ସତରେ କଣ ଏମିତି ବି ମୃତ୍ୟୁ ଆସେ? ଟ୍ରେନରେ ବସି ଯାଉଥିବା ସମୟରେ ହଟାତ ଯାତ୍ରୀ ଜଣଙ୍କ ସହ ଯାହା ହେଲା, ଜାଣି ଆପଣଙ୍କ ମୁଣ୍ଡ କାମଦେବନି

ବନ୍ଧୁଗଣ ପ୍ରତେକ ଦିନ ଟ୍ରେନ ରେ ହଜାର ହଜାର ଯାତ୍ରୀ ଯାତ୍ରା କରୁଛନ୍ତି । ତେବେ ଅନେକ ସମୟରେ ଦେଖାଯାଏ ଟ୍ରେନ ରେ ଦୁର୍ଘଟଣା ହେବାର । କିନ୍ତୁ କଣ ଆପଣ କେବେ ଦେଖିଛନ୍ତି କି ଶୁଣି ଛନ୍ତି କି ଟ୍ରେନ ରେ ସିଟ ବସି ଯାଉଥିବା ବେଳେ କାହାର ଅଚାନକ ମୃ-ତ୍ୟୁ ହେବା ଘଟଣା । ଆଜ୍ଞା ହଁ ଏହି କଥା ଟି ଶୁଣିବାକୁ ଅଜବ ଲାଗୁଥିଲେ ବି ସତ ଅଟେ । ସୂଚନା ଅନୁଯାୟୀ ନିଜ ଗନ୍ତବ୍ୟ ସ୍ଥଳରେ ପହଞ୍ଚିବା ପୂର୍ବରୁ ସମସ୍ତଙ୍କ ଆଖି ସାମ୍ନା ରେ ନିଜ ସିଟ ଉପରେ ବସି ଯେତେବେଳେ ସେ ଯନ୍ତ୍ରଣା ରେ ଛଟପଟ ହେଉଥିଲେ ସେ ଦୃଶ୍ୟକୁ ଶବ୍ଦ ରେ ବର୍ଣ୍ଣନା କରିବା ଅତି କଷ୍ଟକର ଅଟେ ।

ସତରେ କଣ ଏମିତି ବି ମୃ-ତ୍ୟୁ ଆସେ ? ଯାହା କେହି କେବେ କଳ୍ପନା କରି ନ ଥିବେ । କୌଣସି ହ-ତ୍ୟା-କା-ଣ୍ଡ ଠାରୁ ବି କମ ନୁହେଁ ଏହି ଘଟଣା । ଜଣେ ବ୍ୟକ୍ତି ଟ୍ରେନରେ ଯାତ୍ରା କରୁଥିବା ବେଳେ ହଠାତ ଏକ ଲୁହା ରଡ ଝରକା ଭେଦ କରି ଆସି ତାଙ୍କ ମୁଣ୍ଡରେ ପଶି ଯାଇଥିଲା । ଝରକା ସିଟ ରେ ବସିଥିବା ଯାତ୍ରୀ ଜଣଙ୍କର ସେହି ସ୍ଥାନରେ ହିଁ ମୃ-ତ୍ୟୁ ଘଟିଥିଲା । ଯେଉଁ ଅବସ୍ଥାରେ ବ୍ୟକ୍ତି ଜଣଙ୍କର ମୃ-ତ୍ୟୁ ଘଟିଥିଲା ତାହା ଅତ୍ୟନ୍ତ ହୃଦୟ ବିଦାରକ ଦୃଶ୍ୟ ଥିଲା ।

ନିଜ ସିଟ ରେ ବସି ବ୍ୟକ୍ତି ଜଣକ ଯେତେବେଳେ ଯନ୍ତ୍ରଣା ରେ ଚଟପଟ ହେଉଥିଲେ ଦୃଶ୍ୟ ଥିଲା ଅତ୍ୟନ୍ତ ହୃଦୟ ବିଦରାକ । ମୃତ ଯାତ୍ରୀ ଜଣକ ହେଉଛନ୍ତି ହରିକେଶ କୁମାର ଦୁବେ । ନିଜ ଆସନରେ ସେ ରକତ ଜୁଡୁବୁଡୁ ଅବସ୍ଥାରେ ଆଖି ବନ୍ଦ କରି ବସିଥିଲେ । ଦିଲ୍ଲୀ ରୁ କାନପୁର ଅଭିମୁଖେ ଯାଉଥିବା ନିଲାଞ୍ଚଳ ଏକ୍ସପ୍ରେସ ରେ ହରିକେଶ ଯାତ୍ରା କରୁଥିବା ସମୟରେ ଘଟିଥିଲା ଏଭଳି ଏକ ଦୁର୍ଘଟଣା । ଯାହା କି ଉତ୍ତର କେନ୍ଦ୍ରୀୟ ରେଳବାଇ ର ପ୍ରୟାଗ ଡିଭିଜନ ଧନୱାର  ଓ ସୋମନା ମଧ୍ୟରେ ସକଳ ୮ଟା ୪୫ ମିନିଟ ରେ ଘଟିଥିଲା ।

ରେଳ ଟ୍ରାକ କାର୍ଯ୍ୟ ରେ ବ୍ଯବହୃତ ଏକ ଲୁହା ରଡ ହଠାତ ଝରକା ଭେଦ କରି ହରିକେଶ ଙ୍କ ବେକରେ ଭେଦ ହୋଇଥିଲା । ମାତ୍ର କିଛି ସମୟ ଯନ୍ତ୍ରଣା ରେ ଛଟପଟ ହେବା ପରେ ଆଖି ବୁଜି ଦେଇଥିଲେ ହରିକେଶ । ପରେ ଟ୍ରେନ ଟି ଆଲିଗଡ ଜଙ୍କସନ ରେ ଅଟକିବା ପରେ ରେଳବାଇ ପୋଲିସ କୁ ମୃତ ଦେହ ହସ୍ତାନ୍ତର କରା ଯାଇଥିଲା । ଘଟଣା ର ତଦନ୍ତ ଚାଲିଥିବା ନେଇ ଭାରତୀୟ ରେଳବାଇ ଏକ ବିବୃତ୍ତି ରେ କହିଛନ୍ତି ।

ତେବେ ଟ୍ରେନ ଝରକା ଭାଙ୍ଗି ଲୁହା ରଡ ଟି ହରିକେଶ ଙ୍କ ଉପରେ କେମିତି ବାଜିଲା ତାର ତଦନ୍ତ ଏବେ ସୁଧା ଚାଲିଛି । ସେଠାରେ ଟ୍ରାକ ଜାମ ଚାଲୁଥିଲା କି ନାହି ବା ଯେଉଁ କାରଣରୁ ଲୁହା ରଡ ଟି ଆସି ବାଜିଲା ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣା ପଡି ନାହି । ତା ହେଲେ ବନ୍ଧୁଗଣ ଆପଣ ମାନଙ୍କର ଏହି ଘଟଣା କୁ ନେଇ ମତ ଆମକୁ କମେଣ୍ଟ ଜରିଆରେ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *