ସାବିତ୍ରୀ ବ୍ରତରେ ଜାଣନ୍ତୁ କେଉଁ ରଙ୍ଗର ଶାଢୀ ପିନ୍ଧିବେ, ନୂଆ ଚୁଡି କେବେ ପିନ୍ଧିବେ, ମନ୍ଦିରରେ କେମିତି ପୂଜା କରାଯିବ ?

ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଆମ ହିନ୍ଦୁ ଧରମ ରେ ସାବିତ୍ରୀ ବ୍ରତ ବିଶେଷ ମହତ୍ଵ ରହିଛି । ପୁରନା ଅନୁସାରେ ସତ୍ୟବାନ ଙ୍କୁ ଯମ ପାଖରୁ ମୃତ୍ୟୁ ମୁଖରୁ ସାବିତ୍ରୀ ଛଡାଇ ଆଣିଥିଲେ । ଆଉ ସେହି ଦିନ ଠାରୁ ସାବିତ୍ରୀ ବ୍ରତ ପାଳନ କରା ଯାଉଛି । ଏହି ପବିତ୍ର ଦିନର ମହିଳା ମାନେ ବିଶେଷ ଭାବେ ଧ୍ୟାନ ଦେବା ଉଚିତ । ସାବିତ୍ରୀ ବ୍ରତ ଚଳିତ ବର୍ଷ ମେ ୩୦ ତାରିଖ ସୋମବାର ଦିନ ପଡିବାକୁ ଯାଉଛି । ତେବେ ଆମ ଦେଶରେ ଅନେକ ମହିଳା ମାନେ ସାବିତ୍ରୀ ବ୍ରତ ଘରେ ପୂଜା କରିଥାନ୍ତି ତ ଆଉ କିଛି ମହିଳା ମାନେ ମନ୍ଦିର ରେ ପୂଜା କରିଥାନ୍ତି ।

କିନ୍ତୁ ନିୟମ ପୁରା ସମାନ ରହିଥାଏ । ତେବେ ସାବିତ୍ରୀ ବ୍ରତ ୩ ଦିନ ପାଳନ କରାଯାଏ ଯାହା ଶାସ୍ତ୍ର ରେ କୁହା ଯାଇଛି । ସାବିତ୍ରୀ ବ୍ରତ ର ପୂର୍ବ ଦିନ ଏକବାର ହୋଇଥାଏ । ଦିତୀୟ ଦିନରେ ସାବିତ୍ରୀ ଅମାବାସ୍ୟା ହୋଇଥାଏ ଓ ତୃତୀୟ ଦିନରେ ଉଜାୟନ ହୋଇଥାଏ । ତେବେ ଏହି ୩ ଦିନ ଆମିଷ, ପିଆଜ, ରସୁଣ ବର୍ଜନ କରିବା ଉଚିତ ।

ଯଦି କୌଣସି ମହିଳା ୩ ଦିନ ଲଗାତାର ଏହି ବ୍ରତ ପାଳନ ନ କରିପାରିବେ ତେବେ ପିଆଜ ରସୁଣ ନ ଖାଇବା ସହ ଅର୍ଣ୍ଣ ଖାଇବା ଉଚିତ ନୁହେଁ । ଏହା ବ୍ଯତୀତ ୩ ଦିନ ଲଗାତାର ମୁଣ୍ଡ ଧୋଇବା ଉଚିତ । ଯଦି ଆପଣ ଏହି ୩ ଦିନ ଓଷା କରି ପାରିବେ ନାହି ତେବେ ମା ସାବିତ୍ରୀଙ୍କର ପୂଜା ଘରେ କରି ପାରିବେ । ସାବିତ୍ରୀ ଅମାବାସ୍ୟା ଦିନ ହେଉଛି ମୁଖ୍ୟ ପୂଜା ।

ଏହି ଦିନ ମହିଳା ମାନେ ନୂଆ ବସ୍ତ୍ର ପିନ୍ଧିବା ଉଚିତ । କଳା, ବ୍ଲୁ, ନୀଳ ଆଦି ରଙ୍ଗ ର ଶାଢୀ ଏହି ଦିନ ମହିଳା ମାନେ ପିନ୍ଧିବା ଅନୁଚିତ । ଏହି ପବିତ୍ର ଦିନରେ ଧଳା, ନାଲି ରଙ୍ଗର ବସ୍ତ୍ର ଧାରଣ କରିବା ଉଚିତ । ଏହା ସହ ସାବିତ୍ରୀ ବ୍ରାର ଏକବାର ର ଠିକ ପୂର୍ବ ଦିନରୁ ନୂଆ ଚୁଡି ମହିଳା ମାନେ ପିନ୍ଧି ପାରିବେ । ଯେମିତି ସବୁ ପର୍ବ ପର୍ବାଣି ଆସିଲେ ମହିଳା ମାନେ ନୂଆ ଚୁଡି ପିନ୍ଧିଥାନ୍ତି ।

ସାବିତ୍ରୀ ବ୍ରତ ପୂଜା କରିବା ପରେ ଯେଉଁ ଶଙ୍ଖା ପୂଜା ହୋଇଥାଏ ମା ସାବିତ୍ରୀ ଙ୍କ ପାଖରେ ତାହା ନିଶ୍ଚିନ୍ତ ଭାବେ ମହିଳା ମାନେ ପିନ୍ଧିବା ଉଚିତ । ଏହି ଶଙ୍ଖା କୁ ୩ ଦିନ ଲଗାତାର ପିନ୍ଧିବା ପରେ ପରେ ଏହାକୁ ଉତାରି ପାରିବେ । ଏହି ଦିନ ସକାଳୁ ସ୍ନାନ କରିବା ପରେ ଘରର ପୂଜା କରିବା ପରେ ମା ସାବିତ୍ରୀ ପୂଜା କରିବା ଉଚିତ ।

ଯଦି ଆପଣ ଘରେ ପୂଜା କରିବେ ତେବେ ଠାକୁର ଘର ଭଲ ଭାବେ ପୋଛା ମାରିବା ପରେ ମା ସାବିତ୍ରୀଙ୍କୁ ୧୬ ଶ୍ରୀଙ୍ଗାର ପିନ୍ଧାଇବା ସହ ତାଙ୍କ ପାଖରେ ଭୋଗ, ଦୀପ, ଧୂପ ଲଗାଇବା ଉଚିତ । ଏହି ଦିନ ମହିଳାମାନେ ଶ୍ରୀଙ୍ଗାରରେ ସଜବାଜ ହୋଇ ଆମ ସାବିତ୍ରୀଙ୍କ ପୂଜା କରିବା ଦରକାର । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *