ଖାସ ଖବର:- କର୍ମଚାରୀ ମାନଙ୍କ ପାଇଁ ଖୁସି ଖବର, ଏବେ ସପ୍ତାହରେ ମିଳିବ 3ଦିନ ଛୁଟି?

ବନ୍ଧୁଗଣ ସଂଶୋଧନ ହୋଇପାରେ ଶ୍ରମ ଆଇନ ମାତ୍ର ୪ ଦିନ କାମ କରିବେ ସରକାରୀ କର୍ମଚାରୀ । ଏଣିକି ସପ୍ତାହକୁ ମିଳିବ ୩ ଦିନର ଛୁଟି । ବନ୍ଧୁଗଣ ଆମ ସରକାରୀ ନିୟମାବଳିକୁ ନେଇ ଜନସାଧାରଣ ଚିନ୍ତିତ ରୁହନ୍ତି । ଏହା କେତେ ସମୟରେ ସାଧାରଣ ମନୁଷ୍ୟ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ ତାହ କହି ହୁଏନି । ସରକାରଙ୍କ ନିସ୍ପତି ସାଧାରଣ ମନୁଷ୍ୟ ଉପରେ ବହୁତ ପ୍ରଭାବ ପକାଇଥାଏ । ଏହା ଫଳରେ ନୀତିଦିନିଆ ଜୀବନରେ ତାହାର ପ୍ରଭାବ ପଡିଥାଏ ।

ବନ୍ଧୁଗଣ ଆଉ ଏକ ଖବର ଆମ ନଜରକୁ ଆସିଛି ଯେ ଖୁବ ଶୀଘ୍ର କେନ୍ଦ୍ର ସରକାର ବିଭିନ୍ନ ସରକାରୀ କର୍ମଚାରୀଙ୍କ ପାଇଁ ନେଇ ପାରନ୍ତି ବଡ ନିସ୍ପତି । ବନ୍ଧୁଗଣ କେନ୍ଦ୍ର ସରକାର ଶ୍ରମ ଆଇନ ସଂଶୋଧନ କରିବା ପାଇଁ କରୁଥିବା ଯୋଜନାର ସୂଚନା ମିଳିଛି । ଏଥିରେ ଗୋଟିଏ ସପ୍ତାହରେ ଜେନ ବ୍ୟକ୍ତି ସର୍ବାଧିକ ୪୮ ଘଣ୍ଟା କାମ କରିବା ବୋଲି ପ୍ରସ୍ତାବ ଦିଆଯାଇଛି । ଏହା ସହିତ ଅନେକ ସମୟରେ ସରକାର କୋହଳ କରିବା ପାଇଁ ଅନୁମାନ ମଧ୍ୟ କରାଯାଉଛି ।

ଏଣିକି ଜଣେ ବ୍ୟକ୍ତି ସପ୍ତାହରେ ୪ ଦିନ କାମ କରିବା ପ୍ରତ୍ୟକ ଦିନ ୧୨ ଘଣ୍ଟା କାମ କରିବାକୁ ହେବ । ସପ୍ତାହର ବାକିଦିନ ଅର୍ଥାତ ଅନ୍ୟ ୩ ଦିନ ଛୁଟି ମିଳିବ । ତେବେ ଏହାକୁ ନେଇ ଯୋଜନା ପ୍ରସ୍ତୁତ ମଧ୍ୟ ହେଉଅଛି । ଏଥିପାଇଁ ଦୈନିକ କାର୍ଯ୍ୟର ସମୟ ସୀମା ୮ ଘଣ୍ଟାରୁ ୧୨ ଘଣ୍ଟାକୁ ବୃଦ୍ଧି କରିବାକୁ ହେବ । ଜାତୀୟ ଗଣ ମାଧ୍ୟମର ରିପୋର୍ଟ ଅନୁସାରେ କେନ୍ଦ୍ରୀୟ ଶ୍ରମ ସଚିବ କହିଛନ୍ତି ଯେ, ସପ୍ତାହରେ ସର୍ବାଧିକ ୪୮ ଘଣ୍ଟା କାମ କରିବାକୁ ନିୟମ ହେବ । ଏହାଦ୍ବାରା ସରକାରୀ କର୍ମଚାରୀ ନିଜ ଦୈନନ୍ଦିନ କାର୍ଯ୍ୟରେ ପରିବର୍ତନ କରି ପାରିବେ ।

ଅର୍ଥାତ ଗୋଟିଏ ଦିନରେ ଜଣେ ସରକାରୀ କର୍ମଚାରୀ ୧୦ ରୁ ୧୨ ଘଣ୍ଟା କାମ କରି ଅନ୍ୟ ଦିନରେ ୬ ଘଣ୍ଟା କାମ କରି ପାରିବେ । ସପ୍ତାହରେ ୬ ଦିନ କାମ କରି ନିଜର ଟାର୍ଗେଟ ମଧ୍ୟ ପୂରଣ କରି ପାରିବେ । ଏହା ଫଳରେ ସେମାନେ ନିଜ ଘରେ ଅଧିକ ସମୟ ଅତିବାହିତ କରିପାରିବେ । ବନ୍ଧୁଗଣ ବର୍ତମାନ ସମୟରେ ଦୈନନ୍ଦିନ ୮ ଘଣ୍ଟା କାମ କରୁଥିବା ବେଳେ ସପ୍ତାହକୁ ୬ ଦିନ ରହିଅଛି । ମାତ୍ର ସପ୍ତାହରେ ଗୋଟେ ଦିନ ଛୁଟି ମଧ୍ୟ ମିଳୁଛି । ତେବେ ଶ୍ରମ ଏବଂ ରୋଜଗାର ମନ୍ତ୍ରଳାୟ ୪ଟି ଲେବରକୋର୍ଟର ସୂଚନାକୁ ଅନ୍ତିମ ରୂପ ଦେଇପାରେ ବୋଲି ନିସ୍ପତି ନେଇଛି ।

ତେବ ମୋଟ ଉପରେ କହିବାକୁ ଗଲେ ଜଦି ଶ୍ରମ ବିଭାଗ ସରକାରୀ କର୍ମଚାରୀଙ୍କ ଉପରେ ଏଭଳି ଆଇନ କରିବ ତେବେ ତାହା ସେମାନଙ୍କ ପାଇଁ ନିହାତି ଭାବରେ ଖୁଶିର ବିଷୟ ଅଟେ । ମାତ୍ର ସାଧାରଣ ଦିନରେ ଯେଉଁମାନେ ୮ଘଣ୍ଟା  କାମ କରୁଥିଲେ, ସେମାନେ ନିଜର କାର୍ଯ୍ୟର ସମୟ ବଢାଇବେ ବୋଲି ସୂଚନା ମିଳିଛି ।

ସରକାରଙ୍କ ଏହି ନିଷ୍ପତ୍ତି ଉପରେ ଆପଣ କଣ ମତ ଦେବେ, କମେଣ୍ଟ କରି ନିଶ୍ଚୟ ଜଣେଇବେ । ଆଗକୁ ଆମ ସହ ରହିବା ପାଇଁ ଆମ ପେଜକୁ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *