କାହିଁକି ସଚ୍ଚା ପ୍ରେମରେ ଧୋକା ହିଁ ମିଳେ- Krishna Vani

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ପ୍ରେମ ଦୁନିଆରେ ବହୁତ ମୂଲ୍ୟବାନ ହୋଇଥାଏ ଜୀବନରେ ଯେତେ ସୁଖ ଦୁଃଖ ଆସିଲେ ମଧ୍ୟ ସମସ୍ତଙ୍କୁ ପ୍ରେମ ଆବଶ୍ୟକ ହୋଇଥାଏ । କେହି ଆଜି ପର୍ଯ୍ୟନ୍ତ ବିନା ଭଲ ପାଇବାରେ ବଞ୍ଚି ନାହାନ୍ତି କାହିଁକିନା ଜୀବନରେ ସମସ୍ତଙ୍କୁ ଭଲ ପାଇବା ଦରକାର ଭଗବାନ ସବୁ ମଣିଷଙ୍କୁ ଯୋଡି ରଖିବା ପାଇଁ ଏହା କରିଛନ୍ତି ।

ତେବେ ସମସ୍ତଙ୍କ ମନରେ ବହୁତ ଥର ଏହି ପ୍ରଶ୍ନ ଆସିଥାଏ ଯେ ଯିଏ ଯାହାକୁ ସବୁଠାରୁ ଅଧିକ ଭଲ ପାଇଥାଏ, ଯିଏ ଯାହାକୁ ସବୁଠାରୁ ଅଧିକ ପସନ୍ଦ କରିଥାଏ ସେହି ବ୍ୟକ୍ତି ଦୁନିଆରେ ଏକୁଟିଆ କଣ ପାଇଁ ହୋଇଥାଏ ବା ତାକୁ ଧୋକା କଣ ପାଇଁ ମିଳିଥାଏ । ତେବେ ଆଜି ଆମେ ଏହା ବିଷୟରେ ବିସ୍ତାର ସହ ଜାଣିବା । ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ସତ ଭଲ ପାଇବା କେବେ ଆପଣଙ୍କୁ ଧୋକା ଦେଇନଥାଏ ଆପଣ ଦେଖିବାରେ ଭୁଲ କରନ୍ତି ସେଥିପାଇଁ ଆପଣଙ୍କୁ ଧୋକା ମିଳିଥାଏ ।

ଆପଣ ଯାହାକୁ ନିଜ ଭଲ ପାଇବା ଭାବିଥାନ୍ତି ସେହି ଲୋକ ଆପଣଙ୍କୁ କେବେ ଭଲ ପାଇ ନଥାନ୍ତି ସେ କେବଳ ଦେଖେଇଥାନ୍ତି ଯେ ସେ ଆପଣଙ୍କୁ ଭଲ ପାଉଛନ୍ତି ଆଉ ଆପଣ ନିଜ ହାତରେ ନିଜ ଆଖି ଉପରେ ତାଙ୍କ ମିଛ ଭଲ ପାଇବା ପଟି ବାନ୍ଧି ଦେଇଥାନ୍ତି ଯାହା ଦ୍ଵାରା ତାଙ୍କ ଦ୍ଵାରା କୁହା ଯାଇଥିବା ପ୍ରତି କଥା ଆପଣଙ୍କୁ ବହୁତ ଭଲ ଆଉ ସଠିକ ଲାଗିଥାଏ କିନ୍ତୁ ଯେତେବେଳେ ସେ ଆପଣଙ୍କୁ ଛାଡି ଚାଲି ଯାଇଥାନ୍ତି ସେତେବେଳେ ଆପଣଙ୍କୁ ଅନୁଭବ ହୋଇଥାଏ ଯେ ଆପଣ ଧୋକା ଖାଇଛନ୍ତି ।

କିନ୍ତୁ ମାନେ ରଖିବେ ସତ ଭଲ ପାଇବାରେ କେବେ ଧୋକା ମିଳିନଥାଏ ଯଦି ମିଳିଥାଏ ତେବେ ଶାନ୍ତି ଆଉ ତୃପ୍ତି ମିଳିଥାଏ । ଭଲ ପାଇବା ସମସ୍ତଙ୍କ ଜୀବନରେ ଆସିଥାଏ କିନ୍ତୁ ସତ ଭଲ ପାଇବା ବହୁତ କମ ଲୋକଙ୍କ ଜୀବନରେ ଆସିଥାଏ । କଣ ଆପଣ ଏହା ଜାଣିଛନ୍ତି ଯେ ଧୋକା ଖାଇବା ପରେ ସେହି ବ୍ୟକ୍ତି ପାଇଁ ଉଠିକି ଚାଲିବା କେତେ କଷ୍ଟକର ହୋଇଥାଏ । ଯିଏ ଧୋକା ଖାଇଥାଏ ତାକୁ ଉଠିକି ଚାଲିବା ମଧ୍ୟ ବହୁତ କଷ୍ଟକର ଲାଗିଥାଏ ଯେତେବେଳେ ଜୀବନରେ କେହି ହାରି ଯାଇଥାଏ ତା ମନ ସବୁ ଆସା ଭାଙ୍ଗି ଯାଇଥାଏ ତେବେ ତା ପାଇଁ ଜୀବନ ବୋଝ ଭଳି ଲାଗିଥାଏ ଆଉ ସେ ନିଜ ଜୀବନରେ କିଛି କରିବା ପାଇଁ ଅସମର୍ଥ ହୋଇଥାଏ ।

ଭଗବାନ ଶ୍ରୀ କୃଷ୍ଣ କହିଛନ୍ତି ଯେ ଯିଏ ଆପଣଙ୍କୁ ସତ ଭଲ ପାଇଥିବ ସେ ଆପଣଙ୍କୁ କେବେ ଛାଡିକି ଜୀବ ନହିଁ ଯିଏ ଆପଣଙ୍କୁ କେବେ ଭଲ ପାଇ ନଥିବ ତା ଦେଖାଣିଆ ପ୍ରେମ ଏତେ ଭଲ ଆଉ ମିଠା ଥିବ ଯେ ଆପଣଙ୍କୁ ବୁଝି ଯିବା ଉଚିତ ନଚେତ କାନ୍ଦିବା ଛଡା କଛି ବାଟ ରହିବ ନାହିଁ । ଯିଏ ଆପଣଙ୍କୁ ଭଲ ପାଇଥିବ ତା ଭଲ ପାଇବାକୁ

ସମ୍ମାନ କରନ୍ତୁ, ଯଦି କେହି ଆପଣଙ୍କୁ ସମ୍ମାନ କରୁ ନାହାନ୍ତି ଆପଣଙ୍କୁ ସମୟ ଦେଇ ପାରୁ ନାହାନ୍ତି ଆପଣଙ୍କ ମୂଲ୍ୟ ବୁଝି ପାରୁ ନାହାନ୍ତି ସେହି ଭଳି ଲୋକ ପଛରେ ଗୋଡେଇଲେ ଆପଣ କେବେ କିଛି ପାଇବେ ନାହିଁ ଆପଣ ନିଜ ଜୀବନରେ ବହୁତ ଦୁଃଖ ପାଇବେ । ତେବେ କେବେ କେବେ ଏମିତି ହୋଇଥାଏ ଯେତେବେଳେ ମନ କାହା ସହ ମିଶି ଯାଇଥାଏ କିନ୍ତୁ ଏହାକୁ ନିୟନ୍ତ୍ରଣରେ ରଖିବା ଆମ ହାତରେ ହୋଇଥାଏ ।

Leave a Reply

Your email address will not be published. Required fields are marked *