ଯଦି ରୋଷେଇ ଘରେ ଥାଏ ଏମିତି ଦୋଷ ତେବେ ଆସିଥାଏ ବହୁତ ବିପଦ- Kitchen Vastu

ବାସ୍ତୁ ଶାସ୍ତ୍ର ମଣିଷ ଜୀବନରେ ବହୁତ ମହତ୍ଵପୂର୍ଣ୍ଣ ଭୂମିକା ନିଭେଇଥାଏ । ତେବେ ଭୁଲରେ ବି କୌଣସି ଭୁଲ ଜାଗାରେ ଯଦି ଆପଣ ଜିନିଷ ରଖନ୍ତି ତେବେ ଆପଣଙ୍କୁ ଅସୁବିଧା ସାମ୍ନା କରିବାକୁ ପଡିଥାଏ । ଆଜି ଆମେ ଆପଣଙ୍କୁ ବାସ୍ତୁ ଶାସ୍ତ୍ର ଅନୁଯାଇ ରୋଷେଇ ଘରେ କେଉଁ ଜାଗାରେ କଣ ରଖିବା ଉଚିତ ତାହା ବିଷୟରେ କହିବାକୁ ଯାଉଛୁ ।

ଶାସ୍ତ୍ର ଅନୁଯାଇ ଯଦି ଆପଣ ରୋଷେଇ ଘରେ କିଛି ବି ଭୁଲ କରନ୍ତି ତେବେ ଲକ୍ଷ୍ମୀ ଆପଣଙ୍କ ପାଖରେ ବାସ କରିବେ ନାହିଁ କାହିଁକିନା ରୋଷେଇଘର ମାଙ୍କ ବାସ ସ୍ଥାନ ହୋଇଥାଏ ।

Image Courtesy: Google

ରୋଷେଇ ଘର ଅଗ୍ନି କଣରେ ଗ୍ଯାସ ବା ଚୁଲ୍ହା ରଖିବା ଉଚିତ ଏହା ଦ୍ଵାରା ଆପଣଙ୍କ ଘର ବାସ୍ତୁ ଭଲ ରହିଥାଏ କିନ୍ତୁ ମନେ ରଖନ୍ତୁ ଭୁଲରେ ବି ରୋଷେଇ ଘର ଉତ୍ତର ପୂର୍ବ ଦିଗରେ କରିବେ ନାହିଁ ନଚେତ ଯେତେ ପ୍ରତିକାର କଲେ ମଧ୍ୟ ତାହା ଏତେ ପ୍ରଭାବ ପକାଇ ନଥାଏ । କଣ ଆପଣ ଜାଣିଛନ୍ତି ସବୁଠାରୁ ଶୁଭ କେଉଁ ଦିଗ ହୋଇଥାଏ ତେବେ ଜାଣି ରଖନ୍ତୁ ଦକ୍ଷିଣ ପୂର୍ବ ଦିଗ ସବୁଠାରୁ ଶୁଭ ଫଳ ଦାଯକ ଦିଗ ହୋଇଥାଏ।

Image Courtesy: Google

ତେବେ ଘର ରୋଷେଇ ଘର ବନେଇଲା ବେଳେ ଏହି କଥା ଉପରେ ବିଶେଷ ରୂପରେ ଧ୍ୟାନ ଦିଅନ୍ତୁ ଯେ ଆପଣ ରୋଷେଇ ଘର ସ୍ଲାପ ପୂର୍ବ ବା ଦକ୍ଷିଣ କାନ୍ଥରେ କରନ୍ତୁ ଓ ରୋଷେଇ କଲା ବେଳେ ଆପଣଙ୍କ ମୁଖ ଯେମିତି ପୂର୍ବ ଆଡକୁ ରହିଥାଏ ଏହା ଆପଣଙ୍କ ଘର ପରିବାର ପାଇଁ ବହୁତ ଶୁଭ ଫଳଦାୟକ ହୋଇଥାଏ । ଏମିତି କରିବା ଦ୍ଵାରା ଆପଣଙ୍କ ଘରେ ଧନ ଅଭାବ କମି ଯାଇଥାଏ ଓ ଆପଣଙ୍କୁ ସଫଳତା ବହୁତ ସହଜରେ ପ୍ରାପ୍ତ ହୋଇଥାଏ ।

Image Courtesy: Google

ଆପଣଙ୍କୁ ସବୁଠାରୁ ବଡ କଥା ଏହା ଧ୍ୟାନରେ ରଖିବା ଉଚିତ ଯେ ଯେଉଁ ଦିନ ମଧ୍ୟ ହେଲେ ଆପଣଙ୍କୁ ରୋଷେଇ ଘରରେ ଅଇଁଠା ରଖିବା ଉଚିତ ନୁହ ଶୋଇବା ଆଗରୁ ଅଇଁଠା ରୋଷେଇ ଘରୁ ସଫା କରନ୍ତୁ ନଚେତ ମା ଲକ୍ଷ୍ମୀ ଆପଣଙ୍କ ଘର ଛାଡି ଚାଲି ଯିବେ । ତେବେ ଶାସ୍ତ୍ରରେ ମଧ୍ୟ କୁହା ଯାଇଛି ଘରେ ଅଇଁଠା ରଖିଲେ ନକାରାତ୍ମକ ଊର୍ଜା ଆସିଥାଏ ଯାହା ଫଳ ସ୍ୱରୂପ ଆପଣଙ୍କ ଘରେ ସବୁ ପ୍ରକାର ସମସ୍ଯା ଆସିବା ଆରମ୍ଭ ହୋଇଥାନ୍ତି ।

Image Courtesy: Google

ଶାସ୍ତ୍ର ଅନୁଯାଇ ଏହା ମଧ୍ୟ କୁହା ଯାଇଛି ଯେ ଗୁରୁବାର ଦିନ ଭୁଲରେ ବି ପୋଛା ମାରନ୍ତୁ ନାହିଁ ଗୋଟେ ଦିନ ଆଗରୁ ମାରନ୍ତୁ କିନ୍ତୁ ସେହି ଦିନ ପୋଛା ମାରନ୍ତୁ ନାହିଁ ଓ ଏହା ଛଡା ଗୁରୁବାର ଦିନ ଭୁଲରେ ବି ରୋଷେଇ ଘର ଅଳିଆ ବାହାରକୁ ଫିଙ୍ଗନ୍ତୁ ନାହିଁ ଅଳିଆ କୌଣସି କଣରେ ରଖି ଦିଅନ୍ତୁ ଓ ଆର ଦିନ ତାହାକୁ ଫିଙ୍ଗି ଦିଅନ୍ତୁ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *