SBI ଗ୍ରାହକ ମାନଙ୍କ ପାଇଁ ଆସିଲା ବଡ ଖୁସି ଖବର, 342 ଡିପୋଜିଟ କରିକି ପାଆନ୍ତୁ 4 ଲକ୍ଷ ଟଙ୍କା…. ଜାଣନ୍ତୁ ସମ୍ପୁର୍ଣ୍ଣ ତଥ୍ୟ

କାରୋନା ମହାମାରୀ ସମୟରେ ବୀମାକୁ ନେଇ ଅଧିକ ବୁଦ୍ଧିମାନ ହୋଇଯାଇଛନ୍ତି । ଜୀବନର ଅସ୍ଥିରତା ମଧ୍ୟରେ ବିମର ମହତ୍ବକୁ ଲୋକ ଭଲଭାବେ ବୁଝିଛନ୍ତି । ସରକାର ମଧ୍ୟ ସମାଜର ସବୁ ବର୍ଗର ଲୋକଙ୍କ ପାଖରେ ଏହି ସୁଧା ପହଞ୍ଚାଇବା ପାଇଁ ବହୁତ କମ ଟଙ୍କାରେ ବୀମା ସୁବିଧା ଜୋଗାଉଛନ୍ତି । ଏହି କ୍ରମରେ ଯଦି ଦେଖିବା ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଓ ପ୍ରଧାନ ମନ୍ତ୍ରୀ ଜୀବନ ଜ୍ଯୋତି ବୀମା ଯୋଜନା ରହିଛି ଯେଉଁଥିରେ ଚାରି ଲକ୍ଷ ପର୍ଯ୍ୟନ୍ତ କଭରେଜ ମିଳୁଛି । ସବୁଠୁ ବଡ କଥା ହେଉଛି ଏଥି ପାଇଁ ଆପଣଙ୍କୁ କେବଳ ୩୪୨ ଟଙ୍କା ଦେବାକୁ ପଡିବ ।

ଏସବିଆଇର ଟ୍ବିଟର ହ୍ୟାଣ୍ଡେଲରେ ଦୁଇଟି ଯୋଜନା ବାବଦରେ ସୂଚନା ଦିଆଯାଇଛି । ଏଥିରେ ଲେଖା ଅଛିକି ନିଜର ଆବଶ୍ୟକତା ଅନୁଯାୟୀ ବୀମା କରନ୍ତୁ ଚିନ୍ତା ମୁକ୍ତ ଜୀବନ ବଞ୍ଚନ୍ତୁ । ଅଟୋ ଡେବିଟ ସୁବିଧା ମାଧ୍ୟମରେ ସେବିଙ୍ଗ ବ୍ଯାଙ୍କ ଆକାଉଣ୍ଟର ଆକାଉଣ୍ଟ ଧାରୀଙ୍କ ଠାରୁ ପ୍ରିମିୟମ କଟାଯିବା । ଜଣେ ବ୍ୟକ୍ତି କେବଳ ଗୋଟିଏ ସେବିଙ୍ଗ ଆକାଉଣ୍ଟ ମାଧ୍ୟମରେ ଜିଜନାରେ ସାମିଲ ହୋଇପାରିବେ । ପ୍ରଧାନ ମନ୍ତ୍ରୀ ସୁରକ୍ଷା ବୀମା ଯୋଜନା ଆଧାରରେ ଦୁର୍ଘଟଣାରେ ବୀମା ଧାରକଙ୍କ ମୃତ୍ୟୁ ହେଲେ ବା ସମ୍ପୂର୍ଣ ଭାବେ ବିକଲଙ୍ଗା ହେଲେ ଦୁଇଲକ୍ଷ ଟଙ୍କାର ସହାୟତା ମିଳିବ ।

ଅନ୍ୟ ପଟେ ଏହି ଯୋଜନା ଅଧୀନରେ ଯଦି ବିମାଧାରକ ଆଂଶିକଭାବରେ ବିକଳାଙ୍ଗ ହୋଇଯାନ୍ତି । ତାହେଲେ ଏକଲକ୍ଷ ଟଙ୍କାର କଭର ମିଳିବ । ୨୮ ରୁ ୭୦ ବର୍ଷ ବୟସର ଲୋକ ଏହି ବୀମା ନେଇପାରିବେ । ଏହି ଯୋଜନାରେ ବାର୍ଷିକ ପ୍ରିମିୟମ ମାତ୍ର ୧୨ ଟଙ୍କା । ସେହିପରି ଜୀବନ ଜ୍ଯୋତି ବୀମା ଯୋଜନା ଆଧାରରେ ବୀମା ଧାରକଙ୍କ ଯଦି ମୃତ୍ୟୁ ହୁଏ ତେବେ ନୋମିନୀଙ୍କୁ ଦୁଇଲକ୍ଷ ଟଙ୍କା ମିଳିଥାଏ । ଏହି ଯୋଜନାର ଲାଭ ୧୮ ରୁ ୫୦ ବର୍ଷ ଲୋକ ନେଇପାରିବେ ।

ଏହି ଯୋଜନା ପାଇଁ ଆପଣଙ୍କୁ ମାତ୍ର ୩୩୦ ଟଙ୍କା ବାର୍ଷିକ ପ୍ରିମିୟମ ଆକାରରେ ଦେବାକୁ ପଡିବ । ଏହି ବୀମା କଭର ଜୁନ ୧ ରୁ ମେ ୩୧ ତାରିକ ପର୍ଯ୍ୟନ୍ତ । ଏଠି ପାଇଁ ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟ ନିହାତି ଥିବା ଦରକାର । ସବୁଠୁ ଗୁରୁତ୍ଵ ପୂର୍ଣା କଥା ହେଉଛି ଯଦି ଆପଣଙ୍କ ବ୍ଯାଙ୍କ ଆକାଉଣ୍ଟ ବନ୍ଧ ହେଇଯାଉଛି କିମ୍ବା ପ୍ରିମିୟମ କାଟିବା ସମୟରେ ପର୍ଯ୍ୟାପ୍ତ ଟଙ୍କା ନହିଁ ଆପଣଙ୍କ ବୀମା ରଦ ହୋଇଯାଇପାରେ । ତେଣୁ ବୀମା ନେବା ପୂର୍ବରୁ ସବୁ ଦିଗରୁ ଜାଣିନେବା ଉଚିତ ।

Leave a Reply

Your email address will not be published. Required fields are marked *