ସୁସ୍ଥ ହାଉ ଘରକୁ ଫେରିବା ସମାୟରେ ସ୍ତ୍ରୀ Truptiଙ୍କୁ ନେଇ ମିଡିଆ ଆଗରେ କିଛି ଏମିତି କହିଲେ Babushan, ଦେଖନ୍ତୁ Video

ନମସ୍କାର ବନ୍ଧୁଗଣ, ଆପଣ ମାନେ ଆମ ଓଡିଆ ଇଣ୍ଡଷ୍ଟ୍ରି ର ଦିଗଜ ଅଭିନେତା ବା ସୁପର ଷ୍ଟାର ବାବୁସାନ ମହାନ୍ତି ଙ୍କୁ ବେଶ ଭଳ ଭାବେ ଜାଣିଥିବେ । ସେ ନିଜର ଦମଦାର ଅଭିନୟ ଜରିଆରେ ଦର୍ଶକ ମାନଙ୍କ ହୃଦୟ ଜିଣି ପାରିଛନ୍ତି । ସେଥିପାଇଁ ତାଙ୍କର ବ୍ୟକ୍ତିଗତ ଜୀବନ ବିଷୟରେ ତାଙ୍କ ଫ୍ୟାନ୍ସ ମାନେ ବେଶ ଆଗ୍ରହ ପ୍ରକାର କରିଥାନ୍ତି । ତେବେ ଆପଣ ମାନେ ଜାଣିଥିବେ ଗତ କିଛି ଦିନ ତଳେ ବାବୁସାନ-ପ୍ରକୃତି-ତୃପ୍ତି କୁ ନେଇ ବିବାଦ ଜୋର ଧରିଥିଲା ଆଉ ବାବୁସାନ ଓ ପ୍ରକୃତି ଙ୍କ ସଂପର୍କକୁ ନେଇ ବହୁତ ବଡ ସତ ମଧ୍ୟ ସାମନା କୁ ଆସିଥିଲା ।

ଏହା ପରେ ତୃପ୍ତି ନିଜ ବାପା ଘରକୁ ନିଜ ପୁଅ ଗୁହାନ ସହ ଚାଲି ଯାଇଥିଲେ ଆଉ ସେବେ ଠାରୁ ବାପାଙ୍କ ରହୁଛନ୍ତି ତୃପ୍ତି ଶତ୍ପଥୀ । କିନ୍ତୁ ଗତ ୪-୫ ଦିନ ହେବ ବାବୁସାନ ନିଜର ଆଗାମୀ ଫିଲ୍ମ ଦମନ ର ପ୍ରମୋଶନ ପାଇଁ ଲଦାଖ ଯାଇଥିଲେ ନିଜର ପୁରା ଟିମ ସହ । କିନ୍ତୁ ସେଠାରେ ସେ ବାଇକ ରାଇଡ କରିବା ସମୟରେ ତାଙ୍କର ଅକ୍ସିଜେନ ଲେବଲ କମି ଯାଇଥିଲା ଆଉ ସ୍ୱାସ୍ଥ୍ୟ ଅବସ୍ଥା ଖରାପ ହୋଇ ପଡିଥିଲା ।

ତେବେ ଲଦାଖ ରେ ପ୍ରାଥମିକ ଚିକିତ୍ସା କରାଯାଇ ବାବୁସାନ ଘରକୁ ଫେରିଥିଲେ କିନ୍ତୁ ତାଙ୍କର ସ୍ୱାସ୍ଥ୍ୟ ଅଧିକ ଖରାପ ହେବାରୁ ସମ ହସ୍ପିଟାଲ ରେ ତାଙ୍କୁ ଭର୍ତ୍ତି କରା ଯାଇଥିଲା । ସ୍ଵାମୀଙ୍କ ସ୍ୱାସ୍ଥ୍ୟ ଖରାପ କଥା ଶୁଣିବା ପରେ ଆଉ ରହି ପାରିଲେ ନାହି ସ୍ତ୍ରୀ ତୃପ୍ତି ଆଉ ଦୌଡି ଆସିଥିଲେ ବାବୁଙ୍କ ପାଖକୁ । ତେବେ ବାବୁସାନ ବର୍ତ୍ତମାନ ମେଡିକାଲ ରୁ ଡିଶ୍ଚାର୍ଜ ହୋଇଛନ୍ତି ଆଉ ଦର୍ଶକ ମାନଙ୍କ ଠାରୁ ଆରମ୍ଭ କରି ମିଡିଆ ଯାଏଁ ତାଙ୍କର ପ୍ରତିକ୍ରିୟା ନେବାକୁ ଗହଳି ଜମାଇଛନ୍ତି । ତେବେ ନିଜ ସ୍ବାମୀଙ୍କୁ ନେଇ ଘରକୁ ଫେରିଛନ୍ତି ସ୍ତ୍ରୀ ତୃପ୍ତି ।

ମେଡିକାଲ ରେ ରହି ବାବୁସାନଙ୍କର ସବୁ ଭଲ ମନ୍ଦ ବୁଝିଥିଲେ ତୃପ୍ତି ଆଉ ତାଙ୍କର ସବୁ ଭୁଲ କ୍ଷମା କରି ଦେଇଛନ୍ତି ବୋଲି କହିଥିଲେ । ତେବେ ବାବୁସାନ ହସ୍ପିଟାଲରୁ ଫେରିବା ପରେ ଗଣମାଧ୍ୟମ ଆଗରେ ଏକ ବଡ ବୟାନ ଦେଇଛନ୍ତି । ବାବୁସାନ କହିଛନ୍ତି ମୋ ସ୍ତ୍ରୀ ମୋତେ ନେବାକୁ ଆସିବେନି ତ ଆଉ କିଏ କାହାକୁ ନେବାକୁ ଆସିବେ । ମୁଁ ମୋ ଫ୍ୟାନ୍ସ ମାନଙ୍କୁ ଏତିକି କହିବି ଆଇ ଅଲ ୱେସ ଲଭ ୟୁ ତାଙ୍କ ମାନଙ୍କ ପାଇଁ ମୁଁ କାମ କରେ ଆଉ ଆଗକୁ ବି କରିବି ।

ଦମନ ଫିଲ୍ମ ଆସୁଛି ଆପଣ ମାନେ ନିଶ୍ଚିନ୍ତ ଦେଖିବେ । ତେବେ ଭାଇରାଲ ହେଉଥିବା ଏହି ଭିଡିଓରେ ଆପଣ ମାନେ ଦେଖିବେ ଏଠାରେ ବାବୁସାନ ମହାନ୍ତିଙ୍କୁ ଡିସଚାର୍ଜ କରିବା ସମୟରେ ତାଙ୍କ ପାଖରେ ଅଛନ୍ତି ତାଙ୍କ ପତ୍ନୀ ତୃପ୍ତି । ବାବୁସାନ ନିଜ ସ୍ତ୍ରୀଙ୍କୁ ପାଖରେ ପାଇ ବହୁତ ଖୁସି ନଜର ଆସୁଛନ୍ତି । ତା ହେଲେ ବନ୍ଧୁଗଣ ଏହି ଖବର ଉପରେ ଆପଣ ମାନଙ୍କର ମତ କଣ ଆମକୁ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାଇବେ, ଧନ୍ୟବାଦ ।

Leave a Reply

Your email address will not be published. Required fields are marked *