ଶିବ ଙ୍କ ନାମ କିଏ ଦେଇଥିଲେ ? ବୋଲବମ ସମ୍ବଧିତ କିଛି ପ୍ରଶ୍ନ ଓ ଏହାର ଉତ୍ତର ଜାଣନ୍ତୁ ।

ବନ୍ଧୁଗଣ ଶ୍ରାବଣ ମାସ ମର୍ଯ୍ୟାଦା ଓ ଭକ୍ତିର ମାସ ହୋଇଥାଏ । ଶ୍ରାବଣର ପୁରା ମାସରେ ଭଗବାନ ଶିବ ବହୁତ ପ୍ରସନ୍ନ ମୁଦ୍ରାରେ ଥାନ୍ତି । ଏମିତି ମାନାଯାଏ ଏହି ମାସରେ ଶିବ ଜୀ ଙ୍କ ପୂଜା ପାଠ କରିବା ଦ୍ଵାରା ସେ ଜଲ୍ଦି ପ୍ରସନ୍ନ ହୋଇଥାନ୍ତି । ଏହି ମାସର ଅନେକ ପୌରାଣିକ କଥା ଓ ଧାର୍ମିକ ମାନ୍ୟତା ମଧ୍ୟ ଅଛି । ଏଥିପାଇଁ ଶ୍ରାବଣ ମାସରେ ଲୋକେ କିଛି ନିୟମର ପାଳନ କରିଥାନ୍ତି । ଏହି ମାସରେ ଶିବ ଜୀ ଭୂ-ଲୋକ କୁ ଆସିଥାନ୍ତି ।

ଶ୍ରାବଣ ମାସ ଟି ଶିବ ଭକ୍ତଙ୍କ ପାଇଁ ସୌଭାଗ୍ୟ ନେଇକି ଆସିଥାଏ । ଏହା ସେହି ମାସ ଯାହା ଅତ୍ୟନ୍ତ ପବିତ୍ର ମାସ ହୋଇଥାଏ । ଏହି ମାସରେ ମହାଦେବ ପୃଥିବୀକୁ ଆସିଥାନ୍ତି । ଭକ୍ତଙ୍କ ସଚ୍ଚା ଭକ୍ତିରେ ପ୍ରସନ୍ନ ହୋଇ ମହାଦେବ ଆଶୀର୍ବାଦ କରିଥାନ୍ତି । ଏହି ମାସର ପ୍ରତେକ ଦିନ ପବିତ୍ର ଅଟେ । ଭଗବାନ ଶିବଙ୍କର ବିଶେଷ ଭାବେ ଏହି ମାସରେ ପୂଜା କରାଯାଏ ।

ଏହି ମାସର ସୋମବାର ଅତ୍ୟନ୍ତ ଖାସ ହୋଇଥାଏ । ସୋମବାର ବ୍ରତ ରଖିଲେ ଶୁଭ ଫଳ ମିଳିଥାଏ । ଚଳିତ ବର୍ଷ ଜୁଲାଇ ୪ରୁ ଆରମ୍ଭ ହୋଇ ଅଗଷ୍ଟ ୩୧ ରେ ଶେଷ ହେବ ଶ୍ରାବଣ ମାସ । ତେଣୁ ଏହି ବର୍ଷ ଯୋଡା ଶ୍ରାବଣ ପଡୁଛି । ଆଜି ଆମେ ଜାଣିବା ଭଗବାନ ଶିବ ଙ୍କ ସହ ଜଡିତ କିଛି ପ୍ରଶ୍ନ ଓ ଉତ୍ତର ବିଷୟରେ ବିସ୍ତାର ଭାବେ ।

୧- ଭଗବାନ ଶିବ ଙ୍କର ୧୨ ମାସ ମଧ୍ୟରୁ ଶ୍ରେଷ୍ଠ ମାସ ର ନାମ କଣ ?

ଉତ୍ତର- ଶ୍ରାବଣ ମାସ ।

୨- ଶିବ ଙ୍କ ୧୧ତମ ରୂପ କିଏ ଥିଲେ ?

ଉତ୍ତର- ହନୁମାନ ।

୩- ଗଣେଶ ଙ୍କ ଡାହାଣ ଦାନ୍ତ ଦାନ୍ତ କିଏ ଭାଙ୍ଗି ଥିଲେ ?

ଉତ୍ତର- ପର୍ସୁରାମ ।

୪- ଭଗବାନ ଶିବ କେଉଁ ମାତାଙ୍କ ଗର୍ଭ ରୁ ଜନ୍ମ ହୋଇଥିଲେ ?

ଉତ୍ତର- କୌଣସି ମାତା ଙ୍କ ଠାରୁ ନୁହେଁ ।

୫- ଭଗବାନ ଶିବ ଙ୍କୁ ଶିବ ନାମ କିଏ ଦେଇଥିଲେ ?

ଉତ୍ତର- ବ୍ରମ୍ହା ।

୬- ଭଗବାନ ଶିବ ତାଙ୍କ ସୃଷ୍ଟି ଜଗତରେ କଣ ଅଟନ୍ତି ?

ଉତ୍ତର- ସଂହାର କର୍ତ୍ତା ।

୭- ମହାଦେବ ଙ୍କ ଶ୍ଵଶୁର ଙ୍କ ନାମ କଣ ?

ଉତ୍ତର- ଦକ୍ଷ ପ୍ରଜାପତି ।

୮- ଶିବ ପ୍ରଥମେ କାହାକୁ ବିବାହ କରିଥିଲେ ?

ଉତ୍ତର- ସତୀ ।

୯- ସତୀ କାହା ପାଇଁ ଆତ୍ମହୁତି ଦେଇଥିଲେ ?

ଉତ୍ତର- ଦକ୍ଷ ପ୍ରଜାପତି ।

୧୦- ଗଣେଶ ଙ୍କ ସୃଷ୍ଟି କେଉଁ ଠାରୁ ହୋଇଥିଲା ?

ଉତ୍ତର- ହଳଦୀ ପିଣ୍ଡୁଳା ।

୧୧- ଶିବ ଙ୍କ ଝିଅର ନାମ କଣ ?

ଉତ୍ତର- ଅଶୋକ ସୁନ୍ଦରୀ ।

୧୨- ଭଗବାନ ଶିବ ଙ୍କ ବେକରେ କେଉଁ ଦେବତା ବାସ କରନ୍ତି ?

ଉତ୍ତର- ନାଗ ଦେବତା ।

୧୩- ଭଗବାନ ଶିବ ଭସ୍ମାସୁର କୁ କେଉଁ ବର ଦେଇଥିଲେ ?

ଉତ୍ତର- ଯାହା ମୁଣ୍ଡରେ ହାତ ଦେବ ଭସ୍ମ ହୋଇଯିବ ।

ବନ୍ଧୁଗଣ ଆପଣ ମାନଙ୍କୁ ଆମ ପୋଷ୍ଟ ଟି ଭଲ ଲାଗିଥିଲେ ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *