Vastu Tips- ଶୋଇବା ବେଳେ ନିଜ ମୁଣ୍ଡ ପାଖରେ ରଖନ୍ତୁ ନାହିଁ ଏହି ୫ଟି ଜିନିଷ, ହେବ ଭୟଙ୍କର ସର୍ବନାଶ

ଶୋଇବା ବେଳେ ଏମିତି କେଉଁ ଜିନିଷ ଅଛି ଯାହାକୁ ମୁଣ୍ଡ ପାଖରେ ରଖିବା ଉଚିତ ନୁହେଁ । ଶୋଇବା ଅବସ୍ଥାରେ ଆମ ଶରୀରର  ପଞ୍ଚ ତନ୍ତ୍ର ଆମ ପାଇଁ କାର୍ଯ୍ୟ କରିଥାନ୍ତି । ସେହି ସମୟରେ ଯଦି ଆପଣଙ୍କ ମୁଣ୍ଡ ପାଖରେ କି ଆଖ ପାଖରେ କିଛି ଏମିତି ଜିନିଷ ଥାଏ ଯାହା ଦ୍ଵାରା ନକରାତ୍ମକ ଊର୍ଜାର ସଂଚାର ହୋଇଥାଏ । ଏମିତି ଊର୍ଜା ଆପଣଙ୍କ ଶରୀର ଓ ଆପଣଙ୍କ ଜୀବନ ଦୁଇଟିକୁ ହିଁ କ୍ଷତି ପହଞ୍ଚାଇ ପାରେ ।

କେଉଁ ଜିନିଷ ଶୋଇବା ସମୟରେ ଆପଣଙ୍କ ମୁଣ୍ଡ ପାଖରେ ନରଖିବା ଉଚିତ । ତାହା ସହିତ ଆମେ ଆପଣଙ୍କୁ କହିବୁ ଏମିତି କେଉଁ ଜିନିଷ ରହିଛି ଯାହା ଆପଣଙ୍କ ନିଦ ଓ ସକାରାତ୍ମକ ଊର୍ଜା ଦୁଇଟିକୁ ବଢାଇବାରେ ସାହାର୍ଯ୍ୟ କରିଥାଏ । ତେବେ ଆସନ୍ତୁ ଜାଣିବା ।


ଆସନ୍ତୁ ଜାଣିବା କେଉଁ ଜିନିଷ ମୁଣ୍ଡ ଉପରେ ରଖିବା ଦରକାର । ଯଦି ଆପଣଙ୍କୁ ନିଦ ଆସିବାରେ ବହୁତ ଅସୁବିଧା ହେଉଥାଏ ତେବେ ଏହି ଉପାୟ ଅବଶ୍ୟ କରନ୍ତୁ । କର୍ପୁରର କିଛି ଖଣ୍ଡ ରୁମାଲରେ  ନିଜ ପାଖରେ ରଖୀ ଦିଅନ୍ତୁ । ଯଦି ହୋଇପାରେ ତେବେ ଏହାର ବାସ୍ନାକୁ ଶୁଙ୍ଗନ୍ତୁ । କର୍ପୁର ସକାରାତ୍ମକ ଊର୍ଜାର ବହୁତ ବଡ ସ୍ରୋତ ଅଟେ । ଏହା ଦ୍ଵାରା ମସ୍ତିସ୍କ ଶାନ୍ତ ହୋଇଯାଇଥାଏ । ଶୋଇବା ସମୟରେ ଖରାପ ଭାବନା କିମ୍ବା ଖରାପ ସ୍ଵପ୍ନ ଅଧିକ ଆସିଥାଏ ତେବେ ହୋଇପାରେ ଆପଣଙ୍କ ଉପରେ ବାହାରର ଖରାପ ନଜର ଓ ନକରାତ୍ମକ ଉର୍ଜାର ପ୍ରଭାବ ପଡୁଛି ।


ଏଥିରୁ ବଞ୍ଚିବା ପାଇଁ ଅକ୍ଷତ ଚାଉଳକୁ ଗୋଟେ ଲାଲ କପଦରେ ବନ୍ଧିକରି ଯେଉଁଠାରେ ଆପଣ ସୋଉଛନ୍ତି ସେଠାରେ ଆପଣଙ୍କ ତକିଆ ତଳେ ରଖୀ ଦିଅନ୍ତୁ ।ଅକ୍ଷତ ଚାଉଳ ଶୁଦ୍ଧତାର ପ୍ରତୀକ ହୋଇଥାଏ ।  ଏହା ଦ୍ଵାରା ନକରାତ୍ମକ ଊର୍ଜା ଆପଣଙ୍କ ପାଖକୁ ଆସିପାରି ନଥାଏ । ରୁମରେ ଶୁଦ୍ଧତାର ବାତାବରଣ ହେବା ଅତ୍ୟନ୍ତ ଆବସ୍ୟକ ହୋଇଥାଏ । ଏଥି ପାଇଁ ନିଜର ଶୋଇବା କକ୍ଷରେ କେଉଁଠିବି ମୟୁର ଚୁଳ ଲଗାନ୍ତୁ । ଏହା ଦ୍ଵାରା ସକାରାତ୍ମକ ବିଚାରର ଆଗମନ ହେବା ଆରମ୍ଭ ହୋଇଯାଇଥାଏ । ଏହା ଥିଲା କିଛି ଜିନିଷ ଯାହାକୁ ମୁଣ୍ଡ ପାଖରେ ରାଖୀ ଆପଣ ସୋଇ ପାରିବେ ।


ଆସନ୍ତୁ ଜାଣିବା ଏମିତି କେଉଁ ଜିନିଷ ଅଛି ଯାହାକୁ ମୁଣ୍ଡ ପାଖରେ ରଖୀ ଶୋଇବା ଉଚିତ ନୁହେଁ । ବହୁତ ଲୋକ ଅଛନ୍ତି ରାତିରେ ଶୋଇବା ବେଳେ ନିଜର ମଇଳା କପଡାକୁ ମୁଣ୍ଡ ଉପରେ ରାଖୀ ଦେଇଥାନ୍ତି । ମଇଳା କପଡାରୁ ନକରାତ୍ମକ ଊର୍ଜା ଉତ୍ପନ ହୋଇଥାଏ । ଏଥି ପାଇଁ କେବେବି ପୂଜା କି ଶୁଭ କାର୍ଯ୍ୟରେ ପୁରୁଣା କିମ୍ବା ମଇଳା ବସ୍ତ୍ର ନ ପିନ୍ଧିବା ଉଚିତ । ନିଜ ବିଛଣା ପାଖରେ କେବେବି ମଇଳା କପଡା ରଖନ୍ତୁ ନହିଁ । ଜୋତା, ଚପଲ,ରୁମାଲ କି ମାସ୍କ ରଖିବା ଉଚିତ ନୁହେଁ । ପ୍ରତେକ ବ୍ୟକ୍ତି ଏହି ସବୁ ଜିନିଷର ବ୍ୟବହାର କରିଥାନ୍ତି , ଏହାର ବ୍ଯବହାର ନିଜର ପୁରା ଦିନର କାର୍ଯ୍ୟ ସମୟରେ କରନ୍ତୁ ।

କିନ୍ତୁ ରାତିରେ ଶୋଇବା ସମୟରେ ନିଜ ବିଛଣା ପାଖରୁ ଦୂରେଇ ରଖନ୍ତୁ । ବୈଜ୍ଞାନିକ ଦ୍ରୁଷ୍ଟି କାରଣରୁ ଏହି ଜିନିଷ ସ୍ୱାସ୍ଥ୍ୟ ପାଇଁ ହାନି କାରକ ହୋଇଥାଏ । କିନ୍ତୁ ଏହି ଜିନିଷ ଦ୍ଵାରା  ବସ୍ତୁଦୋଷ ମଧ୍ୟ ଉତପନ ହୋଇଥାଏ । ଜୋଟା ଚପଲ ବହୁତ ଜଗାରୁ ଅନେକ ଅନେକ ଜାଗରୁ ନିଜ ସାଥିରେ ଆଣିଥାଏ । ଏହି କାରଣରୁ ଏହାକୁ ଘରର ବାହାରେ ହିଁ ରଖିବା ଉଚିତ ହୋଇଥାଏ । ଲୁଣ, ହଳଦୀ, କୁମକୁମ,ତେଲ, ଏବଂ ସୁଖୀ ଯାଇଥିବା ତୁଲସୀ ପତ୍ର  ଏହା କିଛି ଏମିତି ଜିନିଷ ହୋଇଥାଏ । ଯାହାକୁ ଯଦି ଆପଣ ନିଜ ମୁଣ୍ଡ ଉପରେ ରଖିଥାନ୍ତି । ତେବେ ଆପଣଙ୍କ ଜୀବନ ଉପରେ ଏହାର ଗଭୀର ପ୍ରଭାବ ପଡିଥାଏ ।

Leave a Reply

Your email address will not be published. Required fields are marked *