Riya ଙ୍କ ରିପ୍ସେସନ ରେ ଏକାଠି ହେଲେ ଓଡିଆ ଇଣ୍ଡଷ୍ଟ୍ରୀର ସବୁ ଅଭିନେତା ଓ ଅଭିନେତ୍ରୀ, ଦେଖନ୍ତୁ କିଏ ଆସିଲେ ଓ କିଏ ପଡିଲେ ବାଦ

ବନ୍ଧୁଗଣ ଓଲିଉଡ ଇଣ୍ଡଷ୍ଟ୍ରିର ସବୁଠାରୁ ସୁନ୍ଦରୀ ଆଉ ଗରଜେସ ଅଭିନେତ୍ରୀ ରିୟା ଦେ ଏବେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି । ରିୟା କୌଣସି ଫିଲ୍ମ ରେ ଚରିତ୍ରରେ ବିବାହ କରି ନାହାନ୍ତି ବରଂ ରିୟଲ ଲାଇଫ ରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ତାଙ୍କ ବଏଫ୍ରେଣ୍ଡ ସୁନିଲ ଙ୍କ ସହ । ଏ ନେଇ ରିୟା ସାରା ଓଡିଶାରେ ଏବେ ଚର୍ଚ୍ଚାରେ ଅଛନ୍ତି । ଗତ କିଛି ସମୟ ହେବ ମୋବାଇଲ ରୁ ମୋବାଇଲକୁ କେବଳ ରିୟାଙ୍କ ବିବାହ ଭିଡିଓ ବହୁତ ମାତ୍ରାରେ ଭାଇରାଲ ହେବାରେ ଲାଗିଛି ।

ରିୟା ନିଜ ବିବାହର ସବୁ ରସମର ଭିଡିଓ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ଯାହାକୁ ନେଇ ଏବେ ସାରା ଓଡିଶାରେ ଚର୍ଚ୍ଚା ଜୋର ଧରିଛି । ତେବେ ତାଙ୍କ ବାହାଘର ପରେ ଶାଶୁଘରେ ରିପ୍ସେସନ ର ପାର୍ଟି ଭିଡିଓ ବର୍ତ୍ତମାନ ସୋସିଆଲ ମିଡିଆରେ ଗୋଟିଏ ମୋବାଇଲ ରୁ ଆଉ ଗୋଟେ ମୋବାଇଲ କୁ ଘୁରି ବୁଲୁଛି ଯାହା ବିଷୟରେ ଆଜି ଆମେ ପଣଙ୍କୁ କହିବାକୁ ଯାଉଛୁ ।

ବନ୍ଧୁଗଣ ଆପଣ ମାନେ ସମସ୍ତେ  ଓଡିଆ ଅଭିନେତ୍ରୀ ରିୟାଙ୍କୁ ବେସ ଭଲ ଭାବରେ ଜାଣିଥିବେ । ସେ ଓଲିଉଡ ଇଣ୍ଡଷ୍ଟ୍ରି ରେ ଅନେକ ଫିଲ୍ମ ରେ ଦମଦାର ଅଭିନୟ କରି ଖୁବ ଲୋକପ୍ରିୟତା ଓ ସୁନାମ ଅର୍ଜନ କରି ପଡ଼ିଛନ୍ତି । ୨୦୧୨ ମସିହାରୁ ରିୟା ଓଡିଆ ଇଣ୍ଡଷ୍ଟ୍ରିରେ “ପ୍ରେମ ଅଢେଇ ଅକ୍ଷର” ଫିଲ୍ମରୁ ନିଜ ଅଭିନୟ କ୍ଯାରିୟର ଆରମ୍ଭ କରିଥିଲେ । ଏହି ଫିଲ୍ମ ପରେ ସେ ଗୋଟେ ପରେ ଗୋଟେ ଅନେକ ସୁପର ହିଟ ଫିଲ୍ମରେ ମୁଖ୍ୟ ନାୟିକା ଭୂମିକାରେ କାମ କରିଥିଲେ । ରିୟାଙ୍କ ସୁନ୍ଦରତା ଆଉ ତାଙ୍କ ଅଭିନୟକୁ ଦର୍ଶକ ମାନେ ବେସ ଅଧିକ ପସନ୍ଦ କରନ୍ତି ।

ଗତ ନଭେମ୍ବର ମାସରେ ରିୟା ସୁନୀଲ ନାମକ ଯୁବକଙ୍କ ସହ ନିର୍ବନ୍ଧ କରିଥିଲେ । ସୁନୀଲ ଜଣେ ବ୍ୟବସାୟୀ ଅଟନ୍ତି । ଆଉ ଦୁହେଁ ପରସ୍ପର ସହ ଦୀର୍ଘ ବର୍ଷ ହେବ ଲଭ ରିଲେସନ ରେ ରହିଥିଲେ ଯାହାକୁ ସେମାନେ ଏବେ ବିବାହର ନାମ ଦେଇଛନ୍ତି । ଆଉ ସବୁ ଦିନ ପାଇଁ ଜୀବନ ସାଥି ହୋଇ ସାରିଛନ୍ତି ପରସ୍ପର ର । ତେବେ ସୁନୀଲଙ୍କ ସହ ବିବାହ କରିବା ପରେ ରିୟା ବହୁତ ଅଧିକ ଖୁସି ଅଛନ୍ତି । ଆଉ ଏହାରି ମଧ୍ୟରେ ତାଙ୍କ ବିବାହର ଏକ ସୁନ୍ଦର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଏହି ଭିଡିଓରେ ରିୟାଙ୍କ ବାହାଘର ରେ ଓଡିଆ ଇଣ୍ଡଷ୍ଟ୍ରିର ସମସ୍ତ ଅଭିନେତା ଆଉ ଅଭିନେତା ମାନେ ଆସି ରିୟା ଏବଂ ସୁନୀଲଙ୍କୁ ଅଭିନନ୍ଦନ ଜଣାଉ ଥିବା ଆଉ ତାଙ୍କ ସହ ସେଲଫି ନେଉଥିବାର ନଜର ଆସିଛନ୍ତି । ସୋସିଆଲ ମିଡିଆରେ ଏହି ଭିଡିଓଟି ଖୁବ ଭାଇରାଲ ହେବାରେ ଲାଗିଛି । ଅଭିନେତା ଦେବାଶିଷ ଙ୍କ ଠାରୁ ଆରମ୍ଭ କରି ସୁଭାସିସ, ଗୀତିକାର ହ୍ୟୁମାନ ସାଗର, ଅଭିନେତ୍ରୀ ଆନିଶା, ଭୂମିକା ଏମିତି ଅନେକ କଳାକାର ମାନେ ରିୟା ଙ୍କ ରିପ୍ସେସନ ପାର୍ଟି ରେ ଯୋଗ ଦେଇଛନ୍ତି ।  ଆଉ ଖୁବ ସାରା ମସ୍ତି ଓ ଏଞ୍ଜୋଏ ମଧ୍ୟ କରିଛନ୍ତି । ତା ହେଲେ ବନ୍ଧୁଗଣ ଏହି ଭିଡିଓ ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *