ଶନିବାର ଦିନ ଏହିଠାରେ ବନାନ୍ତୁ ସ୍ଵସ୍ତିକ ଚିହ୍ନ, ଗରିବୀ ଭୁଲି ଯିବ ଆପଣଙ୍କ ଘରର ରାସ୍ତା, ହେବ ଧନବର୍ଷା

ବନ୍ଧୁଗଣ ଜୀବନରେ ସମସ୍ତେ ଚାହିଁଥାନ୍ତି ଦୈତ୍ୟରୂପୀ ସମସ୍ଯା ଘର ଛାଡି ଚାଲିଯାଉ ଏବଂ ମା ଲକ୍ଷ୍ମୀ ଆପଣଙ୍କ ଘରେ ପ୍ରବେଶ କରନ୍ତୁ । ମାତ୍ର ସବୁବେଳେ ଏହା ସମ୍ଭବ ହୋଇପାରି ନଥାଏ । ବନ୍ଧୁଗଣ କେତେକ କ୍ଷେତ୍ରରେ ଯଦି ଆମ ଜୀବନରେ କିଛି ଅସୁବିଧା ହୋଇଯାଏ ତେବେ ଆମେ ବାସ୍ତୁ ଉପାୟ ଦ୍ଵାରା ତାହାର ସମାଧାନ କରିଥାଉ । ଆମେ ପୂଜା ପାଠ କରିଥାଉ, ଦାନଧର୍ମ କରିଥାଉ, ମାତ୍ର ଆମକୁ ଶାନ୍ତି ମିଳିନଥାଏ । ବନ୍ଧୁଗଣ ଆମେ ଆଜି ଆପଣଙ୍କ ଜୀବନ ସମ୍ବନ୍ଧୀୟ ଏମିତି ଏକ ଉପାୟ କହିବାକୁ ଯାଉଛୁ ଯାହା ଆପଣଙ୍କ ଜୀବନକୁ ଖୁସିରେ ଭରିଦେବ । ଆସନ୍ତୁ ଜାଣିବା ସେହି ଉପାୟଟି କଣ ?

ବନ୍ଧୁଗଣ ଆପଣ ରାତିରେ ଶୋଇବା ବେଳେ ପ୍ରଥମେ ତମ୍ବା ର ଲୋଟା ରେ ଜଳ ଭର୍ତ୍ତି କରି ଉତ୍ତର-ପୂର୍ବ ଦିଗ ଅର୍ଥାତ ଆପଣଙ୍କ ପୂଜା ଘରେ ରଖି ଦିଅନ୍ତୁ । ଏହାପାରେ ସକାଳୁ ଯେତେବେଳେ ଉଠିବେ ସେହି ଲୋଟାରୁ ଜଳ ନେଇ ନିଜ ଘରର ମୁଖ୍ୟ ଦ୍ଵାରରେ କିଛି ଜଳବୁନ୍ଦା ଦୁଇ ସାଇଡ ରେ ପକାଇ ଦିଅନ୍ତୁ । ଏବଂ ଅବଶିଷ୍ଟ ଜଳ କୌଣସି ବୃକ୍ଷ ରେ ଢାଳି ଦିଅନ୍ତୁ । ବନ୍ଧୁଗଣ ଏହା ଆପଣ ନୀତିଦିନ କରିପାରିବେ । ଏହାପରେ ୨ ଉପାୟ ଟି ଆପଣ ମାନେ ଯେଉଁ ଘରେ ରହୁଛନ୍ତି, ସେହି ଘରର ମୁଖ୍ୟ ଦ୍ଵାରରେ ଟିକିଏ ଜଳ ପକାଇ ଝାଡୁ ମାରି ନିଅନ୍ତୁ ।

ବନ୍ଧୁଗଣ ଏହି ଉପାୟଟି ଆପଣ ପ୍ରତି ଶନିବାର ରେ କରନ୍ତୁ ଆପଣ ନିଜେ ଅନୁଭବ କରିପାରିବେ ଯେ, ଆପଣଙ୍କ ଖୁସି କେତେ ମାତ୍ରାରେ ଆପଣଙ୍କ ଦ୍ଵାରସ୍ଥ ହେଉଅଛି । ବନ୍ଧୁଗଣ ଆପଣ ଯେତେବେଳେ ଘରେ ପୋଛା ଲଗାଉଛନ୍ତି ତେବେ ଆପଣ ସେଥିରେ ଫିଟିକିରି ଅଥବା ଲୁଣ ମିଶାଇ ଘରେ ପୋଛା ଲଗାନ୍ତୁ । ଆପଣଙ୍କ ଏପରି କରିଲେ ଘରର ସମସ୍ତ ଜୀବାଣୁ ନଷ୍ଟ ହୋଇଯିବେ । ଘରେ ଶାନ୍ତି ଲାଗିବ । ଏହାପରେ ଆପଣ ସ୍ନାନ କରିବା ପରେ ପୂଜାପାଠ କରନ୍ତୁ ସେହି ସମୟରେ ଆପଣ ଗୋଟିଏ ତମ୍ବା ଲୋଟା ରେ ଜଳ ନେଇ ସେଥିରେ ପୁଷ୍ପ ପକାଇ ଘରେ ଚାରିଆଡେ ଛିଞ୍ଚନ୍ତୁ ।

ଏହାପରେ ବଞ୍ଚିଥିବା ପାଣି କୌଣସି ବୃକ୍ଷରେ ଢାଳି ନିଅନ୍ତୁ । ବନ୍ଧୁଗଣ ଗୋଟିଏ ପାତ୍ରରେ କିଛି ଜଳ ନେଇ ସେଥିରେ ପୁଷ୍ପ ପକାଇ ଆପଣଙ୍କ ଘରର ମୁଖ୍ୟ ଦ୍ବାରର ଡାହାଣ ପାର୍ଶ୍ଵ ରେ ରଖିଦିଅନ୍ତୁ । ଏହି କାର୍ଯ୍ୟ ଟି ଶନିବାର ଦିନ ସକାଳ ସମୟରେ କରନ୍ତୁ । ଏହା ଆପଣଙ୍କୁ ସୁରକ୍ଷା ଦେବ, ଏହା ସୁରକ୍ଷା ଚକ୍ର ଭଳି କାମ କରିଥାଏ । ଏହା ଧନ କୁ ବୃଦ୍ଧି କରିଥାଏ । ଏହାକୁ ପରଦିନ ବଦଳାଇ ଫ୍ରେସ ଜଳ ରଖିପାରନ୍ତି । ବନ୍ଧୁଗଣ ଆପଣ ଯେତେବେଳେ ସକାଳେ ଉଠି ସ୍ନାନ ସାରି ସୂର୍ଯ୍ୟ ଦେବଙ୍କୁ ଜଳ ଅର୍ପଣ କରୁଛନ୍ତି, ସେତେବେଳେ ସେହି ପାତ୍ରରେ ଟିକିଏ ହଳଦୀ ମିଶାଇ ସୂର୍ଯ୍ୟ ଦେବଙ୍କୁ ଅର୍ପଣ କରନ୍ତୁ ।

ଏପରି କରିବା ଦ୍ଵାରା ଆପଣଙ୍କ ସମସ୍ତ ଦୁଖ ଦୁର୍ଦଶାରୁ ମୁକ୍ତି କରିବ । ଆପଣଙ୍କର ଯାହା ନକାରାତ୍ମକ ଶକ୍ତି ରହିଥିବା ତାହା ମଧ୍ୟ ଦୂର ହୋଇଯିବ । ବନ୍ଧୁଗଣ ଗୁରୁବାର ଚେଷ୍ଟା କରନ୍ତୁ ଯେ କାହାକୁ ଯେପରି ଧନ ଉଧାର ଦିଅନ୍ତୁ ନାହିଁ । କାରଣ ଗୁରୁ ଆପଣଙ୍କୁ ଧନ ଦେବାକୁ ଯାଉଛନ୍ତି, ଆପଣ ଯଦି ସେହି ଧନ କୁ ଅନ୍ୟ କାହାକୁ ଦେବେ ତେବେ ତାହା ଉଚିତ ହେବନାହିଁ । ବନ୍ଧୁଗଣ ମା ଲକ୍ଷ୍ମୀ ଓସ୍ତ ଗଛରେ ବାସ କରିଥାନ୍ତି ଆପଣ ଗୁରୁବାର ଦିନ ପିପଳା ବୃକ୍ଷ ରେ ଗୋଟେ ଲୋଟା ଜଳ ଅର୍ପିତ କରିଦିଅନ୍ତୁ ପୂଣ୍ୟ ଅର୍ଜନ ହେବ ।

ଆପଣଙ୍କ ଜୀବନରୁ ସମସ୍ତ କଷ୍ଟ ଦୂର ହୋଇଯିବ । ବନ୍ଧୁଗଣ ଘରର ମୁଖ୍ୟ ଦ୍ଵାରରେ ହଳଦୀ ସାହାଯ୍ୟରେ ସ୍ଵସ୍ତିକ ଚିହ୍ନ କରନ୍ତୁ । ଏହି ଚିହ୍ନ ଆପଣ ଘରର ମୁଖ୍ୟ ଦ୍ଵାର ର ବାହାର ଆଡକୁ କରିବେ । ଯଦି କୌଣସି ବ୍ୟକ୍ତି ଆପଣଙ୍କ ଘରକୁ ଆସନ୍ତି ତେବେ ତାଙ୍କ ନଜର ଯେପରି ସ୍ଵସ୍ତିକ ଉପରେ ପଡିବ । ଏହା ଦ୍ଵାରା ବାହାର ଲୋକଙ୍କ ଖରାପ ଦ୍ରୁଷ୍ଟି ଅଥବା ଖରାପ ନଜର ଆପଣଙ୍କ ଘର ଉପରେ କୌଣସି ପ୍ରକାରର ପ୍ରଭାବ ପକାଇନଥାଏ । ବନ୍ଧୁଗଣ ଏହି ବିବରଣୀଟି ଆପଣଙ୍କୁ ଭଲ ଲାଗିଲେ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *