ଶଙ୍ଖ ପୂଜା ଘରେ କେମିତି କରିବେ, ଶଙ୍ଖ ପୂଜା କେମିତି ହୁଏ ?

ବନ୍ଧୁଗଣ ପ୍ରାଚୀନ ସମୟରୁ ଏ ଯାଏଁ ପୂଜା କର୍ମରେ, ମାଙ୍ଗଳିକ କାର୍ଯ୍ୟରେ ଶଙ୍ଖର ମହତ୍ଵ ରହି ଆସିଛି । ଶଙ୍ଖର ଗୁଣ ଓ ପ୍ରଭାବଶାଳିତା କୁ ଦେଖିବାକୁ ଗଲେ ପ୍ରତେକ ପୂଜା ପାଠ, ଧାର୍ମିକ ଓ ମାଙ୍ଗଳିକ କାର୍ଯ୍ୟ ରେ ଶଙ୍ଖ ପୂଜନର ବ୍ୟବସ୍ଥା ରହିଛି । ଆଜି ଆମେ ଜାଣିବା ଶଙ୍ଖର ପୂଜା କେମିତି କରିବା । ଶଙ୍ଖ ଶବ୍ଦର ଅର୍ଥ ଯିଏ କଲ୍ୟାଣ କୁ ପ୍ରଦାନ କରେ ଓ ଅଶୁଭତ୍ଵକୁ ଦୂର କରେ ବା ଅଲକ୍ଷ୍ମୀ ଦୂର କରେ ।

ଶଙ୍ଖ ର ଉତପତି ସମୁଦ୍ର ମନ୍ଥ ରୁ ଯେଉଁ 14ଟି ରତ୍ନ ଆର୍ବିଭାବ ହୋଇଥିଲା ସେମାନଙ୍କ ମଧ୍ୟରୁ ଶଙ୍ଖ ଅନ୍ୟତମ ଅଟେ । ତେଣୁ ଶଙ୍ଖ ସମୁଦ୍ରରୁ ଜାତ ହୋଇଥିଲା । ତେଣୁ ଶଙ୍ଖ କୁ ମାତା ଲକ୍ଷ୍ମୀଙ୍କର ସହୋଦରୀ ଅଟନ୍ତି । ଏହା ସହ ଭଗବାନ ବିଶୁଣୁଙ୍କର ଶଙ୍ଖ ଅତ୍ୟନ୍ତ ପ୍ରିୟ ଅଟେ । ଆଜି ମଧ୍ୟ ଶଙ୍ଖ ମାଙ୍ଗଳିକ କାର୍ଯ୍ୟରେ ବ୍ୟବହାର କରାଯାଏ । ଶଙ୍ଖ ର ଧ୍ୱନି ଶୁଣିଲେ ମନରେ ପବିତ୍ରତା ଜାଗୃତ ହୋଇଥାଏ ।

ଶଙ୍ଖ ର ଧ୍ୱନି ଯେଉଁ ଯାଏଁ ପ୍ରଭାବ ରଖିଥାଏ ସେଠାରେ ନେଗେଟିଭ ଶକ୍ତି ରୁହେ ନାହିଁ । ଶଙ୍ଖ ସାଧାରଣତଃ 2 ପ୍ରକାରର ହୋଇଥାଏ । ଯଥା ଅମାବର୍ତ୍ତି ଶଙ୍ଖ ଓ ଦକ୍ଷିଣାବର୍ତ୍ତୀ ଶଙ୍ଖ । ଦକ୍ଷିଣାବର୍ତ୍ତୀ ଶଙ୍ଖକୁ ସାଧାରତଃ ପୂଜା ଶଙ୍ଖ କହିଥାଉ, ବିଶୁଣୁ ଶଙ୍ଖ, ଲକ୍ଷ୍ମୀ ଶଙ୍ଖ, ଯମୁନା ଶଙ୍ଖ ମଧ୍ୟ କୁହାଯାଏ । ଯଦି ଆପଣଙ୍କ ଘରେ ଦକ୍ଷିଣାବର୍ତ୍ତୀ ଶଙ୍ଖ ନାହିଁ ତେବେ ନିଶ୍ଚିନ୍ତ ରଖନ୍ତୁ ଓ ଏହାର ଦୈନିକ ପୂଜା କରନ୍ତୁ ।

ଶାସ୍ତ୍ର ଅନୁଯାୟୀ ପୂଜା ଘରେ ନିହାତି ଦକ୍ଷିଣାବର୍ତ୍ତୀ ଶଙ୍ଖ ରଖିବା ଉଚିତ । ପୂଜା ଘରେ ଏକା ଭଳି 2ଟି ଶଙ୍ଖ ରଖିବା ଉଚିତ ନୁହେଁ । ପୂଜା ଘରେ ପାଣି ରଖିବା ପାଇଁ ଓ ବଜାଇବା ପାଇଁ ଶଙ୍ଖ ରଖିବା ଉଚିତ । ଘରେ ଶଙ୍ଖ ସ୍ଥାପନ କରିବା ସମୟରେ କେବେ ବି ତଳେ ରଖିବା ଉଚିତ ନୁହେଁ । ଗରୁଡ ପୁରାଣରେ ଲେଖାଅଛି କି ଶଙ୍ଖଙ୍କର ମୂଳ ପ୍ରଦେଶରେ ଚନ୍ଦ୍ରଙ୍କର, ପେଟରେ ବରୁଣ ଦେବତା, ପୃଷ୍ଠ ଭାଗରେ ବ୍ରମ୍ହା, ବକ୍ରର ଭାଗରେ ଗଙ୍ଗା ଓ ସରସ୍ଵତୀଙ୍କ ବାସ ସ୍ଥାନ ଅଛି ।

ତେଣୁ ଶଙ୍ଖ କୁ ପୂଜା କରିବା ଉଚିତ । ପୂଜା କରିବା ସମୟରେ ଶଙ୍ଖର ମୂଳ ଭାଗ ଯେମିତି ନିଜ ଆଡକୁ ଓ ଅଗ୍ର ଭାଗ ଈଶ୍ବରଙ୍କ ଆଡକୁ ରହିବ । ପ୍ରତେକ ଦିନ ଶଙ୍ଖ ପୂଜା କରିବାକୁ ହେଲେ ଶଙ୍ଖକୁ ଆସନରେ ରଖିବା ପୂର୍ବରୁ ଚନ୍ଦନ, ଫୁଲ ଅର୍ପଣ କରି ଶଙ୍ଖ ସ୍ଥାପନ କରିବା ଉଚିତ । ଶଙ୍ଖରେ ପାଣି ଭରିବା ଉଚିତ । ଏହାପରେ ଶଙ୍ଖ ପାଖରେ ଦୀପ ଜଳାଇବା ଉଚିତ । ଏହାପରେ ଶଙ୍ଖର ଗାୟତ୍ରୀ ମନ୍ତ୍ର ଜପ କରିବା ଉଚିତ ।

ଠାକୁରଙ୍କର ଦକ୍ଷିଣ ପଟେ ଡାହାଣ ପଟେ ଶଙ୍ଖ ସ୍ଥାପନ କରିବା ଉଚିତ । ଶଙ୍ଖ ପୂଜା କରିବା ପରେ ସବୁ ଦେବତାଙ୍କ ଚାରିପଟେ ଜଳ ବୁଲାଇ ଆଣି ପର ଦିନ ଅଲଗା ପାତ୍ରରେ ରଖିଦେବେ । ବନ୍ଧୁଗଣ ଆପଣଙ୍କୁ ଆମ ପୋଷ୍ଟଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *