Corona ହେଲେ କଣ ଖାଇବେ ଓ କଣ ଖାଇବେ ନାହିଁ, ଦେଖନ୍ତୁ Baba Ramdevଙ୍କ ସ୍ୱାସ୍ଥ୍ୟ ଟିପ୍ସ

କରୋନା ମହାମାରୀ ଦିନକୁ ଦିନ ବଢିବାକୁ ଲାଗିଛି ଆଉ ଏଥର ଏହାର ମାତ୍ରା ଏତେ ଅଧିକ ବଢି ଯାଇଛି ଯେ ଲୋକଙ୍କୁ ହସ୍ପିଟଲରେ ବେଡ ମିଳୁ ନାହିଁ, ଆକ୍ସିଜନ ଅଭାବ ସବୁ ଜାଗାରେ ଦେଖା ଯାଉଛି, ତେବେ କଣ ଆପଣ ଏହା ଜାଣିଛନ୍ତି ଯେ କରୋନା ପାଇଁ ବହୁତ ପ୍ରକାର ଉପାୟ କୁହା ଯାଉଛି କିନ୍ତୁ ଆପଣ କେତେ କଣ କରୁଛନ୍ତି ତାହା ଆପଣଙ୍କ ଉପରେ ନିର୍ଭର କରିଥାଏ । ତେବେ କାଢା ଆପଣଙ୍କ ପାଇଁ ରାମବାଣ ଚିକିତ୍ସା ଅଟେ ।

କିନ୍ତୁ କିଛି ଲୋକ ଏହା କହୁଛନ୍ତି ଯେ ଗରମ ଦିନରେ କାଢା ପିବା ଦ୍ଵାରା ପେଟ ଗରମ ହେଇ ଯାଉଛି, ତେବେ ଆମେ କହିବାକୁ ଚାହୁଞ୍ଚୁ ଯେ ଯେଉଁ କାଢା ବିଷୟରେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ ତାହା ଦ୍ଵାରା ଆପଣଙ୍କ ପେଟ କେବେ ଗରମ ହବ ନାହିଁ ।

ବାବା ରାମଦେବଙ୍କୁ ସମସ୍ତେ ଜାଣିଥିବେ ତେବେ ସେ ନିଜ ଯୋଗ ଦ୍ଵାରା ବହୁତ ବଡ ବଡ କାମ କରିଛନ୍ତି ମଧୁମେହ, ବିପି ଆଉ ବଡ ବଡ ଭୟଙ୍କର ରୋଗର ଚିକିତ୍ସା କରିଛନ୍ତି ତାଙ୍କ କହିବା ଅନୁଯାଇ ଶରୀର ପାଚନ ଶକ୍ତି ଆଉ ରୋଗ ପ୍ରତି ରୋଧକ କ୍ଷମତା ଯଦି ଭଲ ରହିଥାଏ ତେବେ ଆପଣଙ୍କୁ ଚିନ୍ତା କରିବା ଆବଶ୍ୟକ ନୁହ । ତେବେ ପାଚନ ପ୍ରକ୍ରିୟା ଭଲ ରଖିବା ପାଇଁ ଆପଣଙ୍କୁ ଡାଳିମ୍ବ ସେବନ କରିବା ଉଚିତ ଏହା ଦ୍ଵାରା ଆପଣଙ୍କ ପେଟ ସଫା ମଧ୍ୟ ହୋଇଥାଏ ଆଉ ଆପଣଙ୍କ ଶରୀରରେ ରକ୍ତ ନିର୍ମାଣ ମଧ୍ୟ ଭଲ ଭାବରେ ହୋଇଥାଏ ।

ତେବେ ଏହା ଛଡା ଆପଣଙ୍କୁ କମଳା ଆଉ ଲେମ୍ବୁ ଭଳି ଜିନିଷ ସେବନ କରିବା ଆବଶ୍ୟକ କାହିଁକିନା ଏଥିରେ ବିଟାମିନ ସି ହୋଇଥାଏ ଯାହା ଆପଣଙ୍କ ଶରୀରରେ କରୋନା ଠାରୁ ଲଢିବା ପାଇଁ ଶକ୍ତି ବଢାଇଥାଏ । ତେବେ ଗରମ ଦିନ ଆସିଲାଣି ଲୋକେ ଥଣ୍ଡା ଜିନିଷ ସେବନ କରିବାକୁ ପସନ୍ଦ କରିବେ କିନ୍ତୁ ଆପଣଙ୍କୁ ସଜାଗ ରହିବାର ଅଛି କିଛି ଥଣ୍ଡା ଜିନିଷ ସେବନ କରନ୍ତୁ ନାହିଁ, ଏହା ଛଡା ହାଲ୍କା ଉଷୁମ ପାଣି ସେବନ କରନ୍ତୁ ଯାହା ଦ୍ଵାରା ଆପଣଙ୍କ ଛାତିରେ କଫ ବସିବ ନାହିଁ ଆଉ ନାକ ବନ୍ଦ ହବ ନାହିଁ ।

ଶ୍ଵାସ ନଳି ସବୁବେଳେ ସଫା ରହିବ ଆଉ ଆପଣଙ୍କୁ ନିଶ୍ଵାସ ନବାରେ ଅସୁବିଧା ହବ ନାହିଁ । ତେବେ ବାବା ରାମଦେବ କହିଛନ୍ତି ଯେ ଦିନକୁ ଅତି କାମରୁ ୩ ଲିଟର ପାଣି ସେବନ କରିବା ଉଚିତ ଏହା ଠାରୁ କମ ପାଣି ସେବନ କଲେ ଆପଣଙ୍କ ପାଚନ ତନ୍ତ୍ର ଖରାପ ହୋଇଥାଏ ଆଉ ଛୋଟ ରୋଗ ମଧ୍ୟ ବଡ ହୋଇଥାଏ । ଏହା ସହ ଆପଣଙ୍କୁ କାଢା ସେବନ କରିବାକୁ ହବ ।

ଯେଉଁଥିରେ ଆପଣଙ୍କୁ ଅଳପ ହଳଦୀ, ମୂଳେଠି, ତୁଳସୀ ପତ୍ର, ଅଳପ ଗୋଲ ମରୀଚ, ଅଳପ ଲବଙ୍ଗ, ଅଳପ ଡାଲଚିନୀ, ତେଜପତ୍ର ଆଉ ଗୁଡ ମିଶାଇ କାଢା ବନେଇବାକୁ ହବ ଯାହା ଦ୍ଵାରା ଆପଣଙ୍କ ସ୍ୱାସ୍ଥ୍ୟ ସବୁଦିନ ଭଲ ରହିବ ଏହାକୁ ଆପଣ ଗୋଟେ ସମୟ ପିଳେ ଉଚିତ ଆପଣ ଏହାକୁ ସନ୍ଧ୍ୟା ବେଳେ ସେବନ କରିବା ସବୁଠାରୁ ଉତ୍ତମ ହୋଇଥାଏ ତେବେ ଯଦି ସନ୍ଧ୍ୟାରେ ସମୟ ନାହିଁ ତେବେ ଆପଣ ସକାଳେ ମଧ୍ୟ ସେବନ କରି ପାରିବେ କିନ୍ତୁ ମନେ ରଖିବେ କାଢା ସେବନ କରିବାର ଘଣ୍ଟେ ପରେ ଯାହା ସେବନ କରିବେ ।

Leave a Reply

Your email address will not be published. Required fields are marked *