Sidharth Shuklaଙ୍କ ମୃତ୍ୟୁ ଖବର ଶୁଣି ଫ୍ୟାନ୍ ଚାଲିଗଲେ କୋମାକୁ, Tweet କରି ଡକ୍ଟର କହିଲେ ଏମିତି…

ଆପଣ ମାନେ ଯାନଥିବେ ସେପ୍ଟେମ୍ବର ୨ ରେ ଟିଭି ଇଣ୍ଡଷ୍ଟ୍ରି ର ଲୋକପ୍ରିୟ ଅଭିନେତା ସିଦ୍ଧାର୍ଥ ଶୁକ୍ଲା ଙ୍କର ହୃଦଘାତରେ ମାତ୍ର ୪୦ ବର୍ଷ ବୟସରେ ପ-ର-ଲୋ-କ ଘଟିଛି । ତାଙ୍କର ନି-ଧ-ନ ରେ ତାଙ୍କ ପରିବାର ଓ ବନ୍ଧୁ ବର୍ଗ ଶୋକ ପାଳନ କରିବା ସହ ତାଙ୍କ ଫ୍ୟାନ୍ସ ମାନଙ୍କୁ ମଧ୍ୟ ବଡ ଝଟକା ଲାଗିଛି । କିଛି ଲୋକ ମାନେ ଏ ଯାଏଁ ବିଶ୍ଵାସ କରିପାରୁ ନାହନ୍ତି ଯେ ସିଦ୍ଧାର୍ଥ ଆଜି ଆଉ ଆମ ଗହଣରେ ନାହାନ୍ତି । ଗତ ୧୫ ବର୍ଷ ହେବ ସେ ଅଭିନୟ ଦୁନିଆରେ କାମ କରି ଆସୁଥିଲେ । ଟିଭି ସିରିଏଲ ଠାରୁ ଆରମ୍ଭ କରି ରୁପେଲି ପରଦାରେ ନିଜର ଅଭିନୟର ଜଲୱା ଦେଖାଇଛନ୍ତି ଅଭିନେତା ସିଦ୍ଧାର୍ଥ ଶୁକ୍ଲା ।

ପୂର୍ବ ରୁ ତାଙ୍କର ଟିଭି ଇଣ୍ଡଷ୍ଟ୍ରି ରେ ଯେତିକି ଲୋକପ୍ରିୟତା ରହିଥିଲା “ବିଗ ବସ” ସୋ ରେ ବିଜେତା ହେବ ପରେ ତାଙ୍କର ଲୋକପ୍ରିୟତା ଦୁଇ ଗୁଣା ବଢି ଯାଇଥିଲା । “ବିଗ ବସ” ସୋ ରେ ଦର୍ଶକ ମାନେ ସିଦ୍ଧାର୍ଥ ଓ ସେହନାଜଙ୍କ ଯୋଡି କୁ ବେଶ ପସନ୍ଦ କରିଥିଲେ । ସୋ-ସି-ଆ-ଲ ମି-ଡି-ଆ-ରେ ତାଙ୍କର ଫ୍ୟାନ୍ସ ମାନେ ଅନେକ ପୋଷ୍ଟ କରୁଛନ୍ତି । ଗତ ଶୁକ୍ରବାର ଦିନ ତାଙ୍କର ଅ-ନ୍ତି-ମ ସଂ-ସ୍କା-ର ସମୟରେ ତାଙ୍କ ଘର ଆଗରେ ହଜାର ହଜାର ଲୋକଙ୍କର ଭିଡ ଜମିଥିଳା । ଶନିବାର ଦିନ ସିଦ୍ଧାର୍ଥ ଙ୍କ ଜଣେ ଫ୍ୟାନ୍ସଙ୍କ ସ-ମ୍ପ-ର୍କରେ ଏକ ବଡ ଖବର ଆସି ପହଞ୍ଚିଛି ।

ଖବର ମୁତାବକ ସିଦ୍ଧାର୍ଥଙ୍କ ପ-ର-ଲୋ-କରେ ସେହି ଫ୍ୟାନ୍ସ ଜଣଙ୍କ ଆଂଶିକ କୋମାକୁ ଚାଲି ଯାଇଛନ୍ତି । ଏହାର ସୂଚନା ସିଦ୍ଧାର୍ଥଙ୍କ ବନ୍ଧୁ ଡାକ୍ତର ଜୟସ ଠାକୁର ଦେଇଛନ୍ତି । ସିଦ୍ଧାର୍ଥଙ୍କ ନି-ଧ-ନ ଖବର ଶୁଣିବା ପରେ ସେହି ଫ୍ୟାନ୍ସ ଜଣଙ୍କ ସଙ୍ଗେ ସଙ୍ଗେ ବେହୋସ ହୋଇ ଯାଇଥିଲେ । ଏହା ପରେ ତାଙ୍କୁ ହସ୍ପିଟାଲ ନିଆ ଯାଇଥିଲା । ଡାକ୍ତର ତାଙ୍କୁ ଏକା ନ ରହି ପରିବାର ସହ ରହିବାକୁ ପରାମର୍ଶ ଦେଇଛନ୍ତି । ସେହି ଫ୍ୟାନ୍ସଙ୍କୁ ମାନସିକ ଚିନ୍ତା ରେ ନ ରହି ଶାନ୍ତ ମନରେ ରହିବାକୁ ଡାକ୍ତର ପରାମର୍ଶ ଦେଇଛନ୍ତି ।

ଅଭିନେତା ସିଦ୍ଧାର୍ଥ “ବାଳିବା ବଧୁ”, “ଦିଲ ଦେ ଦିଲ ତକ”,”ବ୍ରୋକେନ ବଟ ବିୟୁତିଫୁଲ”, “ସାବଧାନ ଇଣ୍ଡିଆ”, “ଇଣ୍ଡିଆ ଗଟ୍ସ ଟ୍ଯାଲେନ୍ଟ”, “ବାବୁଲ କା ଆଙ୍ଗନ ଛୁଟେ ନା” ଆଦି ସିରିଏଲରେ ଅଭିନୟ କରିଥିଲେ । ସେ ୨୦୦୫ରେ ୱାର୍ଲ୍ଡ ବେଷ୍ଟ ମଡେଲ ଟାଇଟେଲ ହାସଲ କରିଥିଲେ । ୨୦୧୪ରେ ସେ “ହମ୍ପଟି ଶର୍ମା କି ଦୁଲହନିୟା” ଫିଲ୍ମରେ ବଲିଉଡରେ ଡେବ୍ୟୁ କରିଥିଲେ । ଏହା ସହ ସେ ରିୟାଲିଟି ସୋ “ଖତରୋ କେ ଖିଲାଡ଼ି” ରେ ବିଜେତା ହୋଇଥିଲେ । ତେବେ ତାଙ୍କର ନି-ଧ-ନ-ରେ ପୁରା ବଲିଉଡ ଇଣ୍ଡଷ୍ଟ୍ରି ରେ ଶୋକର ଛାୟା ଖେଳି ଯାଇଛି ।

ବନ୍ଧୁଗଣ ଆପଣ ମାନଙ୍କୁ ଅଭିନେତା ସିଦ୍ଧାର୍ଥ ଶୁକ୍ଲାଙ୍କ ଅଭିନୟ କିପରି ଲାଗେ ଆମକୁ କମେଣ୍ଟ ଜରିଆରେ ଜଣାଇବେ । ଆପଣ ମାନଙ୍କୁ ଆମର ଏହି ବିବରଣୀ ଟି ଭଲ ଲାଗିଥିଲେ ଅନ୍ୟ ସହ ଶେୟାର କରି ଆମ ସହ ଆଗକୁ ରହିବା ପାଇଁ ଆମ ପେଜକୁ ଗୋଟିଏ ଲାଇକ କରନ୍ତୁ ।

Leave a Reply

Your email address will not be published. Required fields are marked *