ସକାଳୁ ଏହି 5ଟି ଜିନିଷ ଖାଇ ନିଅ, ମୋଟାପା, ବାହାରିଥିବା ପେଟ, ଅଣ୍ଟା ଓ ଜଙ୍ଘର ଚର୍ବି ମହମ ଭଳି ତରଳିଯିବ- Health Tips

ଏବେ ର ସମୟରେ ମଣିଷ ବିଭିନ୍ନ ରୋଗ ବା ସ୍ୱାସ୍ଥ୍ୟ ଜନିତ ସମସ୍ୟାରେ ପୀଡିତ ହୋଇ ଥାଏ । ମୋଟାପଣ ସେଥି ମଧ୍ୟରୁ ଅନ୍ୟତମ । ଏହି ମୋଟାପଣ କୁ ନେଇ ବିଭିନ୍ନ ରୋଗ ସୃଷ୍ଟି ହୋଇ ଥାଏ । ମୋଟାପଣ ଯୋଗୁଁ ଉଚ୍ଚ ରକ୍ତଚାପ, ମଧୁମେହ, କୋଲେଷ୍ଟ୍ରଲ , ହୃଦ ଜନିତ ରୋଗ ବା ସମସ୍ୟା ଦେଖା ଯାଇଥାଏ । ମୋଟାପଣ ରେ ଶରୀରର ଓଜନ ଅତ୍ୟଧିକ ବୃଦ୍ଧି ହୋଇ ଥାଏ । ଓଜନ ଅତ୍ୟଧିକ ହେବା ଦ୍ୱାରା ଶରୀର ବହୁତ ଜଲ୍ଦି କ୍ଳାନ୍ତ ହୋଇ ଯାଏ ।

ମୋଟାପଣ ବିଭିନ୍ନ କାରଣରୁ ହୋଇପାରେ ଥାଇରୟଡ଼ , ଏକ୍ସରସାଇଜ ନ କରିବା , ଆଦି କାରଣରୁ ହୋଇଥାଏ । ମୋଟାପଣ ରେ ଖାଦ୍ୟ ପେୟ ର ଵିଶେଷ ଧ୍ୟାନ ରଖିବା ଉଚିତ । ଆମେ ସକାଳୁ ଭାରି ଖାଦ୍ୟ ଓ ପ୍ରୋଟିନ ଥିବା ଖାଦ୍ୟ ଖାଇବା ଉଚିତ ।

ଦିନ ଖାଦ୍ୟ ନ ଖାଇଲେ ଚଳିବ । କିନ୍ତୁ ସକାଳ ଖାଦ୍ୟ କେବେବି ନ ଖାଇ ରହିବେ ନାହିଁ । ଖାଦ୍ୟ ସହ ଏକ୍ସରସାଇଜ ମଧ୍ୟ କରିବା ଉଚିତ । ଖାଦ୍ୟ ରେ କିଛି ପ୍ରୋଟିନ ଭଳି ଖାଦ୍ୟ ଖାଇବା ଉଚିତ । ସକାଳ ଉଠି ପ୍ରଥମେ ବ୍ୟାୟାମ କରିବା ପରେ ଆପଣ ସକାଳ ର ଖାଦ୍ୟ ଖାଇବେ । ତେବେ ଆଜି ଆମେ ଜାଣିବା କି କେଉଁ କେଉଁ ଖାଦ୍ୟ ଖାଇବା ଦ୍ୱାରା ଆମର ଓଜନ କମିଥାଏ ଓ ସ୍ୱାସ୍ଥ୍ୟ ଠିକ ରହିଥାଏ ।

ତେବେ ଆଜି ସେହିପରି ୫ ଟି ଖାଦ୍ୟ ର ସମ୍ଭନ୍ଧ ରେ ଜାଣିବା ଯାହା ଖାଇବା ଦ୍ୱାରା ଆପଣଙ୍କୁ କୋଲେଷ୍ଟ୍ରଲ, ମୋଟାପଣ ରୁ ମୁକ୍ତି ପାଇବେ । ପ୍ରଥମ ଟି ହେଉଛି ମଖାନା (ଫକ୍ସ ନଟ) । ଏଥିରେ ପ୍ରଚୁର ଭିଟାମିନ, ପ୍ରୋଟିନ, ଫାଇବର, କାର୍ବୋହାଡ଼ରେଟ ଥାଏ । ଯାହା କୋଲେଷ୍ଟ୍ରଲ ରୁ ରକ୍ଷା କରି ଥାଏ । ଏହାକୁ ଆପଣ ଘିଅ ରେ ଭାଜି ଏଥିରେ କଲା ଲୁଣ , ଗୋଲମରିଚ ଗୁଣ୍ଡ ପକାଇ ଖାଇ ପାରିବେ ।

ଦ୍ଵତୀୟ ଓ ତୃତୀୟ ଟି ହେଉଛି ମୁଗ ଡାଲି ର ଇଡ଼ଲି, ବେସନ ର ଚକୁଳି ଖାଇ ପାରିବେ । ମୁଗ ଡାଲି ର ପ୍ରୋଟିନ ସମ୍ଭନ୍ଧ ରେ ଆମେ ସମସ୍ତେ ଜାଣିଛୁ । ବେସନ ର ଚକୁଳି ରେ ଆପଣ ଚାହିଁଲେ ବିଭିନ୍ନ ପ୍ରକାରର ପରିବା ମିଶାଇ ଖାଇ ପାଇପାରିବେ । ଚତୁର୍ଥ ଟି ହେଲା ଅକ୍ନୁରିତ ଡାଲି ଖାଇବା । ଅଂକ୍ରୁରିତ ଡାଲି ରେ ଫାଇବର ଭରି ହୋଇ ଥାଏ ।

ଏହା ଉଚ୍ଚ ରକ୍ତଚାପ ଓ କୋଲେଷ୍ଟ୍ରଲ ଓ ହୃଦ ଜନିତ ସମସ୍ୟା ଦୂର ହୋଇ ଥାଏ । ପଞ୍ଚମ ଟି ହେଉଛି ଦହି । ଦହି ଖାଇବା ଦ୍ୱାରା ମୋଟାପଣ କମ ହୋଇ ଥାଏ । ଦହି ସକାଳୁ ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହି ଥାଏ । ଏହି ୫ ଟି ଜିନିଷ ଲଗାତାର ଖାଇବେ ନାହିଁ । ପ୍ରତିଦିନ ପରିଵର୍ତନ କରି କରି ଖାଇବେ ଓ ମୋଟାପଣ , କୋଲେଷ୍ଟ୍ରଲ , ଉଚ୍ଚ ରକ୍ତଚାପ ଆଦି ରୁ ରକ୍ଷା ମିଳି ଥାଏ ।

Leave a Reply

Your email address will not be published. Required fields are marked *