିବାକୁ ଯାଉଛନ୍ତି ସେ ତାଙ୍କ ପ୍ରେମିକ ଅଟନ୍ତି ।

ପ୍ରେମ କରୁଥିବା ବ୍ୟକ୍ତି ଙ୍କୁ ସତରେ ଜୀବନ ସାଥୀ ତଥା ସ୍ଵାମୀ ଭାବରେ ପାଇବା ସବୁ ଝିଅଙ୍କ ସ୍ଵପ୍ନ ଥାଏ । ଯାହା ରିୟା ଙ୍କ କ୍ଷେତ୍ର ରେ ସତ ହୋଇଛି । ରିୟା ନିଜ ବିବାହକୁ ନେଇ ବହୁତ ଆନନ୍ଦିତ ଥିବାର ନଜର ଆସିଛନ୍ତି । ରିୟା ନିଜର ପ୍ରେମକୁ ସାର୍ଥକ କରି ସାରିଛନ୍ତି କହିଲେ କିଛି ଅତ୍ଯୁକ୍ତି ହେବ ନାହି । ବନ୍ଧୁଗଣ ଏହି ବିଶେଷ ବିବରଣୀ ସମ୍ବନ୍ଧରେ ଆପଣଙ୍କ ମତାମତ ଆମ୍ଭକୁ କମେଣ୍ଟ ମାଧ୍ୟମରେ ଜଣାନ୍ତୁ ।

Leave a Reply

Your email address will not be published. Required fields are marked *